ଗୁରୁ ଶିଷ୍ୟ ଙ୍କ ଭଲପାଇବା ର ଏକ ସତ ଉଦାହରଣ।୧୦ ବର୍ଷ ଧରି ନିଜ ଗୁରୁଙ୍କୁ ବୋହୁଛନ୍ତି ରବି

0

Get real time updates directly on you device, subscribe now.

ପୁରାତନ ଯୁଗରୁ ଗୁରୁକୂଳରେ ପିଲା ମାନେ ଶିକ୍ଷା ଅର୍ଜନ କରୁଥିଲେ,ଓ ସେମାନେ ନିଜ ନିଜ ଗୁରୁଙ୍କ ସମ୍ମାନ ପ୍ରତି ଯତ୍ନଶୀଳ ମଧ୍ୟ ଥିଲେ,ଗୁରୁଙ୍କର ସବୁ ଆଦେଶକୁ ସମ୍ମାନ କରୁଥିଲେ । ଯେମିତି ଏକଲବ୍ୟ ଙ୍କ ପରି ବହୁତ୍ ଶିଷ୍ୟ ତାଙ୍କ ଗୁରୁଙ୍କ ଜୀବନ ପ୍ରତି ସମର୍ପିତ ଥିଲେ।ମାତ୍ର ଆଜିର ଶିକ୍ଷା ବ୍ୟବସ୍ଥାରେ ସେମିତି ଆଉ ଗୁରୁକୂଳ ଶିକ୍ଷାର ବ୍ୟବସ୍ଥା ନାହିଁ, ଛାତ୍ର ମାନେ ସ୍କୁଲ୍, କଲେଜ ରେ ନିଜର ଶିକ୍ଷା ଗ୍ରହଣ କରୁଛନ୍ତି । ମାତ୍ର ଆଜିର ଦୁନିଆରେ ଗୁରୁଙ୍କ ଆଦେଶ,ଗୁରୁଙ୍କ ପ୍ରତି ସମ୍ମାନ ପିଲାମାନଙ୍କ ମଧ୍ୟରେ ଦେଖିବା ପାଇଁ ମିଳୁନି ।

ଗୁରୁ ହଉଛନ୍ତି ବାପା,ମାଙ୍କ ପରେ ସାକ୍ଷାତ ଇଶ୍ଵର,ମାତ୍ର ପିଲା ମାନେ ସେହି ଗୁରୁଙ୍କ ପଛପଟରେ ତାଙ୍କ ନାମରେ ଦୁନିଆ କଥା କହୁଛନ୍ତି । ସେଥିପାଇଁ କଥାରେ ଅଛି,”ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର,ଗୁରୁ ସାକ୍ଷାତ୍ ପରମବ୍ରହ୍ମ ତସ୍ମେଇ ୱ ଚ ନମଃ ନମଃ “। ମାତ୍ର ଆଜି କଳିଯୁଗରେ ଏମିତି ଏକ ଶିଷ୍ୟ ଅଛନ୍ତି ଯିଏ ନିଜ ଗୁରୁଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

ଶିଷ୍ୟ ଜଣଙ୍କ ନିଜ ଗୁରୁଙ୍କୁ ଶଗଡ଼ ଗାଡ଼ିରେ ଟାଣି ଟାଣି ଗାଆଁ ଗାଆଁ ବୁଲି ଭିକ୍ଷା ଅର୍ଜନ କରୁଛନ୍ତି ଓ ବିଭିନ୍ନ ଯଜ୍ଞରେ ସାମିଲ୍ ହଉଛନ୍ତି । ଶିଷ୍ୟ ଜଣଙ୍କ କହିଛନ୍ତି ଯେ ଗୁରୁଙ୍କ ସେବା କରିବା ପାଇଁ ମୋର ଆଗରୁ ଇଚ୍ଛା ଥିଲା ଓ ଏହା ମୋର କର୍ତ୍ତବ୍ୟ । ଗୁରୁଙ୍କ ସେବା କରି ମୁଁ ବହୁତ୍ ଶାନ୍ତିରେ ଅଛି,ମୋତେ ଆନନ୍ଦ,ଖୁସି ମିଳୁଛି,ମୋ ଶରୀରରେ ଏଯାଏ କିଛିବି ପୀଡ଼ା ମୁଁ ଅନୁଭଵ କରିନି । ମୋ ଗୁରୁଙ୍କ ସେବା କରିବାର ଥିଲା,ମୋ ଜୀବନର ଲକ୍ଷ ସେଇଆ ହିଁ ଥିଲା ଆଉ ମୁଁ କରୁଛି ।

ଶିଷ୍ୟ ଜଣଙ୍କ ନିଜ ହାତରେ ସେହି ଚକ ଥିବା ଏକ ଗାଡ଼ିରେ ଗୁରୁଙ୍କୁ ବସେଇ ଟାଣି ଟାଣି ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଏବଂ ବିଭିନ୍ନ ଆଶ୍ରମ ମାନଙ୍କୁ ଟାଣିକି ନେଉଛନ୍ତି । ଗାଁ ଗାଁ ବୁଲି ଭକ୍ତ ମାନଙ୍କୁ ନିଜର ମହିମା ଧର୍ମ ର ପ୍ରଚାର କରୁଛନ୍ତି
ଗୁରୁ କହିଛନ୍ତି ଯେ ବୋଧ ହୁଏ ମୋର ବହୁତ୍ ଦିନର କିଛି ଗୋଟେ ତପସ୍ୟାର ଫଳ ହିସାବରେ ମୁଁ ଏହିପରି ଏକ ଶିଷ୍ୟ ପାଇଛି । ତାର ସେବାରେ ମୁଁ ଏତେ ପରିମାଣରେ ଆନନ୍ଦିତ ଅଛି ଯେ ଆମେ ନିଜେ ନିଜେ ସମାଜର କଲ୍ୟାଣ ପାଇଁ ଦେଶ ,ଗାଆଁ ଗାଁ ବୁଲି ପ୍ରଚାର କରୁଛୁ ।

Leave A Reply

Your email address will not be published.