ମହିଳାଙ୍କୁ ଯେତେବେଳେ ପ୍ରଥମଥର ପାଇଲଟ ଟ୍ରେନିଙ୍ଗ ଦେବା ବିଷୟରେ କଥା ହୋଇଥିଲା, ସେତେବେଳେ ଲୋକମାନେ ପ୍ରଶ୍ନ ଉଠାଇ ଥିଲେ ଯେ କଣ ଜଣେ ମହିଳାଙ୍କ ମଧ୍ୟରେ ସେହି ସାହାସ, ଧର୍ଯ୍ୟ ଏବଂ ଆତ୍ମବିଶ୍ବାସ ରହିଛି, ଯାହା ବହୁତ୍ କଠିନ ପରିସ୍ଥିତିରେ ମଧ୍ୟ ଦୃଢ଼ ରହିବ, ଯେପରି ପୁରୁଷଙ୍କ ଠାରେ ରହିଥାଏ । କିନ୍ତୁ ମହିଳାଙ୍କ ଉପରେ ପୁରା ଭରଷା କରି ତାଙ୍କୁ ପାଇଲଟ ହେବାକୁ ଅନୁମତି ଦିଆଗଲା । ଆଜି ଜଣେ ମହିଳା ପାଇଲଟ ପ୍ରମାଣିତ କରିଛନ୍ତି ଯେ ଏହି ନିଷ୍ପତ୍ତି କେତେ ଦୂର ଠିକ୍ ଥିଲା । ଭାରତର ଜଣେ ଝିଅ ଏବଂ ମହିଳା ପାଇଲଟ ଏକ ଭୟଙ୍କର ବିମାନ ଦୁର୍ଘଟଣାକୁ କେବଳ ନିଜ ବୁଦ୍ଧି ବଳରେ ସମ୍ପୂର୍ଣ୍ଣ ଭାବେ ଟାଳି ଦେଇଛନ୍ତି ।
ଯେତେବେଳେ ପାଟନା ଏୟାରପୋର୍ଟରେ ଅଟକି ଗଲା ସମସ୍ତଙ୍କ ଜୀବନ :-
ରବିବାର ଦିନ ସ୍ପାଇସଜେଟର ଫ୍ଲାଇଟ SG-723ରେ ଗୋଟିଏ ପଟେ ଲୋକମାନେ ଧୂଆଁ ଭିତରେ ଥିବାର ଦେଖାଗଲା, ସେତେବେଳେ ଲୋକଙ୍କ ନିଶ୍ବାସ ଅଟକିଗଲା । ଏହାମଧ୍ୟରୁ ପାଟନା ଜିଲ୍ଲା ପ୍ରଶାସନ ଏବଂ ଏୟାରପୋର୍ଟରେ ଲାଗିଥିବା ଫୋନ୍ ବାରମ୍ବାର ବାଜିବାକୁ ଲାଗିଲା । କିଛି ଅଫିସର୍ ଏବଂ ସାମ୍ବାଦିକଙ୍କ ମୋବାଇଲରେ ମଧ୍ୟ ଲୋକମାନେ କଲ କରିବା ଆରମ୍ଭ କରିଦେଲେ । ଏହାମଧ୍ୟରେ ପାଇଲଟ ଜାଣିଲେ ଯେ ପ୍ଲେନ ବିପଦରେ ଅଛି ।
ଏପରି ପରିସ୍ଥିତିରେ ପାଇଲଟ ବହୁତ୍ ବୁଦ୍ଧିମତାର ସହିତ ବିମାନକୁ ଗଙ୍ଗା ନଦୀର ରାସ୍ତାରେ ମୋଡ଼ିଲେ । କିନ୍ତୁ କ୍ରାଶ ଲ୍ୟାଣ୍ଡିଙ୍ଗ ପରି ପରିସ୍ଥିତି ଆସିଲା ନାହିଁ ଏବଂ 191 ଜଣ ଯାତ୍ରୀଙ୍କୁ ପାଇଲଟ ବହୁତ୍ ଚତୁରତାର ସହ ବଞ୍ଚାଇ ଦେଲେ । ଏପରି ସମୟରେ ଯେତେବେଳେ ଲୋକଙ୍କ ମୁଣ୍ଡ କାମ କରିବା ବନ୍ଦ୍ କରିଦିଏ, ସେତେବେଳେ ପାଇଲଟଙ୍କ ବ୍ରେନ ଏତେ ସ୍ପିଡରେ କାମ କରୁଥିଲା, ଯାହାର ସୁରକ୍ଷିତ ଲ୍ୟାଣ୍ଡିଙ୍ଗକୁ ଦେଖି ଅନୁମାନ କରାଯାଇପାରେ । ସେହି ପାଇଲଟଙ୍କ ନାମ ହେଉଛି ମୋନିକା ଖନ୍ନା ।
ପାଇଲଟ ମୋନିକା ଟାଳିଦେଲେ ଏତେ ବଡ ବିପଦ :-
ପାଟନା- ଦିଲ୍ଲୀ ଫ୍ଲାଇଟର ପାଇଲଟ ଇନ କମାଣ୍ଡ କ୍ୟାପଟେନ ମୋନିକା ଖନ୍ନାଙ୍କୁ କେବିନ୍ କ୍ରୁ ନିଆଁ ବିଷୟରେ କହିବା ମାତ୍ରେ ସେ ବ୍ୟସ୍ତ ହେଲେ ନାହିଁ କିମ୍ବା ଡରିଲେ ନାହିଁ । ସେ ସିଧାସଳଖ ନିଆଁ ଲାଗିଥିବା ଇଞ୍ଜିନକୁ ବନ୍ଦ କରିଦେଲେ । ସେହି ସମୟରେ ସ୍ପାଇସଜେଟର ଏହି ଫ୍ଲାଇଟରେ 2ଟି ପିଲା ସହିତ 185 ଜଣ ଯାତ୍ରୀ ଏବଂ 6ଜଣ କେବିନ୍ କ୍ରୂ ମେମ୍ବର ମଧ୍ୟ ଥିଲେ ।
ବିମାନ ଯେତେବେଳେ ପାଟନାରୁ ଟେକଅଫ କରିଥିଲା, ସେତେବେଳେ ଜଣେ ଯାତ୍ରୀ ତଳେ ଦେଖାଯାଉଥିବା ଦୃଶ୍ୟର ଭିଡିଓ କରୁଥିଲେ । ସେ ନିଆଁ ଦେଖି ତୁରନ୍ତ କେବିନ୍ କୃ ମେମ୍ବରଙ୍କୁ କହିଲେ । ଜଣାପଡ଼ିଲା ଯେ କେବିନ୍ ନମ୍ୱର୍ 1 ରୁ ନିଆଁ ଏବଂ ଧୂଆଁ ବାହାରୁଚି । ପାଇଲଟ ମୋନିକା ଖନ୍ନା ଏ ବିଷୟରେ ସୂଚନା ପାଇବା ପରେ ତାଙ୍କର ସନ୍ଦେହ ହେଲା ଯେ ବିମାନ ୱର୍ଡ ହିଟର ଶିକାର ହୋଇଛି ।
ଏହାପରେ ପାଇଲଟ ମୋନିକା ଖନ୍ନା ସେୟା କଲେ, ଯାହା ଦେଶରେ ଗୋଟିଏ ଉଦାହରଣ ପାଲଟି ଗଲା । ନିଆଁ ଦ୍ଵାରା ଖରାପ୍ ହୋଇ ସାରିଥିବା ଗୋଟିଏ ଇଞ୍ଜିନ ବାଲା ପ୍ଲେନକୁ ଲ୍ୟାଣ୍ଡ କରିବା ଗୋଟିଏ ବଡ ବିପଦ ଥିଲା । କିନ୍ତୁ ମୋନିକା ଖନ୍ନା ନିଜର ଧର୍ଯ୍ୟ ହରାଇଲେ ନାହିଁ ଏବଂ ସେ ପ୍ଲେନକୁ ପାଟନାର ରନୱେରେ ଓହ୍ଲାଇବାକୁ ସ୍ଥିର କଲେ ।
ପାଇଲଟ ମୋନିକା ସୃଷ୍ଟି କଲେ ଇତିହାସ :-
ଏହି ଓଭରୱେଟ ଲ୍ୟାଣ୍ଡ ପୂର୍ବରୁ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ କ୍ୱିକ ରେଷ୍ପନସ ଟିମ୍ ପାଟନା ବିମାନବନ୍ଦରରେ ନିୟୋଜିତ ହୋଇଥିଲେ । କିନ୍ତୁ ଦେଶର ଝିଅ ପାଇଲଟ୍ ମୋନିକା ଖନ୍ନାଙ୍କ ବୁଦ୍ଧି ଏପରି କିଛି ଘଟିବାକୁ ଦେଇନଥିଲା । ପରବର୍ତ୍ତୀ 10 ସେକେଣ୍ଡରେ ଯାହା ଘଟିଲା ତାହା ଇତିହାସରେ ରେକର୍ଡ ହୋଇଗଲା | ନିଆଁର ଧୂଆଁରେ ଘେରି ହୋଇଥିବା ବିମାନଟି ଯାତ୍ରୀମାନଙ୍କ ସହିତ ନିରାପଦରେ ଲ୍ୟାଣ୍ଡ କରିସାରିଥିଲା ।