ମାଗଣାରେ ମିଳୁଅଛି ୨୦୦୦ ଟଙ୍କାର ରିଚାର୍ଜ ଅଫର, ଏମିତି ନିଅନ୍ତୁ ଲାଭ

0

Get real time updates directly on you device, subscribe now.

ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ସମୟ ସମୟରେ ନିଜର ୟୁଜର୍ସଙ୍କ ପାଇଁ ଅନେକ ପ୍ରକାର ନୂଆ ନୂଆ ଅଫର ନେଇ ଆସନ୍ତି। ସେଥିପାଇଁ ବଜାରରେ ରିଲାଏନ୍ସ ଜିଓର ଚାହିଦା ଅନ୍ୟ ଟେଲିକମ କମ୍ପାନୀ ମୁକାବିଲାରେ ଅଧିକ ଅଛି। ଜିଓ ନିକଟରେ ମୋଟରୋଲାର ଲେଟେଷ୍ଟ ସ୍ମାର୍ଟଫୋନ ମୋଟୋ G42 କିଣିବା ଉପରେ ବଡ ଅଫର ଦେଉଅଛି। କମ୍ପାନୀ ଏହି ଫୋନ ଉପରେ ଗ୍ରାହକଙ୍କୁ ୨୦୦୦ ଟଙ୍କାର ମାଗଣା ରିଚାର୍ଜ ଦେବାର ଘୋଷଣା କରିଛି। ଏହି ସ୍ମାର୍ଟଫୋନକୁ କମ୍ପାନୀ ୧୩୯୯୯ ଟଙ୍କାରେ ୪ଜିବି ରାମ ଓ ୬୪ଜିବି ରୋମ ସହିତ ଲଞ୍ଚ କରିଥିଲେ। ଏଥିରେ ୬.୪ ଇଞ୍ଚର ଏମଓଏଲଇଡି ପ୍ଲସ ଡିସ୍ପ୍ଲେ ଓ ଡିଭାଇସ ସହିତ କ୍ୱାଲକମ ସ୍ନାପଡ୍ରାଗନ ୬୮୦ ଅକ୍ଟୋ-କୋର ପ୍ରୋସେସର ଦ୍ବାରା ସଞ୍ଚାଳିତ କରାଯାଉଛି। ଏହି ସ୍ମାର୍ଟଫୋନ ୩ ବର୍ଷର ଅପଡେଟ ସହିତ ଆଣ୍ଡ୍ରଏଡ ୧୩ର ସୁନିଶ୍ଚିତ ଅପଡେଟ ଅଛି। ଯଦି କୌଣସି ଗ୍ରାହକ ଏହାକୁ କିଣନ୍ତି ତେବେ ରିଲାଏନ୍ସ ଜିଓ ତରଫରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଏଥିରେ ଆପଣଙ୍କୁ ମିଳିବ।

୧୧ ଜୁଲାଇରୁ ଆରମ୍ଭ ହେବ ବିକ୍ରୀ:-

ଏହି ସ୍ମାର୍ଟଫୋନର ପ୍ରଥମ ବିକ୍ରୀ ୧୧ ଜୁଲାଇ ୨୦୨୨ର ଦ୍ୱିପହର ୧୨:୦୦ ପାଖରୁ ଆରମ୍ଭ ହେବ। ପ୍ରତ୍ୟେକ ୫୦ ଟଙ୍କାର ଚାଳିଶ କୁପନ ହେବ, ଯାହାକୁ ଉପଭୋକ୍ତା ନିଜର ରିଚାର୍ଜରେ ଲାଗୁ କରିପାରିବେ। ଏହି କୁପନ ୩୧ ମେ ୨୦୩୦ ପର୍ଯ୍ୟନ୍ତ ବୈଧ ରହିବ। ଏଠାରେ ଧ୍ୟାନ ଦେବାକୁ ହେବକି ଅଫର ପାଇଁ ଉପଯୁକ୍ତ ହେବା ପାଇଁ ଗ୍ରାହକଙ୍କୁ ରିଲାଏନ୍ସ ଜିଓ ନେଟୱାର୍କ ଉପରେ ଡିଭାଇସକୁ ସକ୍ରିୟ କରିବାକୁ ହେବ। ଏହା ବ୍ୟତୀତ ଏହି ଅଫର ପାଇଁ ଯୋଗ୍ୟ ରିଚାର୍ଜ କମ୍ପାନୀ ଦ୍ଵାରା ୪୧୯ ଟଙ୍କାର ପ୍ଲାନ ଦିଆଯିବ। ଏହି ଅଫରର ଲାଭ କେବଳ ପ୍ରିପେଡ ଉପଭୋକ୍ତା ନେଇପାରିବେ।

ଓଟିଟି ଆପ ଜି୫ ପ୍ରିମିୟମର ବାର୍ଷିକ ସବସ୍କ୍ରିପ୍ସନ ଉପରେ ମିଳିବ:-

ଗ୍ରାହକଙ୍କୁ ଦିଆଯାଉଥିବା ରିହାତି କୁପନ ତାଙ୍କ my.jio.app upare ଉପଲବ୍ଧ ହେବ। ଯାହା ମାଧ୍ୟମରେ ଜିଓର ୱେବସାଇଟ ଓ ମୋବାଇଲ ଏପ ମାଧ୍ୟମରେ ରିଚାର୍ଜ କରିବା ସମୟରେ ଉପଯୋଗ କରିପାରିବେ। ପ୍ରତ୍ୟେକ ରିଚାର୍ଜ ଉପରେ ଅଧିକତମ ୫୦ ଟଙ୍କାର କୁପନ ଲାଗୁ ହେବ। ଯେଉଁଠି ୟୁଜର୍ସ ଏହି କୁପନ ଜରିଆରେ ଲମ୍ବା ସମୟ ପର୍ଯ୍ୟନ୍ତ ୨୦୦୦ ଟଙ୍କା ସେଭିଂ କରିପାରିବେ। ସିଙ୍ଗଲ ରିଚାର୍ଜ ଉପରେ ୫୦ ଟଙ୍କାର ଲାଭ ମିଳିବ।

Leave A Reply

Your email address will not be published.