ଆପଣଙ୍କ ଆଧାର କାର୍ଡରେ ଆଉ କେହି ସିମ ବ୍ୟବହାର କରୁଛି କି ? ତେବେ କିପରି ଆପଣ ଜାଣିବେ ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ କିଣା ହୋଇଛି
ଫୋନ ସିମ କିଣିବାକୁ ହେଲେ ଏବେ ଅନିବାର୍ଯ୍ୟ ହେବ ଆଧାର କାର୍ଡ । ବିନା ଆଧାର କାର୍ଡରେ ଗ୍ରାହକ ସିମ କିଣି ପାରିବେ ନାହିଁ । କାହିଁକି ନା ଆଧାର କାର୍ଡକୁ ପରିଚୟ ପତ୍ର ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଏପରି ଦେଖିବାକୁ ମିଳିଛି କିଛି ସିମ ବିକ୍ରେତା ବିନା ଆଧାର କାର୍ଡରେ ଲୋକଙ୍କୁ ସିମ ଦେଇ ଦିଅନ୍ତି । ଆଉ ପରେ ଜଣାପଡେ ଯେ, ସେହି ସିମଟି ଅନ୍ୟ କାହା ନାମରେ ରେଜିଷ୍ଟ୍ରେଶନ ହୋଇଛି ।
ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ଆଧାର କାର୍ଡରେ କେତେ ସିମ ଆକ୍ଟିଭେଟ ହୋଇଛି ତେବେ ଏହି ପ୍ରଣାଳୀକୁ ଆଧାର କରି ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ଟି-ଏ-ଏଫ୍ କୋପ୍ ପୋର୍ଟାଲର ବ୍ୟବହାର କରିବାକୁ ପଡିବ । ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେଶନ ଟାଫ-କପ୍ ନାମକ ଏକ ୱେବ ପୋର୍ଟାଲ ଲଞ୍ଚ କରିଛି । ଏହି ପୋର୍ଟାଲ ଦ୍ଵାରା ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ ଆକ୍ଟିଭେଟ କରାଯାଇଛି ତାହା ଆପଣ ଜାଣି ପାରିବେ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଆଧାର କାର୍ଡରେ ଆକ୍ଟିଭ ହୋଇଥିବା ସିମ ଅନ୍ୟ କେଉଁ ଗ୍ରାହକ ବ୍ୟବହାର କରୁଛନ୍ତି । ତେବେ ଆପଣ ସେହି ସେବାକୁ ବନ୍ଦ କରିବା ପାଇଁ ଆବେଦନ ମଧ୍ୟ କରିପାରିବେ ।
ଆବେଦନ କରିବା ପାଇଁ ପ୍ରଥମେ ଆପଣଙ୍କୁ ଟାଫ-କପ୍ ୱେବସାଇଟକୁ ଯିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଏହି ଲିଙ୍କ https://tafcop.dgtelecom.gov.in ଉପରେ କ୍ଲିକ କରିବାକୁ ହେବ । ୱେବସାଇଟର ହୋମପେଜ୍ ଖୋଲିବା ପରେ ସେଠାରେ ଆପଣଙ୍କୁ ନିଜ ମୋବାଇଲ ନମ୍ବର ଦେବାକୁ ପଡିବ ଓ ଏହାପରେ ଓ-ଟି-ପି ପାଇଁ ରିକ୍ୟୁଏଷ୍ଟ କରିବାକୁ ପଡିବ । ଡି-ଓ-ଟି ପକ୍ଷରୁ ଓ-ଟି-ପି ଆସିବା ପରେ ଆପଣଙ୍କୁ ସାଇନ ଇନକୁ ଭାଲିଡେଟ କରିବାକୁ ପଡିବ । ଭାଲିଡେଟ ହୋଇଯିବା ପରେ ସେହି ମୋବାଇଲ ନମ୍ବର କେଉଁ ଆଧାର କାର୍ଡ ସହ ଯୋଡି ହୋଇ ରହିଛି ତାହା ଜଣା ପଡିଯିବ ।
ଯେଉଁ ସିମ ଆପଣଙ୍କ ଆଧାର କାର୍ଡ ଦ୍ଵାରା ଜାରି କରା ଯାଇଥିବ କିନ୍ତୁ ଆପଣଙ୍କ ସେହି ସିମ ହୋଇ ନଥିବ ତେବେ ସେହି ସିମକୁ ବନ୍ଦ କରିବାର ନିବେଦନ ମଧ୍ୟ ଆପଣ ଏହି ୱେବ ପୋର୍ଟାଲ ମାଧ୍ୟମରେ କରିପାରିବେ । ଏଠାରେ କହି ରଖୁଛୁ କି, ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେଶନ ଗାଇଡଲାଇନ ଅନୁସାରେ ଗୋଟିଏ ଆଧାର କାର୍ଡ ସହ ୯ଟି ସିମକୁ କନେକ୍ସନ ମିଳିପାରିବ ।