ନିଜକୁ ଭଗବାନ ବନେଇ ଦେହ ଭଲ କରିଦେବ କହି ନୂଆବୋହୂକୁ ବାରମ୍ବାର ଦୁଃଷ୍କର୍ମ କଲେ ବାବା

0

Get real time updates directly on you device, subscribe now.

ଦେହ ଭଲ କରିଦେବା ବାହାନାରେ ନବ ବିବାହିତାଙ୍କୁ ବାବା କରିଛନ୍ତି ଦୁଃଷ୍କର୍ମ। ଦୁଃଷ୍କର୍ମ କରିଲେ ଓ ବାବା କହିଲେ ତୋ ମୋ ଭିତରେ ଯେଉଁ ସମ୍ପର୍କ ରହିଛି ତାହା ସିଧାସଳଖ ଭଗବାନଙ୍କ ସହିତ ସମ୍ପର୍କ ରହିଛି। ତୁ ଯଦି ଏହି ବିଷୟରେ କାହାରିକୁ ଜଣାଇବୁ ତେବେ ତୋତେ ତୋର ଫଳ ମିଳିବ ନାହିଁ। କିନ୍ତୁ ମହିଳା ଜଣକ ନିଜର ସ୍ୱାମୀଙ୍କୁ ସମସ୍ତ କଥା କହିଦେଇଥିଲେ। ଏହିପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟେଲି ଥାନା ଅନ୍ତର୍ଗତ କଲରାଝୁରି ଗ୍ରାମରେ।

କଲରାଝୁରି ଗ୍ରାମର ବିଜୟ କୁମାର ନାୟକ ଯିଏକି କମଙ୍ଗା ହାଇସ୍କୁଲରେ ସଙ୍ଗୀତ ଶିକ୍ଷକ ଥିବା ବେଳେ କମଙ୍ଗା ଗ୍ରାମର ଇଷ୍ଟ ଦେବୀ କମଙ୍ଗେଇର ବରୁଆ ଭାବରେ ପରିଚିତ। ଅନେକ ଲୋକଙ୍କୁ ଗୁଣିଗାରେଡ଼ି କରି ଭଲ କରୁଛନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରୁଛନ୍ତି। ଦୁଃଖର କଥା ହେଉଛିକି ନିଜକୁ ବରୁଆ କହୁଥିବା ଏହି ବ୍ୟକ୍ତି ନିଜର ଶାରୀରିକ ତୃଷାକୁ ମେଣ୍ଟାଇବା ପାଇଁ ଜଣେ ମହିଳାଙ୍କ ସହିତ ବଳାତ୍କାର କରିଛନ୍ତି। ଏହାକୁ ନେଇ ଭଟେଲି ଥାନାରେ ଅଭିଯୋଗ ହୋଇଛି। ଏହା ଉପରେ ଅଭିଯୁକ୍ତ କହିଥିଲେକି ତାଙ୍କ ଉପରେ ମିଥ୍ୟା ଆରୋପ ଲାଗିଛି।

ଏହି ନବ ବିବାହିତାଙ୍କର ବାହାଘର ୬ମାସ ପୂର୍ବେ ହୋଇଥିଲା। ଓ ଉଭୟ ଦମ୍ପତି ପ୍ରେମ ବିବାହ କରିଥିଲେ। ବିବାହ କରିବା ପରେ ମହିଳାଙ୍କ ଦେହ ଠିକ ରହୁନଥିଲା। ତାପରେ ସେ ସ୍କୁଲ ଶିକ୍ଷକ ତଥା ଭଣ୍ଡ ବାରୁଆଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଭଣ୍ଡ ବାବା ଜଣକ ତାଙ୍କ ଦେହ ଠିକ କରିଦେବା ବାହାନାରେ ଘରକୁ ଡାକିଥିଲେ ଓ ସବୁ ଦେବଦେବୀଙ୍କୁ ଦେଖାଇ ଭ୍ରମିତ କରାଇଥିଲେ। ତାପରେ ଭଣ୍ଡ ଜଣକ ତାଙ୍କ ସହିତ ଦୁଃଷ୍କର୍ମ କରିଲେ। ଆଉ କହିଥିଲେ ତୁ ଯଦି ବାହାରେ କହିବୁ ତୋତେ ଏହାର ସୁଫଳ ମିଳିବ ନାହିଁ। ତାପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ପୀଡିତ, ଭଟେଲି ଥାନା ଅଧିକାରୀ ଭଣ୍ଡ ବାବା ବିଜୟଙ୍କୁ ଥାନାରେ ଅଟକ ରଖି ତାଙ୍କୁ ପଚରାଉଚରା କରୁଛନ୍ତି।

Leave A Reply

Your email address will not be published.