ଫେସବୁକରେ ବନ୍ଧୁତା ଏବଂ ତାପରେ ଫଟୋ ଡାଉନଲୋଡ୍ କରି ନ୍ୟୁଡ଼ ଫଟୋ ସହ ଏଡିଟ କରି ବ୍ଲାକ ମେଲିଙ୍ଗ, 2 ବର୍ଷ ପରେ ଯୁବକ ହେଲେ ଗିରଫ

0

Get real time updates directly on you device, subscribe now.

ଫେସବୁକ ଆପ ବର୍ତ୍ତମାନ ଏମିତି ଗୋଟିଏ ଜିନିଷ ହେଇଯାଇଛି, ଯାହାକୁ ଦିନେ ବ୍ୟବହାର ନକଲେ ଲୋକଙ୍କୁ ଶାନ୍ତିରେ ନିଦ ହେଉନାହିଁ । ଅଧାରୁ ଅତ୍ୟଧିକ ଲୋକ ଏହି ଫେସବୁକ୍ ଆପକୁ ନିଜର ଗୋଟିଏ ଅଙ୍ଗ ଭାବି ନେଇଛନ୍ତି । ଦିନଟିଏ ଫେସବୁକରେ ନିଜର ଫଟୋ ଏବଂ ମୁହୂର୍ତ୍ତକୁ ସେୟାର ନକଲେ, ସେମାନଙ୍କୁ ଅସ୍ଥିର ଲାଗେ । ଥରେ ଭାବନ୍ତୁ ତ ଯଦି ଏହି ଫେସବୁକ ଆପ ହିଁ ଆପଣଙ୍କ ଜୀବନକୁ ନଷ୍ଟ କରିଦିଏ, ତେବେ କଣ ହେବ…?

ଆଜ୍ଞା ହଁ, ପ୍ରଥମେ ଫେସବୁକରେ ବନ୍ଧୁତା ଏବଂ ତାପରେ ବନ୍ଧୁତା ସ୍ଥାପନ କରିବା ପରେ ଫେସବୁକ୍ ପ୍ରୋଫାଇଲରୁ ଫଟୋ ଡାଉନଲୋଡ୍ କରି ସେ ଫଟୋକୁ ନ୍ୟୁଡ ଏଡିଟ କରି ବ୍ଲାକମେଲିଙ୍ଗ କରାଯାଉଛି । କଣ ଆପଣଙ୍କ ପାଖକୁ ମଧ୍ୟ ଏଭଳି ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆସୁଛି କି ? ଯଦି ହଁ, ତେବେ ସାବଧାନ ହୋଇଯାନ୍ତୂ । ଯଦି ଆପଣ ସେହି ଫ୍ରେଣ୍ଡ୍ ରିକ୍ୱେଷ୍ଟକୁ ଆକସେପ୍ଟ କରନ୍ତି, ତେବେ ଦେଖି ଚାହିଁ ଚାଟିଂ କରନ୍ତୁ । ଯଦି ଟିକେ ବି ଅସାବଧାନତା ହୁଅନ୍ତି, ତେବେ ଆପଣ ମଧ୍ୟ ନ୍ୟୁଡ଼ ଫଟୋ ବ୍ଲାକମେଲିଙ୍ଗର ଶିକାର ହୋଇପାରନ୍ତି । ଥରେ ଏହି ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆକସେପ୍ଟ କରିବା ପୂର୍ବରୁ ଭାବନ୍ତୁ ଯେ ଏହା ଫେକ ଆକାଉଣ୍ଟ୍ ମଧ୍ୟ ହୋଇପାରେ ।

ଆମେ ଆପଣଙ୍କୁ ଏହିପରି କଥା ଏଥିପାଇଁ କହୁଛୁ, କାରଣ ଏହିପରି କିଛି ଘଟଣା ରାଉଲକେଲାରୁ ଆସିଛି । ଯୁବତୀଙ୍କ ଫଟୋ ଉଲଗ୍ନ କରି ବା ତାଙ୍କୁ ନ୍ୟୁଡ୍ ଏଡ଼ିଟ କରି ଯୁବକ ବ୍ଲାକମେଲିଙ୍ଗ କରୁଥିଲେ । ଯାହାକୁ ନେଇ ଯୁବତୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାସହିତ ଯୁବତୀଙ୍କୁ ଅଶ୍ଳୀଳ ଭିଡିଓ କଲିଙ୍ଗ କରି ଟଙ୍କା ମାଗୁଥିଲେ ତ ଆଉ କେତେବେଳେ ଫେସବୁକରେ ଫଟୋ ଭାଇରାଲ୍ କହି ଟଙ୍କା ମାଗୁଥିଲେ, ଯାହାକୁ ନେଇ 2020 ଜୁଲାଇ 1 ତାରିଖ ଦିନ ଯୁବତୀ ହାତୀମାରି ଥାନାର ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ଦୁଇବର୍ଷ ପରେ ପୋଲିସ ବିହାରର ସେହି ଯୁବକଙ୍କୁ ଗିରଫ କରିଛି ।

ପୋଲିସ କହିଛି ଯେ ଗତ 2020 ଜୁଲାଇ ମାସରେ ଗୋଟେ ରିପୋର୍ଟ୍ ହୋଇଥିଲା ଯେ ଫେସବୁକରେ ବନ୍ଧୁତା କଲା ପରେ ସେହି ଝିଅର ଫଟୋକୁ ନ୍ୟୁଡ଼ ଫଟୋ ସହ ଏଡିଟ୍ କରିକି ତାକୁ ବ୍ଲାକମେଲିଙ୍ଗ କରାଯାଉଥିଲା । କିନ୍ତୁ ଝିଅଟି ଚାଲାକ୍ ଥିବାରୁ ପଇସା ପତ୍ର ନ ଦେଇ ଥାନାରେ ଆସି ରିପୋର୍ଟ୍ କରିଥିଲା । ଏହି କେସ 2020 ରେ ରେଜିଷ୍ଟର ହୋଇଥିଲା ଏବଂ ଏହି କେସକୁ ଇନ୍ସପେକ୍ଟର ମୁନା ନାଏକ ତଦନ୍ତ କରୁଥିଲେ । ଏହାପରେ ସେ ତଦନ୍ତ କରି ବିହାରର ବୈଶାଳୀରୁ ଗିରଫ କରି ଆଣିଥିଲେ ।

Leave A Reply

Your email address will not be published.