ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଉପରେ ଲାଗୁ ହେଲା କଡା କଟକଣା । ଧରା ପଡିଲେ ହୋଇପାରେ ୭ ବର୍ଷ ପାଇଁ ଜେଲ୍

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ୤ମଧ୍ୟ କଥାଟି ସମ୍ପୂର୍ଣ ରୂପେ ସତ୍ୟ । ତେବେ ଏପରି କଟକଣା ଭାରତରେ ନୁହେଁ ବରଂ କତାରରେ । ସୂଚନାଯୋଗ୍ୟ ଆସନ୍ତା ନଭେମ୍ବର ୨୨ ତାରିଖରୁ କତାରରେ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ୱ କପ୍‌ । ଯାହା ଡିସେମ୍ବର ୧୮ ତାରିଖରେ ଶେଷ ହେବ । ଏଥିରେ ସାରା ବିଶ୍ୱର ୩୨ଟି ଟିମ୍‌ ଭାଗ ନେବେ । ଏସିଆ ମହାଦେଶର ଫୁଟ୍‌ବଲ୍‌ ପ୍ରେମୀ ଦ୍ୱିତୀୟ ଥର ପାଇଁ ନିଜ ମହାଦେଶରେ ଫୁଟ୍‌ବଲ୍‌ ମହାକୁମ୍ଭକୁ ଦେଖି ପାରିବେ । ଏହି ପ୍ରତିଯୋଗିତା ଆଗରୁ ହେବାର ଥିଲା ।

ତେବେ କତାରରେ ବର୍ତ୍ତମାନ ସମୟରେ ଭୀଷଣ ଗରମ ପଡ଼ିଥାଏ । ତେଣୁ ଏହାକୁ ଶୀତ ଦିନେ କରିବା ପାଇଁ ଫିଫା ନିଷ୍ପତ୍ତି ନେଇଛି । ତେବେ ବିଶ୍ୱ କପ୍‌ ଫୁଟ୍‌ବଲକୁ ସମସ୍ତଙ୍କର ଅପେକ୍ଷା ରହିଥିବା ବେଳେ ଏବେ କତାର ସରକାର ଏକ କଡ଼ା କଟକଣା ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ କୁହାଯାଇଛି ଯେ ଆମ ଦେଶକୁ ଆସ, ଖେଳ ଦେଖ ଆଉ ମଜା ମସ୍ତି ବି କର । ହେଲେ କର ନାହିଁ ଗୋଟିଏ କାମ । ତାହା ହେଉଛି କାହା ସହିତ ଶାରୀରିକ ସମ୍ପର୍କ ରଖ ନାହିଁ ।

ଏମିତିରେ କତାରରେ ସେକ୍ସ ଉପରେ କଡ଼ା କଟକଣା ରହିଛି । କେବଳ ସ୍ୱାମୀ ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଶାରୀରିକ ସମ୍ପର୍କ ରଖି ପାରିବେ ନାହିଁ । ଏମିତିକି ଦୁଇ ପୁରୁଷ ଓ ମହିଳା ଏଭଳି ସମଲୀଙ୍ଗି ସମ୍ପର୍କ ପାଇଁ ନିଜେ ରାଜି ଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳେ ନାହିଁ । ଏଭଳି ଘଟଣା ଯଦି ଜଣାପଡ଼େ ତେବେ ପୋଲିସ୍‌ ଗିରଫ କରି ଜେଲ୍‌ରେ ଭର୍ତ୍ତି କରିଦେବ । ଆହୁରି ମଧ୍ୟ ପରକୀୟା ସମ୍ପର୍କ ଏବଂ ସମଲିଙ୍ଗୀ ସମ୍ପର୍କକୁ ମଧ୍ୟ ଏଠି ବ୍ୟାନ୍‌ କରାଯାଇଛି । ଆଉ ଏବେ ଫୁଟବଲ୍‌ ବିଶ୍ୱକପ୍‌କୁ ଆସୁଥିବା ଦର୍ଶକଙ୍କୁ କଡ଼ା ଚେତାବନୀ ଦିଆଯାଇଛି ।

କତାରକୁ ଦେଶକୁ ଆସୁଥିବା ଫୁଟବଲ ଫ୍ୟାନଙ୍କୁ ଚେତାବନୀ ଦେଇଛି ଯେ ଏହି ବର୍ଷ ଫୁଟବଲ ୱାର୍ଲ୍ଡ କପ୍ ରେ ୱାନ ନାଇଟ ଷ୍ଟାଣ୍ଡ ସଂପୂର୍ଣ୍ଣ ଭାବରେ ବ୍ୟାନ୍ । ଯଦି ଏଠାରେ କାହା ସହ ସେମାନେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ବନ୍ଦୀ ରହିବେ । ଚଳିତ ବର୍ଷ ୱାର୍ଲ୍ଡ କପରେ ପ୍ରଥମଥର ବାଧ୍ୟତାମୂଳକ ଭାବରେ ସେକ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହୋହାଲ୍ଲା ପାର୍ଟୀ ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି । ସୂଚନାଯୋଗ୍ୟ, ମ୍ୟାଚ୍ ପରେ ମଦ ପିଇବା ଏବଂ ପାର୍ଟୀ କରିବା ୱାର୍ଲ୍ଡ କପ୍ ଫ୍ୟାନ୍ସଙ୍କ ଏକ ଟ୍ରେଣ୍ଡ୍ ରହିଆସିଛି ।

Leave A Reply

Your email address will not be published.