୧୦ ମାସ ପର୍ଯ୍ୟନ୍ତ ସେକ୍ସ କରୁଥିଲେ ସ୍ଵାମୀ-ସ୍ତ୍ରୀ, ପୁଣି ଜଣାପଡିଲାକି ତାଙ୍କର ସ୍ବାମୀ ପୁରୁଷ ନୁହେଁ ମହିଳା ଥିଲେ, ସେକ୍ସ ସମୟରେ ହେଇଥିଲା ଏମିତି

0

Get real time updates directly on you device, subscribe now.

ଆଜିର ସମୟରେ ପ୍ରାୟତଃ ଏମିତି ଖବର ଶୁଣିବାକୁ ଓ ପଢିବାକୁ ମିଳେ ଯାହା ଉପରେ ବିଶ୍ୱାସ କରିବା ଗୋଟିଏ ମୁହୂର୍ତ୍ତରେ ଆଶ୍ଚର୍ଯ୍ୟକର ଲାଗେ। ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆପଣ ମଧ୍ୟ ଏହି ମାମଲାକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଜଣେ ମହିଳା ଜଣେ ମହିଳାଙ୍କୁ ବିବାହ କରିଛନ୍ତି। କିନ୍ତୁ ଏ ବିଷୟରେ ପୀଡିତା ମହିଳାଙ୍କୁ ଜଣାନଥିଲା। ଜଣେ ମହିଳା ପୁରୁଷ ବେଶରେ ମହିଳାଙ୍କୁ ବିବାହ କରିଲେ। ଶେଷରେ ମିଛ ଉପରୁ ପର୍ଦ୍ଦା ଫାସ ହୋଇଗଲା।

ଜଣାଇଦେଉଛୁକି ଏମିତି ମାମଲା ଆମ ଦେଶରେ ଦେଖିବାକୁ ମିଳେନାହିଁ। ବରଂ ଏହିପରି ଅନ୍ୟତ୍ର ଦେଖିବାକୁ ମିଳେ। ବାସ୍ତବରେ ଏହି ଘଟଣାଟି ଇଣ୍ଡୋନେସିଆର ଅଟେ। ଗତ ସପ୍ତାହରେ ଜଣେ ମହିଳା କୋର୍ଟରେ କହିଲେକି ଯେଉଁ ବ୍ୟକ୍ତିକୁ ସେ ପୁରୁଷ ଭାବି ବିବାହ କରିଥିଲେ, ୧୦ମାସ ପରେ ଜଣାପଡ଼ିଲାକି ସେ ଜଣେ ମହିଳା ଅଟନ୍ତି। ଆରୋପୀ ମହିଳା ନିଜର ପରିଚୟ ଲୁଚାଇଥିଲେ। ଆରୋପୀ ମହିଳାଙ୍କ ନାମ ଇରାୟାନୀ ବୋଲି କୁହାଯାଉଛି।

ଜଣେ ମହିଳା ଇରାୟାନୀଙ୍କୁ ବିବାହ କରିଥିଲେ। ତାଙ୍କୁ ଲାଗିଥିଲାକି ଇରାୟାନୀ ପୁରୁଷ ଅଟନ୍ତି କିନ୍ତୁ ସେ ମହିଳା ଥିଲେ। ଇରାୟାନୀ ମଧ୍ୟ କହିନଥିଲେ ସେ ମହିଳା ଅଟନ୍ତି। ମେ ୨୦୨୧ ମସିହାରେ ଡେଟିଂ ଏପ ଜରିଆରେ ପୀଡିତ ମହିଳା ଓ ଇରାୟାନୀଙ୍କର ସାକ୍ଷାତ ହୋଇଥିଲା। ମହିଳା କହିଲେକି ସୋସିଆଲ ମିଡ଼ିଆ ପ୍ରୋଫାଇଲ ଓ କଥାବାର୍ତ୍ତାରୁ ଇରାୟାନୀ ପୁରୁଷଙ୍କ ପରି ଲାଗିଲେ।

ଇରାୟାନୀଙ୍କ ପ୍ରକୃତି ଖରାପ ଥିଲା। ସେ ପୀଡ଼ିତା ମହିଳାଙ୍କୁ ନିଜର ବସରେ କରିବାକୁ ଚାହୁଁଥିଲେ ଓ ସେ ଏଥିରେ ସଫଳ ମଧ୍ୟ ହୋଇଗଲେ।ଇରାୟାନୀ ମହିଳାଙ୍କୁ କହିଲେକି ସେ ଜଣେ ବ୍ୟବସାୟୀ ଅଟନ୍ତି। ସେ ନିକଟରେ ଧର୍ମ ପରିବର୍ତ୍ତନ କରିଛନ୍ତି ଓ ତାଙ୍କୁ ଏକ ସ୍ତ୍ରୀଙ୍କର ସନ୍ଧାନ ଅଛି, ଯିଏକି ବିବାହ କରିବ।

ପାଖାପାଖି ତିନି ମାସର କଥାବାର୍ତ୍ତା ପରେ ମହିଳା ଇରାୟାନୀଙ୍କୁ ବିବାହ କରିଲେ। ବିବାହ ପରେ ଇରାୟାନୀ ମହିଳାଙ୍କ ଘରେ ସ୍ବାମୀଙ୍କ ପରି ରହିବାକୁ ଲାଗିଲେ। କିନ୍ତୁ ବିବାହର କିଛି ମାସ ପରେ ମହିଳାଙ୍କ ମାତା-ପିତାଙ୍କୁ ଇରାୟାନୀଙ୍କ ଚରିତ୍ର ଉପରେ ସନ୍ଦେହ ହେବାକୁ ଲାଗିଲା। କାରଣ ଇରାୟାନୀ ପୀଡ଼ିତା ମହିଳାଙ୍କୁ ପଇସା ମାଗୁଥିଲେ ଓ ନିଜର ବ୍ୟବସାୟ ବିଷୟରେ ଲୁଚାଉଥିଲେ। ସୁଯୋଗ ପାଇଁ ସେ ପୀଡ଼ିତାଙ୍କୁ ଅନ୍ୟ ଏକ ସହରକୁ ନେଇ ଚାଲିଗଲେ।

ସେଠାରେ ସେ ଏକ ଘରଭଡା ନେଇ ରହିବାକୁ ଲାଗିଲେ। ସେଠାରେ ସେ ମହିଳାଙ୍କୁ ଘରେ ବାନ୍ଧି ରଖିଲେ। ଅନ୍ୟପକ୍ଷରେ ଝିଅଙ୍କ ସହିତ କଥାବାର୍ତ୍ତା ହୋଇପାରୁନଥିବାରୁ ଝିଅର ଘର ଲୋକ ପୋଲିସ ନିକଟରେ ସୂଚନା ଦେଲେ। ପୋଲିସ ଶୀଘ୍ର ଇରାୟାନୀଙ୍କ ବିଷୟରେ ଜାଣିପାରିଲେ।

ଇରାୟାନୀ କେବଳ ପୀଡ଼ିତା ମହିଳାଙ୍କୁ ଧୋକା ଦେଉନଥିଲେ, ବରଂ ତାଙ୍କୁ ବିବାହର ୧୦ ମାସ ମଧ୍ୟରେ ସେ ପୀଡ଼ିତା ମହିଳାଙ୍କ ନିକଟରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆରୋପୀଙ୍କ ବିରୁଦ୍ଧରେ ମାମଲା ଚାଲୁଅଛି। ପଚରାଉଚୁରାରେ ଏହି କଥା ସାମ୍ନାକୁ ଆସିଲାକି ଇରାୟାନୀ ସେକ୍ସ୍ ସମୟରେ ସ୍ତ୍ରୀଙ୍କ ଆଖିରେ ପଟି ବାନ୍ଧି ଦିଅନ୍ତି। ଓ ସେହି ସମୟରେ ଆଖି ମଧ୍ୟ ବନ୍ଦ କରିଦିଅନ୍ତି।

Leave A Reply

Your email address will not be published.