15 ଲକ୍ଷ ଟଙ୍କାରେ ଦୁଇଜଣ ସୁଟର୍ସ… ଦୁଇ ସ୍ତ୍ରୀ ମିଶି କଲେ ଷଡ଼ଯନ୍ତ୍ର, କରିଦେଲେ ସ୍ୱାମୀର ହତ୍ୟା

0

Get real time updates directly on you device, subscribe now.

ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଦୁଇ ସ୍ତ୍ରୀ ମିଶି ତାଙ୍କର ହତ୍ୟା କରିଦେଲେ । ଏହି ହତ୍ୟା ପାଇଁ 15 ଲକ୍ଷ ଟଙ୍କା ଦେଇ ଦୁଇଜଣ ସୁଟର ହାୟର କରାଗଲା । ଏହି ମାମଲାରେ ପୋଲିସ କହିଛି ଯେ ଜୁଲାଇ 6 ତାରିଖରେ ସଞ୍ଜୀବ କୁମାର ନାମକ ଡିଟିଶି ଡ଼୍ରାଇଭରଙ୍କର ଗୁଳି କରି ହତ୍ୟା କରି ଦିଆଯାଇଥିଲା । ସଞ୍ଜୀବ କୁମାରଙ୍କ ଦୁଇ ସ୍ତ୍ରୀ ଏବଂ ତାଙ୍କର ଗୋଟିଏ ଝିଅ ମିଶି ଏହି ଷଡ଼ଯନ୍ତ୍ର କରିଛନ୍ତି ।

ସୂଚନା ଅନୁଯାୟୀ, ଜୁଲାଇ 6 ତାରିଖରେ ପୋଲିସକୁ ଖବର ମିଳିଥିଲା ଯେ ସଞ୍ଜୀବ କୁମାର ନାମକ ଜଣେ ବ୍ୟକ୍ତିଙ୍କର ଆକ୍ସିଡେଣ୍ଟ ହୋଇଯାଇଛି । ତାଙ୍କ ସହିତ ତାଙ୍କ ଝିଅ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ସ୍ତ୍ରୀ ଗୀତା ପୋଲିସକୁ ଖବର ଦେଇଥିଲେ ଯେ ସେ ପରିବା କିଣିବାକୁ ଯାଉଥିଲେ, ଏହି ସମୟରେ ଆକ୍ସିଡେଣ୍ଟ ହେଲା ଏବଂ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଯାଇଛି ।

ପୋଲିସ ଏହି ମାମଲାରେ ପୋଷ୍ଟମର୍ଟମ କରିବାରୁ ଜଣାପଡ଼ିଲା ଯେ ସଞ୍ଜୀବ କୁମାରଙ୍କୁ ଗୋଟିଏ ଗୁଳି ବାଜିଥିଲା, ଯାହାଦ୍ଵାରା ତାଙ୍କର ମୃତ୍ୟୁ ହୋଇଗଲା । ପୋଲିସକୁ ଯେତେବେଳେ ଗୀତା ଉପରେ ସନ୍ଦେହ ହେଲା ସେତେବେଳେ କଠୋର ଭାବେ ପଚରାଉଚରା କଲା । ଆରମ୍ଭରେ ଗୀତା ପୋଲିସକୁ ମିଛ କହି କାହାଣୀ ଶୁଣାଇଲା ଯେ ଡିଟିସିର ୱାର୍କର୍ସ ତାଙ୍କ ସ୍ଵାମୀ ସଞ୍ଜୀବ କୁମାରଙ୍କୁ ଅନେକଥର ଜୀବନରୁ ମାରିଦେବାର ଧମକ ମିଳିଥିଲା ।

ପୋଲିସ ଡିଟିସି ଡ୍ରାଇଭର ଏବଂ ୱାର୍କର ମାନଙ୍କୁ ପଚରାଉଚରା କଲା, କିନ୍ତୁ କୌଣସି ସୂଚନା ମିଳିଲା ନାହିଁ । ପୋଲିସ ଗୀତାଙ୍କ ମୋବାଇଲ୍ ଚେକ୍ କଲେ । ସେହି ମୋବାଇଲରେ ଗୋଟିଏ ଫଟୋ ଡିଲିଟ ଥିଲା । ଏହି ଫଟୋ ଗୋଟିଏ ବାଇକର ଥିଲା । କଠିନ ଭାବେ ପଚାରିବାରୁ ଗୀତା ସବୁ ସତ ମାନିଗଲା ।

ସେ କହିଲା ଯେ ସେ ଏବଂ ସଞ୍ଜୀବଙ୍କ ପ୍ରଥମ ସ୍ତ୍ରୀ ମିଶି ଇକବାଲ ଏବଂ ନଇମ୍ ନାମକ ଦୁଇଜଣ ସୁଟର ହାୟର କରିଥିଲେ । ଏହି ହତ୍ୟା ପାଇଁ 15 ଲକ୍ଷ ଟଙ୍କା ଦିଆଯିବ ବୋଲି ମଧ୍ୟ କଥା ହୋଇଥିଲା । ଏହାପରେ ଜୁଲାଇ 6 ତାରିଖରେ ଗୀତା, ତାଙ୍କ ଝିଅ ଏବଂ ସଞ୍ଜୀବ କୁମାର ବାଇକ୍ ଦ୍ଵାରା ପରିବା ଆଣିବାକୁ ଯାଇଥିଲେ, ଯେଉଁଠାରେ ଅଭିଯୁକ୍ତ ପୂର୍ବରୁ ହିଁ ହତ୍ୟା କରିବାକୁ ଅପେକ୍ଷା କରି ରହିଥିଲେ । ସେମାନେ ସେଠାରେ ପହଞ୍ଚିବା ମାତ୍ରେ ସଞ୍ଜୀବ କୁମାରଙ୍କୁ ଗୁଳି କରି ହତ୍ୟା କରିଦେଲେ । ବର୍ତ୍ତମାନ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଦୁଇ ସୁଟର୍ସଙ୍କୁ ମଧ୍ୟ ଖୋଜୁଛି ।

Leave A Reply

Your email address will not be published.