ଏଭଳି ବୋଧହୁଏ କମ ଶୁଣାଯାଏ ଯେତେବେଳେ ଗୋଟିଏ ଛୋଟ ଭଉଣୀ ବଡ ଭଉଣୀର ଅନ୍ତିମ ସଂସ୍କାର କରିବା ଓ ମୁଖାଗ୍ନି ଦେବା|କିନ୍ତୁ ମଧ୍ୟପ୍ରଦେଶର ଡିଣ୍ଡୋରୀରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି|ଏଠାରେ ଗରିବି ଓ ଦୟନୀୟ ସ୍ଥିତି ସହ ସଂଘର୍ଷ କରୁଥିବା ଗୋଟିଏ ପରିବାରର ଗୋଟିଏ ୧୦ ବର୍ଷିୟା ଛୁଆକୁ ଵଡ ଭଉଣୀକୁ ମୁଖାଗ୍ନି ଦେବାକୁ ପଡିଛି|ବେମାରୀ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା|
ମା ଓ ଦୁଇ ଭଉଣୀଙ୍କ ଦୁଃଖମୟ କାହାଣୀ ସଭିଙ୍କ ହୃଦୟ ଦୋହଲାଇ ଦେଇଛି|ଏମାନେ ସମସ୍ତେ ସହରର ପ୍ରତିଷ୍ଠିତ ପରିବାରର ଅଟନ୍ତି|କିନ୍ତୁ ପରିବାରର ମୋଡ ବଦଳିଛି|ମହିଳା ପରିବାରର ବୋହୂ ଅଟେ|ପରିବାରର ଯୁବକ ଇଣ୍ଟରକାଷ୍ଟ ବିବାହ କରିଥିଲେ|ଏଥିପାଇଁ ପରିବାର ଲୋକେ ନାରାଜ ହେଲେ|ଭାଇମାନଙ୍କ ମଧ୍ୟରେ ସମ୍ପତ୍ତି ଝଗଡା ଯୋଗୁଁ ସମ୍ପର୍କ ଛିନଭିନ ହୋଇଥିଲା|
ଅଳକା ଓ ପ୍ରଦୀପ ବହୁବର୍ଷ ପୂର୍ବରୁ ଇଣ୍ଟରକାଷ୍ଟ ବିବାହ କରିଥିଲେ|ଦୁହିଁଙ୍କ ୪ ଛୁଆ ହୋଇଥିଲା|ଯେତେବେଳେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା ସେତେବେଳେ ପରିବାର ଭାଙ୍ଗି ପଡିଲା|ଅଳକାକୁ ମଜଦୂରୀ କରିବାକୁ ପଡିଲା|ଏସମୟରେ ଅଲକାର ଦୁଇ ଛୁଆଙ୍କ ମୃତ୍ୟୁ ଘଟିଥିଲା|ଦୁଇ ଝିଅଙ୍କ ସହ କୈାଣସି ମତେ ପରିବାରର ଗୁଜୁରାଣ ମେଣ୍ଟାଇଉଥିଲେ|ସେ ବହୁବାର ପରିବାର ଲୋକଙ୍କୁ ସାହାଯ୍ୟ ମାଗିଲେ କିନ୍ତୁ ସେ ଦେଇ ନଥିଲେ|
ଯେତେବେଳେ ତାଙ୍କ ବଡ ଝିଅ ହସ୍ପିଟାଲରେ ଭର୍ତ୍ତି ହେଲା ସେତେବେଳେ ସେ ପରିବାର ଲୋକଙ୍କୁ ସାହାଯ୍ୟ ମାଗିଲେ କିନ୍ତୁ ସେମାନେ କଲେ ନାହିଁ|ଶେଷରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା|ଏହାର ଅନ୍ତିମ ସଂସ୍କାର ୧୦ ବର୍ଷିୟା ଛୋଟକୁ କରିବାକୁ ପଡିଲା|
ସୂଚନାଯୋଗ୍ୟ ଅଳକା ବଡ ଝିଅର ବିବାହ କରିଥିଲେ କିନ୍ତୁ ତାର ଜ୍ୱାଇଁ ଛାଡି ଦେଇଥିଲେ|ଫଳରେ ଵଡଝିଅ ତାଙ୍କ ସହ ରହୁଥିଲେ|ଅଳକା ଅନୁସାରେ ମୃତ ପତି ସହରର ଏକ ବଡ ପରିବାରର ଅଂଶବିଶେଷ କିନ୍ତୁ ଇଣ୍ଟରକାଷ୍ଟ ମ୍ୟାରେଜ ଯୋଗୁଁ ପରିବାରର ସମ୍ପତ୍ତି ଦିଆଯାଇ ନଥିଲା|ତାଙ୍କ ଅନୁସାରେ ପ୍ରଦୀପଙ୍କ ୧୧ ଭାଇ ଯାହାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି ସେଥିରେ ମୃତ ପତିଙ୍କ ଅଂଶ ମଧ୍ୟ ଥିଲା କିନ୍ତୁ ସେମାନେ ଦେଇ ନଥିଲେ|