ଭଲ ପାଇଛି ମାନେ ଟୁଙ୍ଗୁରୁ କୁ ହିଁ ବାହା ହେବି। ଥାନାରେ ଅଭିଯୋଗ କଲେ ମହିଳା

0

Get real time updates directly on you device, subscribe now.

ପ୍ରେମ ଦୁନିଆରେ ଏହି ପ୍ରେମ ଶବ୍ଦ ଟି ଭାରି ନିଆରା । ପ୍ରେମ ରେ କେବେ ଜାତି ଗୁତ୍ର ଦେଖି ନ ଥାଏ ନାହିଁ ହିଁ କେବେ ଦେଖୁଥାଏ ବୟସ ର ସୀମା । ଏହି ପ୍ରେମ ତ ଦିନେ ନା ଦିନେ ସମସ୍ତ କୁ ହୋଇଥାଏ । ପ୍ରେମ ର କୌଣସି ଭାଷା ନ ଥାଏ କି କୌଣସି ଶବ୍ଦ ନ ଥାଏ। ପ୍ରେମ ତ ଶୁଦ୍ଧ,ଶାଶ୍ଵତ , ଓ ଚିରନ୍ତନ ଅଟେ। ପ୍ରେମ ଅନ୍ୟ ଜଣଙ୍କ ପାଇଁ ଏକ ତୀବ୍ର, ଗଭୀର ସ୍ନେହ । ପ୍ରେମ ଅର୍ଥ ମଧ୍ୟ କାହା ପାଇଁ ଏହି ତୀବ୍ର ସ୍ନେହ ଅନୁଭବ କରିବା ହୋଇଥାଏ ।ହେଲେ କିଛି ଲୋକ ଏହା ର ମାନେ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି ।ଦୁନିଆରେ ପ୍ରେମ ସମ୍ପୂର୍ଣ୍ଣ ଭାବରେ ଅନ୍ଧ ଏହା ଆମେ ସମସ୍ତେ ଭଲ ଭାବରେ ଜାଣୁ ତେବେ ଏହି ପ୍ରେମ ବର୍ତ୍ତମାନ ଯାଏ ଅନେକ ଜୀବନ କୁ ପରିବର୍ତ୍ତନ କରିସାରିଲାଣି ।ଏହିପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଜଣେ ମହିଳା ପ୍ରେମରେ ପାଗଳ ହେଇ ନିଜ ସ୍ବାମୀ ଆଉ ଛୁଆ କୁ ଛାଡ଼ି ଦେଇ ଆସି ଥାନାରେ ବସି ନିଜ ପ୍ରେମିକ କୁ ବିବାହ କରିବାକୁ ବସିଛନ୍ତି ।ତେବେ ଟୁଙ୍ଗୁରୁ ଭୋଳକୁ ୨୪ ବର୍ଷ । ହେଲେ ତାଙ୍କ ପ୍ରେମିକା ବର୍ଷା ଭୋଳଙ୍କୁ ୨୮ ବର୍ଷ । ତଥାପି ପ୍ରେମ ଏମିତି ଭିଡୁଛି ଯେ, କଥା ଥାନା ଯାଏଁ ଗଲାଣି । ପ୍ରଥମେ ତାଙ୍କର ତାଙ୍କ ପ୍ରେମିକ ସହିତ ହସ୍ପିଟାଲରେ ଦେଖା ହୋଇଥିଲା।ଟୁଙ୍ଗୁରୁ ଥିଲେ ଅଟୋଚାଳକ ଏବଂ ମହିଳା ଅଟୋ ରିଜର୍ଭ କରି ଯାଇଥିଲେ । ଆଉ ସେଇଠୁ ପ୍ରେମ ଆରମ୍ଭ ହେଲା ବୋଲି ମହିଳାଙ୍କ ଦାବି ।

ଏହା ପରେ ଯୁବକ ଟୁଙ୍ଗୁରୁ ଭୋଳ ସେହି ମହିଳାକୁ ତାଙ୍କ ଫୋନ୍ ନମ୍ୱର୍ ମାଗିଥିଲେ । ମହିଳା ଜଣକ ପ୍ରଥମେ ଦେଇ ନଥିଲେ ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଭିତରେ ପ୍ରେମ ସଂପର୍କ ଗଢିଉଠିଥିଲା। ଆଉ ଯୁବକ ଜଣକ ମହିଳାକୁ ଶାରୀରିକ ସଂପର୍କ ରଖିବା କୁ ବାଧ୍ୟ କରି ସମ୍ପର୍କ ରଖିଥିଲେ। ଆଉ ବିବାହର ପ୍ରତିଶୃତି ମଧ୍ୟ ଦେଇଥିଲେ ହେଲେ ଏବେ ପ୍ରେମିକ ଜଣକ କୁଆଡେ ଫେରାର ହେଇ ଯାଇଛନ୍ତି। ମହିଳାଙ୍କ ଠାରୁ ଯୁବକ ଜଣକ ବୟସରେ ଅନେକ ସାନ ଅଟନ୍ତି। ତାଙ୍କ କହିବା କଥା, ନିଜ ବାପା, ମା’ ହୁଅନ୍ତୁ କି ସ୍ବାମୀ କେହି ତାଙ୍କୁ ସେତେ ଭଲ ପାଇ ନାହାନ୍ତି ଯେତେ ତାଙ୍କୁ ଟୁଙ୍ଗୁରୁ ଭଲ ପାଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ଏବେ ଅନେକ ଚର୍ଚ୍ଚା ହଉଚି ।

Leave A Reply

Your email address will not be published.