ତୁ ମୋର ଜାନୁ…ତୋତେ ମୁଁ ଆଉ କାହାର ହେବାର ଦେଖିଥାନ୍ତି କେମିତି, ସେଥିପାଇଁ ତ…

0

Get real time updates directly on you device, subscribe now.

ଧଳା ପେପର ନାଲି କାଳିରେ ଏଭଳି କିଛି ଲେଖା ହୋଇଛି। ଆଉ ଚିରନିଦ୍ରାରେ ଶୋଇଯାଇଛନ୍ତି ଯୁବକ। କାରଣ ତା ଆଖି ସାମ୍ନାରେ ତାର ପ୍ରେମିକା ମୁଣ୍ଡରେ ଆଉ କାହାର ସିନ୍ଦୂର ଲାଗିବ ସେ କଣ ଦେଖିପରିଥାନ୍ତା କି। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ। କେବଳ ହାତରେ ଲାଗିଛି ତିନୋଟି ହାତ ଲେଖା କିଛି କଥା।

ସେଥିରେ ଲେଖାଥିଲାକି, ମାଇ ଲଭ ଜାନୁ, ମୋ ପାଖକୁ ତିନିଥର ଆସିଛୁ। ଆଉ ମୁଁ ତୋ ସହ ତିନିଥର ମିଶିଛି। ମୁଁ ଜାଣିଛି ତୁ ମୋର। ତୁ ଜିତୁନା ପାଖରେ ରହିବାକୁ ଚାହୁଁନାହୁଁ। ମୁଁ ଜାଣିଛି ତୁ ସବୁବେଳେ ମୋର। ମୁଁ ମରିଗଲା ପରେ ମଧ୍ୟ ତୁ ମୋର। ତାହେଲେ ମୁଁ ଜିତୁନାର କେବେହେଲେ କରାଇ ଦେବିନି। ତୁ ଜିତୁନା ପାଖରେ ରହିଲେ ମୋତେ ମାରିବାକୁ ଇଚ୍ଛା ହଉଛି ଲୋ। ତୁ କେବଳ ମୋର। ମୋ ଛଡା ଆଉ କିଏବି ତୋତେ ନଜର ଉଠେଇ ଦେଖିପାରିବେ ନାହିଁ। ହେଲେ ତୁ ବୁଝିପାରିବୁନି। ମୁଁ ସବୁବେଳେ ତୋର। ମାଇ ଜାନୁ, ମାଇ ଡାର୍ଲିଂ। ତୁ କେବଳ ମୋର।

ପ୍ରେମରେ ବିଫଳ ହୋଇ ଜୀବନ ହାରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଉକ୍ତ ହାତ ଲେଖା ଚିଠି ଅନୁସାରେ ଜଣାପଡୁଛିକି ସେ ପ୍ରେମରେ ବିଫଳ ହୋଇ ଜୀବନ ହାରି ଦେଇଛନ୍ତି। ସେ ପ୍ରେମ ପାଇଁ ଜୀବନ ତୋ ହରିଦେଲା କିନ୍ତୁ ସେ ବୁଝିପାରିଲା ନାହିଁ ସେହି ବାପା-ମାଆଙ୍କ କଥା। ସେ ଭଉଣୀ କଥା ମଧ୍ୟ ବୁଝିପାରିଲା ନାହିଁ। ସେ ଯଦି ବୁଝିପାରିଥାନ୍ତା ବୋଧେ ସେ ଥରେଟିଏ ମଧ୍ୟ ଏମିତି କରିନଥାନ୍ତା। ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଓ ଏହି ମାମଲାର ତଦନ୍ତ କରୁଅଛି।

Leave A Reply

Your email address will not be published.