ସରକାରଙ୍କ ସାହାଯ୍ୟରେ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତିମାସରେ ହେବ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର, ଜାଣନ୍ତୁ ପୁରା କଥା
ପ୍ରାୟତଃ ଅନେକ ଲୋକ ଘରେ ବସି ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରନ୍ତି । ଯଦି ଆପଣ ମଧ୍ୟ ଏହା ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବୁ ଯାହା ମାଧ୍ୟମରେ ଆପଣ ସହଜରେ ରୋଜଗାର କରିପାରିବେ । ଏହି ବିଜନେସରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ ଏବଂ ବହୁତ୍ ରୋଜଗାର ହେବ । ତେବେ ଏଥିପାଇଁ ଆପଣଙ୍କୁ କିଛି ରିସ୍କ ମଧ୍ୟ ନେବାକୁ ପଡିବ । ଆମେ ସୋଲାର ପ୍ଲାଣ୍ଟ ବିଜନେସ ବିଷୟରେ କହୁଛୁ, ଯାହାକୁ ଆରମ୍ଭ କରିବାରେ ସରକାର ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ ।
ଉଲ୍ଲେଖଯୋଗ୍ୟ ଯେ ସହର ଏବଂ ଗ୍ରାମଗୁଡିକରେ ବିଦ୍ୟୁତର ଚାହିଦା ବହୁତ ଅଧିକ ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ଆପଣ ସୋଲାର ପ୍ଲାଣ୍ଟ ଲଗାଇ ଲୋକମାନଙ୍କୁ ବିଦ୍ୟୁତ ବିକ୍ରି କରିପାରିବେ । ଏହାଦ୍ବାରା ଆପଣ ଘରେ ବସି ବହୁତ୍ ଟଙ୍କା ରୋଜଗାର କରିବେ ।
ଆସନ୍ତୁ ଜାଣିବା ସୋଲାର ପ୍ୟାନେଲ ବିଜନେସ ଆରମ୍ଭ କରିବା ଦ୍ୱାରା ଲାଭ କ’ଣ ହେବ ?
– ସୋଲାର ପ୍ୟାନେଲ ସ୍ଥାପନ କରିବା ସମୟରେ ଆପଣଙ୍କୁ 20 ପ୍ରତିଶତରୁ 40 ପ୍ରତିଶତ ପର୍ଯ୍ୟନ୍ତ ସବସିଡି ସୁବିଧା ଦିଆଯିବ ।
– ଏହାଦ୍ବାରା ଉତ୍ପାଦିତ ବିଦ୍ୟୁତକୁ DISCOM କମ୍ପାନୀକୁ ବିକ୍ରୟ କରି ଆପଣ ବହୁତ୍ ଟଙ୍କା ରୋଜଗାର କରିପାରିବେ ।
– ଆପଣ ନିଜ ଖାଲି ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ବିଦ୍ୟୁତର ଲାଭ ଉଠାଇପାରିବେ ।
– ଆପଣ ପ୍ରତି ମାସରେ 300 ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରି ମାସକୁ 1 ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ ।
– ଏହାର ବ୍ୟାଟେରୀକୁ ପ୍ରତି 10 ବର୍ଷରେ ଥରେ ବଦଳାଇବାକୁ ପଡିଥାଏ, ଯାହାର ମୂଲ୍ୟ 20,000 ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।