ଦଶମରେ ଥାର୍ଡ଼ ଡିଭିଜନରେ ପାସ ହୋଇଥିବା ଆଇଏଏସ ଅଫିସରଙ୍କ ମାର୍କସିଟ ଭାଇରାଲ

0

Get real time updates directly on you device, subscribe now.

ବିହାରର ଆଇଏଏସ ଅଫିସର ଅବିନାଶ ଶରଣଙ୍କ ଦଶମ ମାର୍କସିଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ମାର୍କସିଟକୁ ଦେଖି ପ୍ରତ୍ୟେକ ହଇରାଣ ହୋଇଯାଉଥିବା ସହିତ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଲୋକମାନେ ଏହି ମାର୍କସିଟରେ ପାଇଥିବା ନମ୍ବରକୁ ଦେଖି ହଇରାଣ ହୋଇଯାଇଛନ୍ତି ଓ କହୁଛନ୍ତି ଏତେ ଅଳ୍ପ ନମ୍ବର ପାଇଥିବା ଛାତ୍ର କେମିତି ଜଣେ ଆଇଏଏସ ଅଫିସର ହେବ? କିନ୍ତୁ ଅବିନାଶ ଶରଣ ଏହା କରିଦେଖାଇଛନ୍ତି ଓ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମାର୍କସିଟ:-

ବିହାରରେ ରହୁଥିବା ଛତିଶଗଡ଼ କ୍ୟାଡ଼ରର ଆଇଏଏସ ଅବିନାଶ ସୋସିଆଲ ମିଡ଼ିଆରେ ବହୁତ ଫେମସ ଅଟନ୍ତି ଓ ସେ ଟ୍ୱିଟରରେ ନିତିଦିନ କିଛି ନା କିଛି ପୋଷ୍ଟ ମଧ୍ୟ କରି ରହୁଥାଆନ୍ତି। ସେ ସର୍ବଦା ଲୋକଙ୍କୁ ମୋଟିଭେଟ କରୁଛନ୍ତି। ଏବେଏବେ ସେ ନିଜର ଦଶମ ମାର୍କସିଟ ସୋସିଆଲ ମିଡ଼ିଆରେ ଶେୟର କରିଛନ୍ତି।

ତାଙ୍କର ଦଶମ ମାର୍କସିଟ ଦେଖିଲେ ସେ ଥାର୍ଡ଼ ଡିଭିଜନରେ ପାସ କରିଥିଲେ ଓ ଗଣିତରେ 100 ରୁ 31 ନମ୍ବର ରଖିଥିଲେ। ବିଜ୍ଞାନରେ ମାତ୍ର ପାସ ମାର୍କ ହିଁ ରଖିପାରିଥିଲେ। ଏହି ମାର୍କ ଦେଖି ଲୋକେ ବିଶ୍ବାସ କରି ପାରୁନାହାନ୍ତି ଯେ, ସେ ଜଣେ ଆଇଏଏସ ଅଫିସର ହୋଇସାରିଛନ୍ତି।

ତାଙ୍କର ଏହି ମାର୍କସିଟ 1996 ମସିହାର ଅଟେ। ମାର୍କସିଟ ସୋସିଆଲ ମିଡ଼ିଆକୁ ଆସିବାପରେ 22 ହଜାର ଲୋକେ ଏହାକୁ ଲାଇକ କରି ରିଟ୍ୱିଟ ମଧ୍ୟ କରିଛନ୍ତି। କିଛି ଲୋକେ ଅବିନାଶଙ୍କ ଏହି ସଫଳତା ପାଇଁ ତାଙ୍କୁ ଆଦର୍ଶ ମାନିନେଇଛନ୍ତି। କିଛି ଲୋକେ ଯାହାର ଦଶମ ବୋର୍ଡ଼ ପରୀକ୍ଷାରେ କମ ନମ୍ବର ଥିଲା ସେମାନେ ମଧ୍ୟ ୟୁପିଏସି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏହାଦେଖି ଜଣେ ୟୁଜର୍ସ କମେଣ୍ଟରେ ଲେଖିଥିଲେ କି, “ଡ଼ିଗ୍ରୀ ମାତ୍ର ଏକ କାଗଜ ଖଣ୍ଡ ଅଟେ”। ଅନ୍ୟ ଜଣେ ୟୁଜର୍ସ ଲେଖିଥିଲେ,” ଆପଣଙ୍କ ମାର୍କସିଟ ମୋତେ ବହୁତ ପ୍ରେରିତ କରିଛି”। ଅନ୍ୟ ଜଣେ ୟୁଜର୍ସ ଲେଖିଥିଲେ, “ଆପଣଙ୍କ ବୋର୍ଡ଼ ପରୀକ୍ଷାରେ କମ ନମ୍ବର ଥିଲେ ଆପଣ ଭାଙ୍ଗି ପଡ଼ନ୍ତୁ ନାହିଁ ବରଂ ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ”।

ଅବିନାଶ କମ ନମ୍ୱର ଆଣିଥିବା ପିଲାଙ୍କ ପ୍ୟାରେଣ୍ଟସଙ୍କୁ ଦେଲେ ଏହି ସୂଚନା:-

ଆମେ ଜାଣିଛେ କି, ୟୁପିଏସି ପରୀକ୍ଷା ଏତେ ସହଜ ହୋଇନଥାଏ। ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ ତେବେ ଯାଇ ଆପଣଙ୍କୁ ଏହି ସଫଳତା ମିଳିଥାଏ। ଆଉ ଏକ ପୋଷ୍ଟରେ ଅବିନାଶ ଲେଖିଥିଲେ କି, ଜଣେ ବିଦ୍ୟାର୍ଥୀ ଦଶମରେ 44 ପ୍ରତିଶତ, ଦ୍ଵାଦଶରେ 65 ପ୍ରତିଶତ ଓ ଗ୍ରାଜୁଏସନରେ 60.7 ପ୍ରତିଶତ ମାର୍କ ରଖିଥିଲେ। କିନ୍ତୁ ସେ ନିଜର ସକାରାତ୍ମକ ମନରେ ୟୁପିଏସିରେ 77 ରାଙ୍କ ହାସଲ କଲେ।

ଅବିନାଶ କହିଥିଲେ, ମୋ ଏକାଡେମିକ ଅନୁଷ୍ଠାନ ବହୁତ ଅନୁରୋଧ କରିଥିଲେ, ଏହାକୁ ପୋଷ୍ଟ କରିବାପାଇଁ ଓ ମୁଁ ଏହାକୁ ପୋଷ୍ଟ କରିଥିଲି। ମୁଁ ମୋ ସ୍କୁଲ ଓ କଲେଜରେ ବହୁତ ଖରାପ ମାର୍କ ଆଣିଥିଲି କିନ୍ତୁ ଏଥିରେ କାହାରିକୁ ପଠାପଢ଼ାରେ ଅବହେଳା କରିବାକୁ ପ୍ରେରିତ କରାଯାଉ ନାହିଁ।

Leave A Reply

Your email address will not be published.