ଆକାଶ ଛୁଆଁ ଖାଇବା ତେଲ ଦର, ଲୋକଙ୍କ ପକେଟ ଉପରେ ପଡିବ ପ୍ରଭାବ

0

Get real time updates directly on you device, subscribe now.

ବର୍ତ୍ତମାନ ଦେଶରେ ଯେଉଁଭଳି ଭାବରେ ଦରଦାମ ବୃଦ୍ଧିପାଉଛି ତାକୁ ନେଇ ସାଧାରଣ ଲୋକଙ୍କ ମନରେ ଗୋଟିଏ କଥା ଆମେ ବଞ୍ଚିବୁ କେମିତି କେତେ ଟଙ୍କା ରଜଗାର କଲେ ଘର ଚଳାଇବୁ। ସାଧାରଣ ଲୋକଙ୍କ ମନରେ ଏଭଳି ଭାବନା ସେତେବେଳେ ଆସୁଛି,ଯେତେବେଳେ ଦେଶରେ ପ୍ରତିଟି ଜିନିଷର ମୂଲ୍ୟ ଅହେତୁକ ବୃଦ୍ଧି ହେଉଛି। ପେଟ୍ରୋଲ ଡିଜେଲ୍ କଥା ତ ଛାଡ ରୋଷେଇ ଗ୍ୟାସ ଦର ପ୍ରତିମାସରେ ବୃଦ୍ଧିପାଉଛି । ଆଉ ଏହାରି ମଧ୍ୟରେ ଆଗକୁ ଖାଇବା ତେଲ ଦରବୃଦ୍ଧି ହେବା ନେଇ ଆସିଥିବା ଖବର ଚିନ୍ତାକୁ ଦୁଇଗୁଣ କରି ଦେଇଛି। ଚଳିତବର୍ଷ ଦେଶର ଖାଇବା ତେଲ ଦର ଆକାଶ ଛୁଆଁ ହେବ। ଏହାର ମୁଖ୍ୟକାରଣ ହେଉଛି କଞ୍ଚାମାଲ୍ ର ଅଭାବ ଯାହା ବଜାରରେ ଦର ବୃଦ୍ଧି ଘଟାଇବ ।

ଏନେଇ ସତର୍କ କରାଇଚି ସୋଭରାଷ୍ଟ୍ର ଅଏଲ ମିଲର ଆସୋସିଏସନ୍‌ ବା ଏସଏମ। ଚଳିତବର୍ଷ ଖାଇବା ତେଲ ଡେର ବୃଦ୍ଧ ପାଇବେ ବୋଲି ସଂଙ୍ଘ ଆକଳନ କରିଛି।

ବାଦାମ ତେଲର ୧୬ଲିଟର ବିଶିଷ୍ଟ ଟିଣର ମ୍ୱଲ୍ୟ ୨୭୫୦ ଟଙ୍କା ଥିଲାବେଳେ କପା ମଞ୍ଜି ତେଲ ୨୭୦୦ଟଙ୍କା ପହଞ୍ଚିଲାଣି।ଅନ୍ୟପଟେ ପରିସ୍ଥିତି ଏତେ ଜଟିଳ ହେବାକୁ ଲାଗିଚି ଯେ ଚାଷିଙ୍କ ପାଖରେ କଞ୍ଚାମାଲ ଷ୍ଟକ ନଥିବା ଯୋଗୁ ଏହା ଦେଶରେ ଖାଇବା ତେଲ ବୃଦ୍ଧି କରିବ।କେବଳ ଏତିକି ନୁହେଁ ଆଉ ଏକ ସାଂଘାତିକ ରିପୋର୍ଟ୍ ସଂଘ ପକ୍ଷରୁ ସାମ୍ନାକୁ ଆସିଛି।ଗୁଜୁରାଟ ସରକାରଙ୍କ ପାଖରେ ୧.୫ ଶୁନ ଲକ୍ଷ ଟନ ବାଦାମ ମହଜୁଦ ରହିଛି। ଯଦି ସରକାର ଦର ନିୟନ୍ତ୍ରଣପାଇଁ ଯଦି ମହଜୁଦ ଥିବା ବାଦାମ ବଜାରରେ ଖୋଲି ଦିୟନ୍ତି, ଦର ନିୟନ୍ତ୍ରଣ ହେଇପାରିବନି ବୋଲି ସଂଘ କହିଛି।

ସଂଘ ଆହୁରି ମଧ୍ୟ କହିଛି କି ନଭେମ୍ବର ମାସରେ ବାଦାମର ନୂଆ ଷ୍ଟକ ଆସିଲେ ବି ବଜାରରେ ତୈଳ ଦର ହ୍ରାସ ହୋଇ ନପାରେ କାରଣ ଚଳିତ ବର୍ଷ ଜୁନ ୩୦ ସୁଦ୍ଧା ୧୦ ଲକ୍ଷ ହେକ୍ଟର ରେ ବାଦାମ ଚାଷ ହୋଇଥିଲା। ଅନ୍ୟ ବର୍ଷମାନଙ୍କରେ ବାଦାମ ପ୍ରାୟ ୧୪ ଲକ୍ଷ ହେକ୍ଟର ଜମିରେ ଚାଷ ହେଇଥିଲା।

Leave A Reply

Your email address will not be published.