କଣ ଏହାକୁ କହନ୍ତି ମୃତ୍ୟୁ କୁ ମାତ୍ ଦେବା, ଆଉ ଟିକେ ମାତ୍ର ବିଳମ୍ବ ହୋଇଥିଲେ ଭୂମି ଭିତରେ ଚାପି ହୋଇ ମରି ଯାଇଥାନ୍ତା ଏହି ବ୍ୟକ୍ତି ଜଣକ

0

Get real time updates directly on you device, subscribe now.

ଚୀନର ଦକ୍ଷିଣ ପଶ୍ଚିମ ସିଞ୍ଚୁଆନ ପ୍ରାନ୍ତରେ ଜଣେ କାର ଡ୍ରାଇଭର ଏକ ଭୟାନକ ଭୁସ୍ଖଳନରୁ ବର୍ତ୍ତିବାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଦୁର୍ଘଟଣା ଜୁଲାଇ 5 ତାରିଖରେ ଘଟିଥିଲା ଯେବେ ଭୁସ୍ଖଳନ ଯୋଗୁଁ ରାସ୍ତାର ମାଟି ଖସି ଯାଇଥିଲା। କ୍ଲିପ କୋ ନାଓ ଦିସ ନ୍ୟୁଜ ଏହି ଭିଡ଼ିଓକୁ ଟ୍ୱିଟରରେ ଶେୟର କରିଥିଲା। ଏହି ଭିଡ଼ିଓରେ ଏକ କାର ସୁଡ଼ଙ୍ଗ ପାଖ ଦେଇ ବହୁତ ଦ୍ରୁତ ଗତିରେ ଯାଉଥିବାର ଦେଖିବାକୁ ମିଳୁଛି, କାରଟି ଅଚାନକ ଭୂମି ଭିତରକୁ ଖସି ପଡ଼ୁଛି ଓ କାର ଡ୍ରାଇଭର ଜଣକ ନିଜ ଜୀବନ ବଞ୍ଚାଇ ତୁରନ୍ତ ଭୂମି ଭିତରୁ ଚାଲି ଆସୁଛନ୍ତି।

ଭୁସ୍ଖଳନ ଠାରୁଅଳ୍ପକେ ବର୍ତ୍ତିଲେ କାର ଚାଳକ:-

ଟ୍ୱିଟରରେ ଭିଡ଼ିଓ ଶେୟର କରି ନାଓ ନ୍ୟୁଜ। କ୍ୟାପ୍ସନରେ ଲେଖିଥିଲା କି, ଏକ ଫିଲ୍ମ ଶୁଟିଂ ହେବାପରି କାରଟି ବହୁତ ଦ୍ରୁତ ଗତିରେ ମାଟି ଭିତରକୁ ଚାଲିଗଲା ଓ ଡ୍ରାଇଭର ତୁରନ୍ତ ଏକ ଆକ୍ସନ ହିରୋ ପରି ଭୂମି ତଳୁ ବାହାରକୁ ଚାଲି ଆସିଲେ। ସୌଭାଗ୍ୟବଶତଃ ଏଥିରେ କାହାରି କିଛି ହୋଇନାହିଁ।

ଜଣାଇଦେଉଛୁ ଯେ, ଚୀନର ଉତ୍ତର ଭାଗ ଅଚାନକ ରୂପରେ ଉଚ୍ଚ ତାପମାତ୍ରାର ଅନୁଭବ କରୁଛି। କିନ୍ତୁ ଅନ୍ୟ ପଟରେ ଦକ୍ଷିଣ ଭାଗରେ ଆଦ୍ରତା ଦେଖିବାକୁ ମିଳୁଛି। ଏହାପରେ ଲଗାତାର ବର୍ଷା ହେବା କାରଣରୁ ଏଠାରେ ଭୁସ୍ଖଳନ ହେବା ସ୍ବଭାବିକ ଅଟେ।

ଉତ୍ତରାଖଣ୍ଡରେ ମଧ୍ୟ ହୋଇସାରିଛି ଏମିତି ଏକ ଘଟଣା:-

ବିଗତବର୍ଷ ଉତ୍ତରାଖଣ୍ଡର ଟିହରୀ ଜିଲ୍ଲାରେ ଋଷିକେଶ-ଚମ୍ବା ରାସ୍ତାରେ ଏକ ଚଟାଣ ଧସିଯିବାରୁ ବାଇକ ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ଭୁସ୍ଖଳନ ଯୋଗୁଁ ଏକ ମୁଖ୍ୟ ପାଣି ପାଇପଲାଇନ କ୍ଷତିଗ୍ରସ୍ତ ହୋଇଥିଲା ଓ ଲୋକମାନଙ୍କ ଯାତାୟାତରେ ବାଧା ଉପୁଜିଥିଲା। ଏହି ଘଟଣା ଚମ୍ବା ଠାରୁ 15 କିଲୋମିଟର ପୂର୍ବରୁ ନାଗନୀ ପେଟ୍ରୋଲ ପମ୍ପ ପାଖରେ ହୋଇଥିଲା। ଏହାପରେ ପାହାଡ଼ରୁ ଭାରି ପଥର ଓ ବୋଲ୍ଡର ପଡ଼ିବା ଯୋଗୁଁ ରାସ୍ତାକୁ ବନ୍ଦ କରାଯାଇଥିଲା।

Leave A Reply

Your email address will not be published.