୨୨ବର୍ଷ ବୟସରେ ଶେଷ ହୋଇଯିବ ଏହି ଭାରତୀୟ ଦଳର ଏହି ଖେଳାଳୀଙ୍କର କ୍ୟାରିୟର, ରୋହିତ ଦଳକୁ ଫେରିବା ମାତ୍ରେ ଦଳରୁ ବାହାର କରିଦେବେ!

0

Get real time updates directly on you device, subscribe now.

ଭାରତ ବନାମ ଇଂଲଣ୍ଡ:

ବର୍ମିଂହମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟେଷ୍ଟ ମୁକାବିଲା ଖେଳାଯାଉଛି। ଭାରତ ଏହି ମୁକାବିଲାକୁ ଯଦି ଜିତି ନିଏ କିମ୍ବା ଡ୍ର କରିଦିଏ ତେବେ ୨୦୦୭ ମସିହା ପରେ ଇଂଲଣ୍ଡର ମାଟିରେ ପ୍ରଥମ ଥର ଟେଷ୍ଟ ସିରିଜ ନିଜ ନାମରେ କରିନେବ। ଏହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚରେ ନିଜର ଖରାପ ପ୍ରଦର୍ଶନ କାରଣରୁ ଭାରତୀୟ ଦଳର ଜଣେ ଖେଳାଳୀ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି। କରୋନା କାରଣରୁ ଟେଷ୍ଟ ଦଳର ରେଗୁଲାର ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ ଖେଳୁନାହାନ୍ତି। କିନ୍ତୁ ଯେତେବେଳେ ସେ ଦଳକୁ ଫେରିବେ ସେତେବେଳେ ସେ ନିଶ୍ଚିତ ଏହି ଫ୍ଲପ ଖେଳାଳୀଙ୍କୁ ଦଳରୁ ବାହାର କରିଦେବେ।

୨୨ବର୍ଷ ବୟସରେ ଶେଷ ହୋଇଯିବ ଏହି ଖେଳାଳୀଙ୍କ କ୍ୟାରିୟର:-

ଏମିତି ଲାଗୁଛିକି ୨୨ ବର୍ଷ ବୟସରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯିବ। ଏହି ଟେଷ୍ଟ ମ୍ୟାଚରେ ଭାରତ ଦଳର ଅଧିନାୟକ ରୋହିତ ଶର୍ମା ଓ ଓପନିଂ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଦୁଇଜଣ ଖେଳୁନାହାନ୍ତି। ଏମିତିରେ ଶୁଭମନ ଗିଲଙ୍କୁ ଚେତେଶ୍ୱର ପୂଜାରାଙ୍କ ସହିତ ଓପନିଂ ପାଇଁ ଉଲ୍ହାଇଛନ୍ତି। କିନ୍ତୁ ଶୁଭମନ ଗିଲ ଏହି ସୁନ୍ଦର ସୁଯୋଗକୁ ବର୍ବାଦ କରିଦେଲେ। ବର୍ମିଂହମ ଟେଷ୍ଟର ପ୍ରଥମ ଇନିଂସରେ ୧୭ ରନ କରି ଆଉଟ ହୋଇଯାଇଥିଲେ। ଦ୍ଵିତୀୟ ଇନିଂସରେ ଶୁଭମନ ଗିଲଙ୍କ ସ୍ଥିତି ଆହୁରି ଖରାପ। ସେ ଦ୍ଵିତୀୟ ଇନିଂସରେ ୪ ରନ କରି ଆଉଟ ହୋଇଗଲେ।

ଭାରତୀୟ ଦଳର ଭରସା ଭାଙ୍ଗିଦେଲେ:-

ଏହି ଫ୍ଲପ ପ୍ରଦର୍ଶନ ଯୋଗୁଁ ଶୁଭମନ ଗିଲ ଭାରତୀୟ ଦଳର ଭରସାକୁ ଭାଙ୍ଗି ଦେଇଛନ୍ତି ଏବଂ ନିକଟ ଭବିଷ୍ୟତରେ ସେ ନିଜ ପାଇଁ ଟେଷ୍ଟ ଦଳର ଦ୍ୱାରକୁ ମଧ୍ୟ ବନ୍ଦ କରି ଦେଇଛନ୍ତି। କେଏଲ ରାହୁଲ ଆହତ ଅବସ୍ଥାରେ ସୁସ୍ଥ ହେବା ପରେ ଫେରିବେ। ତା’ପରେ ଖେଳୁଥିବା ଏକାଦଶରୁ ଶୁବମାନ ଗିଲଙ୍କୁ ଦଳ ବାହାର କରିଦିଆଯିବ। କାରଣ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ ଭାରତର ଏକ ନମ୍ବର ଓପନର ଖେଳାଳି। ଗିଲ ଇଂଲଣ୍ଡ ବିପକ୍ଷରେ ମିଳିଥିବା ସୁଯୋଗକୁ ସଂପୂର୍ଣ୍ଣ ନଷ୍ଟ କରିଦେଲେ।

ବର୍ତ୍ତମାନ ଆଗାମୀ ଥର ଆଉ ମିଳିବ ନାହିଁ ସୁଯୋଗ:-

ବର୍ତ୍ତମାନ ଆଗମୀ ଥର ଶୁଭମନ ଗିଲଙ୍କୁ ଓପନିଂର ସୁଯୋଗ ମିଳିବା କଷ୍ଟକର ଅଟେ। କାରଣ ସେତେବେଳେ ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ପରି ଯେମିତି ଦିଗ୍ଗଜ ବ୍ୟାଟ୍ସମ୍ୟାନ ଭାରତୀୟ ଦଳର ପ୍ରଥମ ପସନ୍ଦ ଅଟନ୍ତି। ଶୁଭମନ ଗିଲଙ୍କ କାନ୍ଧ ଉପରେ ଭାରତୀୟ ଦଳକୁ ଏକ ଦୃଢ଼ ଆରମ୍ଭ କରିବାର ସୁଯୋଗ ଦିଆଯାଇଥିଲା, କିନ୍ତୁ ଗିଲ ଏହି ଚ୍ୟାଲେଞ୍ଜକୁ ପୂରଣ କରିବାରେ ସଫଳ ହୋଇପାରିଲେ ନାହିଁ।

Leave A Reply

Your email address will not be published.