ଓଲିଉଡ଼ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆ-ତ୍ମହ-ତ୍ୟା, କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ

0

Get real time updates directly on you device, subscribe now.

ଓଲିଉଡ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆଉ ଏ ଦୁନିଆରେ ନାହାନ୍ତି। ସେ ଆଜି ଆ-ତ୍ମହ-ତ୍ୟା କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଆ-ତ୍ମହ-ତ୍ୟାର କାରଣ କଣ ତାହା ସ୍ପଷ୍ଟ ଭାବରେ ଜଣାପଡିନି। ସେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି। ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ବୟସ ହୋଇଥିଲା। ରାଇମୋହନ ପରିଡାଙ୍କର ମୃ-ତ୍ୟୁ ପରେ ସମ୍ପୂର୍ଣ ଓଲିଉଡ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି। ଓଲିଉଡ ଇଣ୍ଡଷ୍ଟ୍ରି ନିଜର ପ୍ରିୟ କଳାକାରଙ୍କୁ ହରାଇ ଶୋ-କରେ ବୁଡିଛି।

ଏହି ବିଷୟରେ ଜଣାପଡିବା ପରେ ତାଙ୍କର ବାସଭବନରେ କଳାକାରଙ୍କର ଭିଡ ଲାଗିଛି। ସୂଚନା ଅନୁସାରେ ଓଡିଆ ଇଣ୍ଡଷ୍ଟ୍ରିଜରେ ତାଙ୍କର ଖ୍ୟାତି ଜଣେ କଳାକାର ହିସାବରେ ଥିଲା। ସେ ପ୍ରାୟତଃ ଖଳନାୟକ ଅଭିନୟ କରନ୍ତି ସେଥିପାଇଁ ସେ ତାଙ୍କର ଅଭିନୟକୁ ନେଇ ଘରେ ଘରେ ପରିଚିତ ଥିଲେ।

ଓଡ଼ିଆ ଜଗତରେ ସେ ପ୍ରାୟ ନବେରୁ ଅଧିକ ଓଡ଼ିଆ ସିନେମାରେ କାମ କରିଛନ୍ତି। କେବଳ ଓଲିଉଡ ନୁହେଁ ଯାତ୍ରା ଜଗତରେ ମଧ୍ୟ ବହୁତ ପରିଚିତ ଥିଲେ ଓ ଜଣାଶୁଣା ମଧ୍ୟ ଥିଲେ। ଏମିତିରେ ସେ ଅନେକ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। କେବଳ ତାଙ୍କର ଅଭିନୟ ନୁହେଁ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଖାସ କଥା ହେଉଛିକି ରାଇମୋହନ ପରିଡା ପୂର୍ବରୁ କୁନାଲ ପରିଡା ଭାବରେ ବେଶ ଜଣାଶୁଣା ଥିଲେ।

ରାଇମୋହନ ପରିଡା ୧୯୬୩ ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୯୮ ମସିହାରେ ସିଂହବାହିନୀ, ସୁନାଭାଉଜରେ ତାଙ୍କ ଅଭିନୟ ବେଶ ଜୀ-ବନ୍ତ ଥିଲା। ତାଙ୍କର ଅଭିନୟରେ ଦର୍ଶକ ମତୁଆଲା ହୋଇଥିଲେ। ରାଇମୋହନ ହେଉଛନ୍ତି କେନ୍ଦୁଝର ସହରର ନିବାସୀ। କିନ୍ତୁ ସେ ନିଜର କାର୍ଯ୍ୟ ପାଇଁ ଆସି ଭୁବନେଶ୍ୱରରେ ରହୁଥିଲେ। ତାଙ୍କର ଦୁଇଟି ଝିଅ ଅଛନ୍ତି।

ସେ ନିଜର ଅଭିନୟ ଶିକ୍ଷା ଉତ୍କଳ ସଂଗୀତ ମହାବିଦ୍ୟାଳୟରେ କରିଥିଲେ। ତାଙ୍କର ଅଭିନୟ କ୍ୟାରିୟର ୧୯୮୫ ମସିହାରୁ ଆରମ୍ଭ ହୋଇଥିଲା। ୧୯୮୭ ମସିହାରେ ସାଗର ସିନେମାରେ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ସେ ଅଭିନୟ କରିଥିଲେ। ଏହା ପୂର୍ବରୁ ସେ ସତ ମି-ଛରେ ମଧ୍ୟ ଅଭିନୟ କରିଥିଲେ। ସେହିପରି ରାମ ଲକ୍ଷ୍ମଣ, ଆସିବୁ ସାଜିକେବେ ମୋ ରାଣୀ, ନାଗ ପଞ୍ଚମୀ, ଉଦଣ୍ଡୀ ସୀତା, ତୁ ଥିଲେ ମୋ ଡର କାହାକୁ, ରଣଭୂମି, ମେଣ୍ଟାଲ ଟୋକା ଆଦି ଚଳଚିତ୍ରରେ ସେ ଅଭିନୟ କରିଥିଲେ।

Leave A Reply

Your email address will not be published.