କୁଆଡ଼େ ଗଲେ ସ୍ଵିଟି? ଭୁବନେଶ୍ୱରରେ ହଜିଗଲେ କୋଲକତାର ଏରୋସ୍ପେସ ଇଞ୍ଜିନିୟରିଂ ଛାତ୍ରୀ

0

Get real time updates directly on you device, subscribe now.

ଭୁବନେଶ୍ୱରରେ ହଜିଗଲେ କୋଲକାତାର AERO space ଇଂଜିନିରିୟରିଂ ଛାତ୍ରୀ ତଥା ଯବାନଙ୍କ ଝିଅ ସ୍ୱିଟି ରୟ। ସେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ୨୦ ବର୍ଷ ବୟସ୍କ ଝିଅ ସ୍ୱିଟି ଗତକାଲି ଜନ ଶତାବ୍ଦୀ ଟ୍ରେନ ମାଧ୍ୟମରେ ହାୱଡାରୁ ଭୁବନେଶ୍ବରକୁ ଆସିଥିଲେ ଓ ସେ ଆସିବା ପରେ ନିଖୋଜ ହୋଇ ଯାଇଛନ୍ତି।

ଭୁବନେଶ୍ୱର ରେଳ ଷ୍ଟେସନରେ ନିଖୋଜ ହୋଇଯାଇଛନ୍ତି। ଭୁବନେଶ୍ୱର କୋଳଥିଆ ଛକ ନିକଟରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ। ସେ ଗତକାଲି ରାତି ୮.୨୫ରେ ୬ ନମ୍ବର ପ୍ଲାଟଫର୍ମରେ ପହଁଞ୍ଚିବା ପରଠାରୁ ତାଙ୍କର ଫୋନ ବନ୍ଦ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱିଟିଙ୍କର କୌଣସି ଖୋଜ ଖବର ମିଳିନାହିଁ। ତାଙ୍କର ଫୋନ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ଅଛି। ତାଙ୍କର କୌଣସି ସନ୍ଧାନ ମିଳୁନାହିଁ।

ଏ ନେଇ ସମ୍ପର୍କୀୟ ରେଳବାଇ ଥାନାରେ ଏତଲା ଦେଇଛନ୍ତି। ନିଖୋଜ ହୋଇଥିବା ଝିଅଙ୍କର ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ପହଁଚୁଥିବା ନେଇ ସୂଚନା ମିଳିଛି। ତାଙ୍କର ଜଣେ ସଂପର୍କୀୟ ସୂଚନା ଦେଇଥିଲେକି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ମାଆଙ୍କୁ ଫୋନ କରି ଜଣାଇଥିଲେ ଓ ତା ପରଠୁ ତାଙ୍କର ଫୋନ ବନ୍ଦ ହୋଇଯାଇଛି। ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ତାହା ମଧ୍ୟ ସନ୍ଦେଶ ଘେରରେ। ସ୍ବିଟିଙ୍କ ବାପା ହେଉଛନ୍ତି ଜଣେ ବିଏସଏଫ ଯବାନ।

Leave A Reply

Your email address will not be published.