ଫ୍ରି ରାସନ: ଗରିବ ଲୋକଙ୍କୁ ସରକାର ଦେଉଛନ୍ତି ସୁବିଧା, ଜୁଲାଇ ମାସରେ ମିଳିବାକୁ ଯାଉଛି ଫ୍ରି ରାସନ

0

Get real time updates directly on you device, subscribe now.

ଗରିବଙ୍କ ସାହାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ କେତେକ ପଦକ୍ଷେପ ଉଠାଯାଇଛି ଓ ସରକାରଙ୍କ ତରଫରୁ ବହୁତ ସାରା ସ୍କିମ ମଧ୍ୟ ଲଞ୍ଚ କରାଯାଇଛି। କେହି ଯେମିତି ଭୋକିଲା ନ ଶୋଇବେ ସେଥିପାଇଁ ସରକାର ଏହି ଫ୍ରି ରାସନ ଉପଲବ୍ଧ କରାଇଛନ୍ତି। କରୋନା ପରଠାରୁ ଲୋକମାନଙ୍କୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା ଯାହାପାଇଁ ଲୋକେ ଦୁଇବେଳାର ଖାଦ୍ୟ ମଧ୍ୟ ଖାଇବାରେ ସକ୍ଷମ ହୋଇ ପାରୁନାହାଁନ୍ତି। ଏହିଭଳି ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଫ୍ରି ରାସନ ଯୋଗାଇ ଦିଆଯାଉଛି। ସେହିପରି ସରକାରଙ୍କ ତରଫରୁ ଫ୍ରି ରାସନ ସ୍କିମର ଡେଡ଼ଲାଇନକୁ ମଧ୍ୟ ବର୍ଦ୍ଧିତ କରାଯାଇଛି।

ଏହିମାସରେ ମିଳିବ ଫାଇଦା:-

ମୋଦି ସରକାରଙ୍କ ତରଫରୁ ଏହି ବର୍ଷ ମାର୍ଚ୍ଚ ମାସରେ ଫ୍ରି ରାସନ ଡେଡ଼ଲାଇନକୁ ବଢ଼ାଇ ଦିଆଯାଇଥିଲା। 80,000 କୋଟି ଟଙ୍କା ଜାରି କରାଯାଇ ଗରିବଙ୍କୁ 5 କିଲୋ ଚାଉଳ ଫ୍ରିରେ ଛଅ ମାସ ପାଇଁ ଦିଆଯାଉଥିଲା। ପ୍ରଥମେ ଏହି ସ୍କିମର ଶେଷ ତାରିଖ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଥିଲା। ମାର୍ଚ୍ଚ ମାସରେ ଏହାକୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଏହା ଜରିଆରେ ଗରିବ ଶ୍ରେଣୀର ଲୋକେ ଏହି ଫାଇଦାକୁ ସେପ୍ଟେମ୍ବର ମାସ ଯାଏଁ ଉଠାଇ ପାରିବେ।

Covid-19 କାରଣରୁ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବାପାଇଁ ସରକାରଙ୍କ ତରଫରୁ ଫ୍ରି ରାସନ ସୁବିଧା ଅଣାଯାଇଥିଲା। ସେହିପରି ବିଗତ ଦୁଇବର୍ଷ ଭିତରେ ଏହି ଯୋଜନା ଅନ୍ତର୍ଗତ 2.6 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଛି ଓ ମାର୍ଚ୍ଚ ମାସରେ ଏହି ଯୋଜନାକୁ ଛଅ ମାସ ପାଇଁ ବଢ଼ାଇ ଦିଆଯାଇଥିଲା ଯାହାପାଇଁ ଏହି ଯୋଜନାରେ ପୁଣି 80 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହି ଫାଇଦା ମିଳିଥାଏ:-

ଜଣାଇଦେଉଛୁ କି, ମାର୍ଚ୍ଚ 2022 ରେ କେନ୍ଦ୍ର ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅନ୍ତର୍ଗତ 80 କୋଟିରୁ ଅଧିକ ଲାଭାର୍ଥୀଙ୍କ ପାଇଁ ପ୍ର୍ରତିମାସରେ 5 କିଲୋ ଚାଉଳ ଦିଆ ଯିବାପାଇଁ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ ହୋଇଥିଲା। ମହାମାରୀ ସମୟରେ ଲୋକମାନଙ୍କ ସମସ୍ୟା ଏହି ଯୋଜନା କାରଣରୁ ବହୁତ କମ ହୋଇଥିଲା।

Leave A Reply

Your email address will not be published.