ଆସନ୍ତୁ ଜାଣିବା ଜଣେ ଆଇଏଏସ ଅଧିକାରୀଙ୍କୁ କେତେ ଟଙ୍କା ଦରମା ମିଳେ ଓ କେଉଁ ସବୁ ସୁବିଧା ମିଳେ?

0

Get real time updates directly on you device, subscribe now.

ଭାରତରେ IAS ଚାକିରୀକୁ ସବୁଠାରୁ ନମ୍ବର-1 ଚାକିରୀ ଭାବରେ ମାନାଯାଇଥାଏ କାରଣ ଏହି ଚାକିରୀରେ ମିଳୁଥିବା ସୁବିଧା ଓ ଖାଆସ କରି ମର୍ଯ୍ୟାଦା ଓ ସମ୍ମାନ ହେଉଛି ଏହାର ମୁଖ୍ୟ କାରଣ। IAS ଚାକିରୀ କରିବାକୁ ହେଲେ ଦେଶର ସବୁଠାରୁ କଠିନ ପରୀକ୍ଷାକୁ ପାସ କରିବାକୁ ହେବ। ଏହାପରେ ଜିଲ୍ଲାଧିକାରୀ ଠାରୁ ଆରମ୍ଭ କରି ସବୁଠାରୁ ବଡ଼ ପଦବୀ କ୍ୟାବିନେଟ ସଚିବ ପର୍ଯ୍ୟନ୍ତ ନିଯୁକ୍ତ ହୋଇପାରନ୍ତି। ସବୁଠାରୁ ସିନିୟର ଆଇଏଏସ ଅଧିକାରୀଙ୍କୁ କ୍ୟାବିନେଟ ସଚିବ ରୂପରେ ନିଯୁକ୍ତ କରାଯାଇଥାଏ।

ସାଲାରୀ ଏକଲକ୍ଷରୁ ଅଢେ଼ଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ:-

କୁହାଯାଏ, ଆଇଏଏସ ହେବାପରେ ଦରମା ଏକଲକ୍ଷ ଟଙ୍କା ଦିଆଯାଇଥାଏ ଓ କ୍ୟାବିନେଟ ପଦରେ ଥିବା ବ୍ୟକ୍ତିଙ୍କୁ 2.5 ଟଙ୍କାର ସାଲାରୀ ମିଳିଥାଏ। IAS ଙ୍କ ବେସିକ ସାଲାରୀ 56,100 ଟଙ୍କା ହୋଇଥାଏ। ଏହାସହ ତାଙ୍କୁ ମହାଙ୍ଗାଇ ଭତ୍ତା ଓ ବହୁତ ସାରା ଖାଆସ ଭତ୍ତା ମଧ୍ୟ ଦିଆଯାଇଥାଏ।

ମର୍ଯ୍ୟାଦା ଓ ସୁବିଧା ଗୁଡ଼ିକ ତାଙ୍କୁ ନମ୍ବର-1 ବନାଇଥାଏ:-

ଆଇଏଏସ ଅଫିସରଙ୍କୁ ମିଳୁଥିବା ସୁବିଧା ଓ ମର୍ଯ୍ୟାଦା ଯୋଗୁଁ ଏହି ଚାକିରୀକୁ ଅନ୍ୟ କୌଣସି ଚାକିରୀ ଟକର ଦେଇ ପାରନ୍ତିନାହିଁ। ଇଂରେଜ ମାନଙ୍କ ସମୟ ଠାରୁ ଏବେପର୍ଯ୍ୟନ୍ତ ଏହି ଚାକିରୀର ମର୍ଯ୍ୟାଦା ଶେଷ ହୋଇନାହିଁ। ସ୍ୱାଧୀନତା ପୂର୍ବରୁ ଏହି ପଦବୀ ବହୁତ ଉଚ୍ଚରେ ଥିଲା ଓ ସ୍ୱାଧୀନତା ପରେ ମଧ୍ୟ ଏହାର ସମ୍ମାନ ଆଜିବି ସେମିତି ରହିଛି।

ଆପଣଙ୍କୁ ଜଣାଇଦେଉଛୁ କି, ଆଇଏଏସ ଅଫିସରଙ୍କୁ ସେମାନଙ୍କ ପେ ବ୍ୟାଣ୍ଡ ହିସାବରେ ଟଙ୍କା ମିଳିଥାଏ। ପେ ବ୍ୟାଣ୍ଡରେ ଜୁନିୟର ସ୍କେଲ, ସିନିୟର ସ୍କେଲ ଓ ସୁପରଟାଇମ ପେ ସ୍କେଲ ବ୍ୟାଣ୍ଡ ରହିଥାଏ। ଆଇଏଏସ ଅଫିସରଙ୍କୁ ବେସିକ ପେ ସହିତ ଗ୍ରେଡ ପେ, ଅତିରିକ୍ତ ମହାଙ୍ଗାଇ ଭତ୍ତା, ହୋମ ଆଲୋୟାନ୍ସ, ସ୍ୱାସ୍ଥ୍ୟ ଭତ୍ତା ଓ ଟ୍ରାନ୍ସପୋର୍ଟ ଚାର୍ଜ ମଧ୍ୟ ମିଳିଥାଏ।

ଆଇଏଏସ ଅଫିସରଙ୍କୁ ତାଙ୍କର ପେ ବ୍ୟାଣ୍ଡ ଅନୁସାରେ ଘର, ରୋଷେୟା ଓ ଷ୍ଟାଫ ବହୁତ ସାରା ସୁବିଧା ପ୍ରଦାନ କରାଯାଇଥାଏ। ଆଇଏଏସ ଅଫିସରଙ୍କ ଯେକେଉଁଠି ପୋଷ୍ଟିଂ ହେଉ ନା କାହିଁକି ତାଙ୍କୁ ଘର, ଗାଡ଼ି ଓ ଡ୍ରାଇଭର ସାଧାରଣତଃ ମିଳିଥାନ୍ତି।

Leave A Reply

Your email address will not be published.