NASA ର ନୂଆଁ ସ୍ପେସ ଟେଲିସ୍କୋପ ଦ୍ବାରା ଉଠାଯାଇଥିବା ପ୍ରଥମ ଫଟୋ ଆସିଲା ସାମ୍ନାକୁ, ଦେଖାଗଲା ବ୍ରହ୍ମାଣ୍ଡର ନୂଆଁ ରୂପ
ସ୍ପେସ ଏଯେନ୍ସି ନାସା ଅନ୍ତରିକ୍ଷର ସ୍ଵତନ୍ତ୍ର ଫଟୋ ପଠାଇଛି । ଏହି ଫଟୋ ନିଜେ ଅନନ୍ୟ, କାରଣ ଏହାକୁ NASA ର ନୂଆଁ ସ୍ପେସ ଟେଲିସ୍କୋପ ଦ୍ବାରା ଉଠାଯାଇଛି । ଫଟୋଟି ଏଥିପାଇଁ ନିଜେ ନିଜେ ଅନନ୍ୟ, କାରଣ ଏହା ବ୍ରହ୍ମାଣ୍ଡର ସବୁଠାରୁ ଗଭୀର ଦୃଶ୍ୟ ଦେଖାଇଥାଏ ।
James Webb Space Telescope ଦ୍ବାରା ଉଠାଯାଇଥିବା ବ୍ରହ୍ମାଣ୍ଡର ଚିତ୍ରକୁ ସୋମବାର ଦିନ ରିଲିଜ୍ କରାଯାଇଛି । ଏଥିପାଇଁ ହ୍ୱାଇଟ ହାଉସରେ ପ୍ରିଭ୍ୟୁ ଇଭେଣ୍ଟ ରଖାଯାଇଥିଲା । ରାଷ୍ଟ୍ରପତି ଜୋ ବାଇଡେନ ଏହି ଫଟୋକୁ ରିଲିଜ୍ କଲେ । ଏହି ଅବସରକୁ ରାଷ୍ଟ୍ରପତି ଜୋ ବାଇଡେନ ଐତିହାସିକ ବୋଲି କହିଥିଲେ ।
ନାସାର ନୂଆଁ ଟେଲିସ୍କୋପର ଏହି ଫଟୋ ବହୁତ୍ ବିଶେଷ ଅଟେ । ବ୍ରହ୍ମାଣ୍ଡର ନିଆଯାଇଥିବା ଫଟୋ ମଧ୍ୟରୁ ଏହା ସବୁଠାରୁ ଅଧିକ ଗଭୀର ଇନ୍ଫ୍ରାରେଡ ଫଟୋ ଅଟେ ।
James Webb Space Telescope ଦ୍ଵାରା galaxy cluster SMACS 0723 (ଅନେକ ଗ୍ୟାଲେକ୍ସିର ଗୋଟିଏ ସମୂହ) ର ଫଟୋ ନିଆଯାଇଛି । ଏହି ଫଟୋକୁ Webb’s First Deep Field କୁହାଯାଉଛି । ଏଥିରୁ ବ୍ରହ୍ମାଣ୍ଡର ଅନେକ ସୂଚନା, ଡିଟେଲ ମିଳିଥାଏ । ଫଟୋରେ ହଜାର ହଜାର ଗ୍ୟାଲେକ୍ସି ଏକାବେଳେ ଦେଖା ଯାଉଛନ୍ତି । ଏଥିରେ ପୁରୁଣା, ଦୂରରେ ଥିବା ଏବଂ ଅସ୍ପଷ୍ଟ ଦେଖାଯାଉଥିବା ଗ୍ୟାଲେକ୍ସି ମଧ୍ୟ ସାମିଲ ଅଛନ୍ତି ।
ନୂଆଁ ଟେଲିସ୍କୋପ 900 କୋଟି ଡ଼ଲାରରେ ପ୍ରସ୍ତୁତ ହୋଇଛି :-
It's here–the deepest, sharpest infrared view of the universe to date: Webb's First Deep Field.
Previewed by @POTUS on July 11, it shows galaxies once invisible to us. The full set of @NASAWebb's first full-color images & data will be revealed July 12: https://t.co/63zxpNDi4I pic.twitter.com/zAr7YoFZ8C
— NASA (@NASA) July 11, 2022
James Webb Space Telescope ଅନ୍ତରୀକ୍ଷକୁ ପଠାଯାଇଥିବା ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ବଡ ଏବଂ ସବୁଠାରୁ ଜଟିଳ ଅଭଜରଭେଟ୍ରି ଅଟେ । ଏହି ଇନ୍ଫ୍ରାରେଡ ଟେଲିସ୍କୋପକୁ ତିଆରି କରିବାରେ ପ୍ରାୟ 900 କୋଟି ଡ଼ଲାରର ଖର୍ଚ୍ଚ ହୋଇଥିଲା । ଦକ୍ଷିଣ ଆମେରିକାର ଉତ୍ତରପୂର୍ବ କୂଳରେ ଫ୍ରେଞ୍ଚ୍ ଗୁୟାନା ଦ୍ଵାରା ଏହାକୁ ଖ୍ରୀଷ୍ଟମାସରେ(2021) ଲଞ୍ଚ କରାଯାଇଥିଲା । ଏହାର ଓଜନ ପ୍ରାୟ 6,350 କିଲୋ ଅଟେ ।
ନାସା ଏହି କାମ ୟୁରୋପିଆନ ସ୍ପେସ ଏଯେନ୍ସି(ESA) ଏବଂ କାନାଡା ସ୍ପେସ ଏଯେନ୍ସି(CSA) ସହିତ ମିଶି କରିଛି । ବର୍ତ୍ତମାନ James Webb Space Telescope ର ପ୍ରଥମ ଫୁଲ କଲର ଫଟୋକୁ ମଧ୍ୟ ରିଲିଜ୍ କରାଯିବ ।