ମୃତ୍ୟୁ ପରେ ମଧ୍ୟ ଝିଅ ବିବାହରେ ସାମିଲ ହେଲେ ବାପା, ଦେଖି କାନ୍ଦି ପକାଇଲା ବୋହୂ ହୋଇଥିବା ଝିଅ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଗୋଟିଏ ଝିଅ ପାଇଁ ତା ବାପା ହିରୋ ହୋଇଥାଏ । ସେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ତାଙ୍କ ମାର୍ଗଦର୍ଶନ କରନ୍ତି । ବିବାହ ମଧ୍ୟ ଗୋଟିଏ ଏମିତି ପର୍ଯ୍ୟାୟ, ଯେଉଁଥିରେ ପ୍ରତ୍ୟେକ ଝିଅ ନିଜ ବାପାଙ୍କ ଉପସ୍ଥିତି ଚାହୁଁଥାଏ । କିନ୍ତୁ ଦୁର୍ଭାଗ୍ୟବଶତ କିଛି ଝିଅଙ୍କୁ ସେହି ଖୁସି ଏବଂ ବାପାଙ୍କ ସାଥ ମିଳିନଥାଏ । ସେମାନଙ୍କ ବିବାହ ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଏ ।

ତାମିଲନାଡୁରେ ମଧ୍ୟ ଗୋଟିଏ ଝିଅ ବିବାହ ପୂର୍ବରୁ ବାପାଙ୍କ ମୃତ୍ୟୁ କାରଣରୁ ବହୁତ୍ ଦୁଃଖିତ ଥିଲେ । କିନ୍ତୁ ତା’ପରେ ତାଙ୍କ ମା ଏପରି କିଛି କଲେ ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ମୃତ୍ୟୁ ପରେ ମଧ୍ୟ ତାଙ୍କ ବାପା ତାଙ୍କ ବିବାହରେ ସାମିଲ ହୋଇଥିଲେ । ତାଙ୍କ ବିବାହରେ ତାଙ୍କ ବାପାଙ୍କୁ ଦେଖି ଝିଅ ଅତ୍ୟନ୍ତ ଭାବପ୍ରବଣ ହୋଇଗଲା । ବେଳେବେଳେ ତାଙ୍କ ଆଖିରୁ ଲୁହ ବାହାରି ଆସିଲା ତ ଆଉ କେତେବେଳେ ତାଙ୍କୁ ଭଲପାଇବା ସହିତ ଚୁମ୍ବନ ଦେଉଥିବାର ଦେଖାଗଲା ।

ମୃତ୍ୟୁ ପରେ ମଧ୍ୟ ଝିଅର ବିବାହରେ ସାମିଲ ହେଲେ ବାପା :-

ଏହି ଅନନ୍ୟ ବିବାହ ତାମିଲନାଡୁର କାଲାକୁରିଚି ଜିଲ୍ଲାର ଥିରୁକୋଭିଲୁର ଅଞ୍ଚଳରେ ଅବସ୍ଥିତ ଥାନା କାନାଣ୍ଡାଲ ଗ୍ରାମରେ ହୋଇଥିଲା । ଏଠାରେ ରହୁଥିବା ସେଲଭାରାଜଙ୍କ ଗତ ମାର୍ଚ୍ଚ ମାସରେ 56 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଛିଟା ଖରାପ ଥିଲା । ତେବେ ମୃତ୍ୟୁ ପୂର୍ବରୁ ସେଲଭାରାଜ ତାଙ୍କ ଝିଅ ମହେଶ୍ୱରୀଙ୍କୁ ଜୟରାଜ ନାମକ ଜଣେ ଯୁବକ ସହିତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସେଲଭାରାଜ ଯେତେବେଳେ ବଞ୍ଚିଥିଲେ, ସେତେବେଳେ ମଧ୍ୟ ବିବାହ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ସ୍ବାସ୍ଥ୍ୟ ଖରାପ ଥିବା କାରଣରୁ ତାଙ୍କର ଅଚାନକ ମୃତ୍ୟୁ ହୋଇଗଲା । ନିକଟରେ ସେଲଭାରାଜଙ୍କ ଝିଅ ମହେଶ୍ୱରୀଙ୍କ ବିବାହ ଧୁମଧାମରେ ହେଲା । ବିବାହ ପୂର୍ବରୁ ଝିଅ ଏହି କଥା ପାଇଁ ଦୁଃଖି ଥିଲା ଯେ ତାଙ୍କ ବାପା ତାଙ୍କ ବିବାହରେ ସାମିଲ ହୋଇପାରିବେ ନାହିଁ । ଏପରି ପରିସ୍ଥିତିରେ ସେଲଭାରାଜଙ୍କ ସ୍ତ୍ରୀ ପଦ୍ମାବତୀ ଝିଅକୁ ଖୁସି କରିବାପାଇଁ ଗୋଟିଏ ଅନନ୍ୟ ସରପ୍ରାଇଜ ପ୍ଲାନ୍ କଲେ ।

ମୃତ ବାପାଙ୍କୁ ବିବାହରେ ଦେଖି ଭାବୁକ ହୋଇଗଲା ଝିଅ :-

ପଦ୍ମାବତୀ ନିଜ ସ୍ଵାମୀଙ୍କ ମୋମର ମୂର୍ତ୍ତି ତିଆରି କରାଇଲେ । ଏହାକୁ ତିଆରି କରିବାରେ ତାଙ୍କର 5 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ତେବେ ଝିଅ ଯେତେବେଳେ ନିଜ ବିବାହରେ ମୋମରେ ତିଆରି ବାପାକୁ ଦେଖିଲେ, ସେତେବେଳେ ତାଙ୍କର ଖୁସିର ଠିକଣା ରହିଲା ନାହିଁ । ସେ ଭାବୁକ ହୋଇ କାନ୍ଦି ପକାଇଲେ । ତାଙ୍କ ଗଳାରେ ପ୍ରେମର ସହିତ ଚୁମ୍ବନ ଦେଲେ । ସେହିପରି ସମ୍ପର୍କୀୟ ମାନେ ମଧ୍ୟ ଏହି ମୁହୂର୍ତ୍ତକୁ ଦେଖି ଭାବୁକ ହୋଇଗଲେ ।

Leave A Reply

Your email address will not be published.