ଛାତ୍ରୀଙ୍କ ଉତ୍ତର ଖାତା ଭାଇରାଲ, କପି ଚେକ କରୁଥିବା ମ୍ୟାଡାମ ଙ୍କୁ ଲେଖିଥିଲେ- ଯଦି ଫେଲ ହୋଇଯାଏ ତାହେଲେ.

0

Get real time updates directly on you device, subscribe now.

ଆଜିକାଲି ଦେଖାଯାଉଛି କି, ପିଲାମାନେ ପାଠପଢ଼ାକୁ ନେଇ ବହୁତ ଅବହେଳା କରୁଛନ୍ତି ଖାଆସ କରି ଏହାର ମୁଖ୍ୟ କାରଣ ହେଉଛି ମୋବାଇଲ ବ୍ୟବହାର କରିବା। ପିଲାମାନେ ସର୍ବଦା ମୋବାଇଲ ଫୋନରେ ଲାଗିରହୁଛନ୍ତି ଯାହାଦ୍ୱାରା ପାଠପଢ଼ା ନଷ୍ଟ ହେଉଛି। ସବୁ ପିଲା ଏମିତି ନୁହେଁ, କିଛି ପିଲା ଏମିତି ଅଟନ୍ତି ଯିଏକି ପଠାପଢ଼ାରେ ଧ୍ୟାନ ଦେଇଥାନ୍ତି ଓ କିଛି ପିଲା ଏମିତି ଯେ, ସେମାନେ ପରୀକ୍ଷାରେ ପାସ ହେବାର ଆଶା ରହୁନାହିଁ। ଯାହାଦ୍ୱାରା ସେମାନେ ପରୀକ୍ଷା ଖାତାରେ ଅଜବ କିଛି ଜିନିଷ ଲେଖୁଛନ୍ତି।

ପରୀକ୍ଷାରେ କଠିନ ପ୍ରଶ୍ନର ଉତ୍ତର ଦେବା ବଦଳରେ ଛାତ୍ରମାନେ ଅଲଗା କିଛି ଲେଖୁଛନ୍ତି। ଆଶ୍ଚର୍ଯ୍ୟର କଥା ଏହାକି ଯେ, ବୋର୍ଡ଼ ପରୀକ୍ଷା ଗୁଡ଼ିକରେ ଛାତ୍ରମାନେ ଏମିତି କେମିତି ଲେଖିଦେଉଛନ୍ତି। ଦେଶର ପ୍ରାୟତଃ ବୋର୍ଡ଼ ପରୀକ୍ଷାରେ ଏହିଭଳି କିଛି ଦେଖିବାକୁ ମିଳୁଛି। ବୋର୍ଡ଼ ପରୀକ୍ଷାରେ ଯେତେବେଳେ କୌଣସି ଛାତ୍ରଙ୍କୁ ପ୍ରଶ୍ନର ଉତ୍ତର ଜଣାନଥାଏ ସେତେବେଳେ ସେ ପାସ ହେବାପାଇଁ ଉତ୍ତର ଖାତାରେ ଶିକ୍ଷକଙ୍କୁ ବିଭିନ୍ନ ପ୍ରକାରର ଅନୁରୋଧ କରିଥାଆନ୍ତି।

ବୋର୍ଡ଼ ପରୀକ୍ଷାର ନୋଟିସ ପାଇବାପରେ ଛାତ୍ରଛାତ୍ରୀ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି କିନ୍ତୁ କିଛି ଛାତ୍ର ଛାତ୍ରୀ ପଢ଼ାରେ ଏତେ ମାତ୍ରାରେ ଦୁର୍ବଳ ଥାଆନ୍ତି କି, ସେମାନେ ନିଜର ପ୍ରସ୍ତୁତି ସମାପ୍ତ କରି ପାରିନଥାନ୍ତି ଓ ପରୀକ୍ଷା ଖାତାରେ କପି ଚେକ କରୁଥିବା ଶିକ୍ଷକଙ୍କୁ ବିଭିନ୍ନ ପ୍ରକାରର ଅନୁରୋଧ କରିଥାଆନ୍ତି। ବର୍ତ୍ତମାନ ସମୟରେ ଏକ ଉତ୍ତର ଖାତା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଛାତ୍ରୀ ଜଣକ ନିଜ କପି ଚେକ କରୁଥିବା ମ୍ୟାଡାମଙ୍କୁ ଅନୁରୋଧ କରିଛନ୍ତି।

ବୋର୍ଡ଼ ପରୀକ୍ଷାରେ ଶିକ୍ଷୟିତ୍ରୀଙ୍କୁ ଏମିତି ମେସେଜ ଲେଖିଲେ ଛାତ୍ରୀ:-

ସୋସିଆଲ ମିଡ଼ିଆରେ ଏକ ଫୋଟ ଭାଇରାଲ ହୋଇ ସାମ୍ନାକୁ ଆସୁଛି ଯେଉଁ ମାମଲାଟି କାନପୁରର ଯାଜମଉ ସ୍ଥିତ କୌଣସି ବାଳିକା ଇଣ୍ଟର କଲେଜର ଅଟେ। ଖାତାରେ ଛାତ୍ରୀ ଜଣକ ଲେଖିଥିଲେ, “ଭଗବାନ ସବୁ ଖୁସି ଦିଅନ୍ତୁ, ପ୍ଲିଜ ମୋତେ ସାହାର୍ଯ୍ୟ କର ଭଗବାନ। ଆପଣଙ୍କୁ ଆହୁରି ଉଚ୍ଚ ପୋଷ୍ଟରେ ରଖନ୍ତୁ ଏହା ହେଉଛି ମୋର ପ୍ରାର୍ଥନା। ଦୟାକରି ମୋତେ ପାସ କରିଦିଅନ୍ତୁ, ଫେଲ ହେଲେ ମୁଁ ମରିଯିବି। ମୋତେ ପାସ କରିଦିଅନ୍ତୁ ପ୍ଲିଜ ମ୍ୟାଡାମ, ନଚେତ ମୋ ମାଆ ଦୁଃଖୀ ହୋଇଯିବ”।

ଏହାପରେ ସେ ଲେଖିଥିଲେ, ମାଡାମ ମୋ ମାଆଙ୍କୁ ଥାଇରଏଡ଼ ଓ ସୁଗାର ରହିଛି। ଆପଣଙ୍କର ମଧ୍ୟ ମାଆ ଓ ଭାଇ ଥିବେ କିନ୍ତୁ ମୋ ବାପା-ମାଆଙ୍କ ଧ୍ୟାନ ଦେବାପାଇଁ କେହି ଭାଇ ମୋର ନାହାଁନ୍ତି। ସେଥିପାଇଁ ପ୍ରତିଟି ବିଷୟରେ ମୋତେ 40 ମାର୍କ ମିଳିଗଲେ ମୁଁ ଭଲ ଚାକିରୀଟିଏ କରିପାରିବି। ପ୍ଲିଜ ମାମ ଆପଣ ଏହାକୁ ପଢ଼ିବାପରେ ଯେଉଁ ନିଷ୍ପତ୍ତି ନେବେ ତାକୁ ମୁଁ ଗ୍ରହଣ କରିବି ଓ ମୋତେ ଚିନ୍ତା ହେଉଛି, ବଞ୍ଚାଇ ଦିଅନ୍ତୁ ମାଡାମ। ଭଗବାନ ଆପଣଙ୍କୁ ସର୍ବଦା ଖୁସିରେ ରଖନ୍ତୁ।

ଛାତ୍ରୀ ଜଣକ ଶେଷରେ ଏହାବି ଲେଖିଥିଲେ କି, ମାଡାମ ମୋତେ ପାସ କରିଦିଅନ୍ତୁ ନଚେତ ଭଗବାନଙ୍କ ପାଖରେ ମୋ ମରିବାପାଇଁ ପ୍ରାର୍ଥନା କରିଦିଅନ୍ତୁ। ଏବେ ଏହି ଲେଖାଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ୟୁଜର୍ସ ମାନେ ଏହାଉପରେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

Leave A Reply

Your email address will not be published.