ବିନା ଟଙ୍କା ଲଗାଇ ଆରମ୍ଭ କରନ୍ତୁ ଏହି ତିନୋଟି ଡିମାଣ୍ଡିଙ୍ଗ ବିଜନେସ, 1 ଟଙ୍କା ମଧ୍ୟ କ୍ଷତି ସହିବାକୁ ପଡ଼ିବନାହିଁ। ହେବ ଶାନଦାର ରୋଜଗାର
ଆଜିର ମହଙ୍ଗାଇ ସମୟରେ ଲୋକମାନେ ଭାବି ପାରୁନାହାନ୍ତି କି, ଘର ଖର୍ଚ୍ଚ କେମିତି ଚଳାଇବେ। କିନ୍ତୁ ଭାବନ୍ତୁ ଯଦି କୌଣସି ଘରେ ଜଣେ ବ୍ୟକ୍ତି ରୋଜଗାର କରୁଥାଏ ତାହେଲେ ସେହି ଘରର ଅବସ୍ଥା କେମିତି ହେବ? ଏମିତି ଘରେ ପ୍ରତ୍ୟେକ ଦିନ ଟଙ୍କାର ଅଭାବକୁ ନେଇ ଲଢେ଼ଇ ଝଗଡ଼ା ଚାଲିଥାଏ। ଯଦି ଆପଣ ଚାହାଁନ୍ତି ତାହେଲେ ନିଜ ପିଲା ଓ ପତ୍ନୀଙ୍କୁ ଖୁସି ଜୀବନ ଦେବାପାଇଁ ଏହି ସାଇଡ଼ ବିଜନେସକୁ ଆରମ୍ଭ କରିପାରିବେ। ଏହି ସାଇଡ଼ ବିଜନେସକୁ ଆରମ୍ଭ କରିବାପାଇଁ ଆପଣଙ୍କୁ ଚାକିରୀ ଛାଡ଼ିବାକୁ ପଡିବନାହିଁ ବାଆସ ଏହାକୁ ଆପଣ ଘରେ ବସି କରିପାରିବେ ଓ ଏଥିରେ ଭଲ ଟଙ୍କା ରୋଜଗାର କରିପାରିବେ।
Freelance Writer:-
ଯଦି ଆପଣଙ୍କୁ ଲେଖିବା ପସନ୍ଦ ତାହେଲେ ଆପଣ ଘରେ ବସି କୌଣସି ୱେବସାଇଟ ପାଇଁ ଆର୍ଟିକଲ ରାଇଟିଂ କରିପାରିବେ। ଏହି କାମକୁ ଆପଣ ନିଜର ଫ୍ରି ସମୟରେ କରିପାରିବେ। ଯେମିତି ଆପଣ ନିଜର ବନ୍ଧୁଙ୍କ ସହିତ ଚାଟିଂ କରିବାପାଇଁ ସମୟ ବାହାର କରୁଛନ୍ତି ଠିକ ସେହିପରି ଆପଣ ଏହାକୁ କିଛି ସମୟ ଦେବାକୁ ହେବ। ଆପଣ ଏଥିରୁ ଭଲ ଟଙ୍କା ରୋଜଗାର କରିପାରିବେ ଓ ଆପଣ ଯେଉଁ ଭାଷାରେ ଭଲ କମାଣ୍ଡ ରଖିଛନ୍ତି ସେଥିରେ ମଧ୍ୟ ଲେଖିପାରିବେ।
Home bakery:-
ଲୋକମାନେ ଆଜିକାଲି ଫ୍ରେଶ, ତାଜା ଓ ସ୍ୱଚ୍ଛ ବେକିଙ୍ଗ ଖାଇବା ପସନ୍ଦ କରୁଛନ୍ତି। ଯଦି ଆପଣ ଖାଦ୍ୟ ବନାଇବାରେ ଭଲ ଶୋଉକ ରହିଛି ତାହେଲେ ଆପଣ ଏହାକୁ ନିଜର ପ୍ରଫେସନ ବନାଇ ପାରିବେ। ଏଥିରେ ଆପଣଙ୍କୁ କୌଣସି ନିବେଶ କରିବାର ଆବଶ୍ୟକ ନାହିଁ କେବଳ ଅର୍ଡର ମିଳିବାପରେ ହିଁ ଆପଣ ଏହାକୁ ବନାଇ ପାରିବେ। ଆପଣଙ୍କୁ କେବଳ ଅସାଧାରଣ ବେକିଙ୍ଗ କୌଶଳ ଓ କଞ୍ଚା ମାଲର ଆବଶ୍ୟକତା ରହିଛି। ଏହାପରେ ଆପଣ ସୋସିଆଲ ମିଡ଼ିଆ ଜରିଆରେ ନିଜ ବେକିଙ୍ଗ ବିଜ୍ଞାପନ ଦେଇ ଗ୍ରାହକ ବନାଇ ପାରିବେ।
Child care center:-
ଯଦି ଆପଣଙ୍କୁ ଛୋଟ ପିଲାଙ୍କ ସହିତ ଖେଳିବା ପସନ୍ଦ ତାହେଲେ ଆପଣ ଏକ ଛୋଟ ଡେ କେୟାର ସେଣ୍ଟର ଖୋଲିପାରିବେ। ଆଜି କାଲିର ମାତା-ପିତା ନିଜର ପିଲାଙ୍କ ଡିମାଣ୍ଡ ପୂରଣ କରିବାପାଇଁ କାମରେ ବ୍ୟସ୍ତ ରହୁଛନ୍ତି ଓ ସେମାନେ ଏକ ଭରସାଦାୟକ ଚାଇଲଡ଼ କେୟାର ସେଣ୍ଟର ଖୋଜୁଛନ୍ତି। ଏଥିପାଇଁ ଆପଣ ନିଜର ଘରେ ଡେ-କେୟାର ସେଣ୍ଟର ଆରମ୍ଭ କରିପାରିବେ ଓ ଏଥିସହ ପିଲାଙ୍କ ପାଇଁ ଖେଳନା ମଧ୍ୟ କିଣିପାରିବେ।