ନ୍ୟୁଡ଼ କଲ୍ ଆସିଲା ଏବଂ ସବୁ ଦେଖାଇଲା, ତାପରେ ଭିଡିଓ ଭାଇରାଲ୍ କରିଦେବ କହି ମାଗିଲା ଏତେ ଟଙ୍କା

0

Get real time updates directly on you device, subscribe now.

ଫେସବୁକ ଆକାଉଣ୍ଟ୍ ଥିଲେ ସାବଧାନ ହୋଇଯାନ୍ତୂ, କାରଣ ଆପଣ ମଧ୍ୟ ଠକାମୀର ଶିକାର ହୋଇପାରନ୍ତି । ବର୍ତ୍ତମାନ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ଆକସେପ୍ଟ କଲାପରେ ଆସୁଛି ନ୍ୟୁଡ ଭିଡିଓ କଲ୍ । ତାପରେ ଭିଡିଓ କଲ୍ ଉଠାଇଲେ ଆପଣ ଫସିଯିବେ । ବ୍ଲାକମେଲିଙ୍ଗ ଭିଡିଓ ଦେଖାଇ ଯୁବତୀ ଟଙ୍କା ମାଗୁଛନ୍ତି ଏବଂ ଟଙ୍କା ନଦେଲେ ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଉଛନ୍ତି ।

ବର୍ତ୍ତମାନ ଆପଣ ଯାହା ଦେଖିବାକୁ ଯାଉଛନ୍ତି, ତାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କ ସହିତ ମଧ୍ୟ ଏପରି ହୋଇପାରେ । ଏବେ ଏବେ ଫେସବୁକରେ ଫ୍ରଡ ଗାର୍ଲ ମାତିଛନ୍ତି, ଯେଉଁମାନେ ନିଜର ଉଲଗ୍ନ ଶରୀର ଦେଖାଇ ଏଭଳି ଭାବେ ଯୁବକମାନଙ୍କୁ ଫସାଉଛନ୍ତି ।

ତେବେ ଏଭଳି କିଛି ଘଟଣା ଜଣେ ରିପୋର୍ଟରଙ୍କ ସହିତ ଘଟିଛି ଏବଂ ଯାହାକୁ ରିପୋର୍ଟର ଅତି ଚତୁରତାର ସହିତ ନିଜ ମୋବାଇଲରେ ରେକର୍ଡ କରିଥିଲେ । ଏ ଚାଟକୁ ଟିକେ ପଢନ୍ତୁ, କିପରି ଭାବେ ପ୍ରଥମେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆସେ ଏବଂ ତାପରେ ତାକୁ ଆକସେପ୍ଟ କଲାପରେ ଆପଣଙ୍କ ପାଖକୁ ଗୋଟିଏ ମେସେଜ ଆସେ । ହେଲୋ କିମ୍ବା ହାଏ କହି ମେସେଜ କରି କିଛି ସମୟ କଥାବାର୍ତ୍ତା ଚାଲେ । କିଛି ସମୟ ଚାଟ ମଧ୍ୟରେ ଯୁବତୀ ଏଭଳି କିଛି କାମ କରନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏପରିକି ଆପଣଙ୍କ ହ୍ୱାଟସଆପ ନମ୍ୱର୍ ମଧ୍ୟ ନିଅନ୍ତି ଏବଂ ନିଜ ନମ୍ୱର୍ ମଧ୍ୟ ଦିଅନ୍ତି । ତାପରେ ଆପଣଙ୍କ ସହିତ ହ୍ୱାଟସଆପରେ ବନ୍ଧୁତା ବଢ଼ାଇବା ସହ ବାହାନାରେ ମେସେଜ କରନ୍ତି । ଏଭଳି କିଛି ସମୟ ପରେ ଭିଡିଓ କଲ କରିବାପାଇଁ ଆପଣଙ୍କୁ ଅନୁମତି ମାଗନ୍ତି । ଏହାପରେ ଯଦି ଆପଣ ତାଙ୍କୁ ଅନୁମତି ଦେବେ, ସେମାନେ ଆପଣଙ୍କୁ ଭିଡିଓ କଲ କରିବେ କିମ୍ବା ଆପଣ କିଛି ବୁଝିବା ଆଗରୁ ସେ ଉଲଗ୍ନ ହୋଇଯିବେ । ତାପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଦେଖିବା ସମୟରେ ସେ ଆପଣଙ୍କର ଭିଡିଓ ରେକର୍ଡ କରିବା ସହ ସେଥିରେ ଆଉ କିଛି ଅଶ୍ଳୀଳ ଭିଡିଓ ମିଶାଇ ଗୋଟିଏ ନୂଆଁ ଭିଡିଓ ପ୍ରସ୍ତୁତ କରିବେ ଏବଂ ତାକୁ ଦେଖାଇ ଆପଣଙ୍କୁ ଡରାଇବେ ଏବଂ ଆପଣଙ୍କୁ ଟଙ୍କା ମାଗିବେ ।

ରିପୋର୍ଟର ଯେତେବେଳେ ଚାଟିଙ୍ଗ କରୁଥିଲେ, ସେତେବେଳେ ଯୁବତୀ କିଛି ମେସେଜ କରିବା ପରେ ସିଧା ଭିଡିଓ କଲେ କଲେ । ତାପରେ ଭିଡିଓ କଲ ସମୟରେ ଭିଡ଼ିଓକୁ ରେକର୍ଡ କରି ରିପୋର୍ଟରଙ୍କ ପାଖକୁ ପଠାଇଲେ ଏବଂ ଧମକ ଦେଇଥିଲେ ଯେ ଟଙ୍କା ପଠାଅ ତାପରେ ମୁଁ ଭିଡିଓ ଡିଲିଟ କରିଦେବି, ନଚେତ୍ ମୁଁ ଭିଡିଓ ଭାଇରାଲ୍ କରିଦେବି ।

ଏପରି ଭାବେ ଯୁବତୀ ଟଙ୍କା ଲୁଟୁଛନ୍ତି, ଯାହାକି ରିପୋର୍ଟରଙ୍କ ସହ ଘଟିଛି । କିନ୍ତୁ ରିପୋର୍ଟର ଅନ୍ୟ ଯୁବକଙ୍କ ଠାରୁ ବହୁତ୍ ଚାଲାକ୍ ଥିବାରୁ ସେ ଅତି ଚତୁରତାର ସହ ସବୁକିଛି ରେକର୍ଡ କରିଥିଲେ, ଟଙ୍କା ଦେଇନଥିଲେ କିମ୍ବା ଡରି ନଥିଲେ । ଏପରି ଆମ ଦେଶରେ ଅନେକ ଲୋକଙ୍କ ସହ ଘଟୁଛି । ତେଣୁ ଆପଣ କାହାର ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆକସେପ୍ଟ କରିବା ପୂର୍ବରୁ ପ୍ରଥମେ 10 ଥର ଭାବନ୍ତୁ ଏବଂ ବୁଝିଶୁଝି ବନ୍ଧୁତା କରନ୍ତୁ । ନଚେତ୍ ଆପଣ ମଧ୍ୟ ଏପରି ଠକାମୀର ଶିକାର ହୋଇପାରନ୍ତି ।

Leave A Reply

Your email address will not be published.