ମୂଷାମାନେ ଘରେ କୁଣିଆ ଭଳି ରହିଥାନ୍ତି|ଘରୁ ଖାଦ୍ୟ ଚୋରାଇବା ଠାରୁ ଆରମ୍ଭ କରି ଖରାପ କରିବା ଓ ଏଠାରେ ସେଠାରେ ଅପରିଷ୍କାର କରିବା ତାଙ୍କର କାମ|ସେତେବେଳେ ସୀମା ଅତିକ୍ରମ କରେ ଯେତେବେଳେ ରୋଷେଇର କୈାଣସି ସାମନ ହଟାଇବା ମାତ୍ରେ ମୂଷା ଦୈାଡି ଥାଏ|ଯଦି ଆପଣଙ୍କ ସହ ଏଭଳି ହେଉଛି ଓ ଆପଣ ମୂଷା ଭଗାଇବାକୁ ଚାହୁଁଛନ୍ତି ତେଵେ ଚାଲନ୍ତୁ କିଛି ଘରୋଇ ଉପାୟ ବିଷୟରେ ଆଲୋଚନା କରିବା|
ପିଆଜ:
ମୂଷା ପିଆଜ ଗନ୍ଧରେ ଅତିଷ୍ଠ ହୋଇଥାଏ କାରଣ ଏହା ତାଙ୍କ ପାଇଁ ବିଷ ସଦୃଶ ହୋଇଥାଏ|ମୂଷା ବୁଲୁଥିବା ଜାଗାରେ ପିଆଜ କାଟି ରଖିପାରିବେ|ଯଦି ଆପଣଙ୍କ ଘରେ କୈାଣସି ଗୃହପାଳିତ ପଶୁ ରହିଛି ତେଵେ ଏହା ତା ପାଇଁ ସଠିକ ସାବ୍ୟସ୍ତ ହେବ ନାହିଁ ତେଣୁ ପିଆଜକୁ ଦୈନିକ ବଦଳାଇ ଦିଅନ୍ତୁ ଫଳରେ ତାର ଗନ୍ଧ ମୂଷାକୁ ପ୍ରଭାବିତ କରିବ|
ଲାଲ୍ ଲଙ୍କା:
ଲାଲ୍ ଲଙ୍କାକୁ ଦୀର୍ଘ ସମୟରୁ ଏହି ମୂଷା ଓ କୀଟକୁ ଭଗାଇବା ପାଇଁ ବ୍ୟବହାର କରାଯାଏ|ଯେଉଁଠାରୁ ମୂଷା ଆସନ୍ତି ଓ ଯେଉଁଠି ତାଙ୍କ ଠିକଣା ସେଠାରେ ଲାଲ ଲଙ୍କା ଗୁଣ୍ଡ ଛିଞ୍ଚି ପାରନ୍ତି|
ରସୁଣ:
ମୂଷା ମାରିବା ପାଇଁ ରସୁଣରୁ ଔଷଧ ବନାଇବା ସହଜ|ପାଣିରେ ରସୁଣକୁ ଛୋଟଛୋଟ କାଟି ମିଳାଇ ଦିଅନ୍ତୁ|ଆପଣ ରସୁଣ କୁଳକୁ ବି ଘରର ଜାଗା ଜାଗାରେ ରଖିପାରିବେ|
ଲବଙ୍ଗ:
ଲବଙ୍ଗ ବା ଲବଙ୍ଗ ତେଲ ମୂଷା ଭଗାଇବା ପାଇଁ ବ୍ୟବହାର କରାଯାଏ|ଲଵଙ୍ଗ ଖଣ୍ଡକୁ କପଡ଼ାରେ ଗୁଡ଼ାଇ ଏଠାରେ ସେଠାରେ ରଖି ଦିଅନ୍ତୁ|
ଲବଙ୍ଗ ତେଲକୁ ମଧ୍ୟ ଏଭଳି ବ୍ୟବହାର କରାଯାଇ ପାରିବ|
ପେପରମିଣ୍ଟ:
ମୂଷାକୁ ପେପରମିଣ୍ଟ ଗନ୍ଧ ଅସହ୍ୟ ଲାଗେ|ଗୋଟିଏ ତୁଳାରେ ପେପରମିଣ୍ଟ ଲଗାଇ ମୂଷା ବୁଲିବା ଜାଗାରେ ଛାଡି ଦିଅନ୍ତୁ|ମୂଷା ନିଜେ ଦୈାଡି ପଳାଇବେ|