Weight Loss Tips: ଜୀବନରେ ଆପଣାନ୍ତୁ ଏହି ୫ ଟି ଅଭ୍ୟାସ, କେବେ ବି ଓଜନ ମେଣ୍ଟେନ ରଖିବାର ଚିନ୍ତା ରହିବ ନାହିଁ

0

Get real time updates directly on you device, subscribe now.

Habits To Maintain Weight Loss : ଭାରତରେ ଅଏଲ ଫୁଡସ ଖାଇବାର ଚଳନ ଅଧିକ ରହିଥାଏ, ଏପରି ପରିସ୍ଥିତିରେ ଲୋକଙ୍କର ଓଜନ ବଢିବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ | ଥରେ ୱେଟ ଗେନ କରିବାପରେ ଏହାକୁ ଲୁଜ କରିବା ବହୁତ କଷ୍ଟକର ହୋଇଥାଏ ଏବଂ ଯେକୌଣସି ପ୍ରକାରେ ଯଦି ଓଜନ କମ ହୋଇଯାଏ, ତେବେ ଏହାକୁ ମେଣ୍ଟେନ କରିବା ବିଲକୁଲ ସହଜ ହୁଏନାହିଁ | ଏହାର କାରଣ ଏହା ଯେ ଆମେ କେଉଁଠି ନା କେଉଁଠି କିଛି ଭୁଲ କରୁଥାନ୍ତି |

ଏହି ୫ଟି ଭୁଲ କାରଣରୁ ବଢିଯାଏ ଓଜନ :-

ଓଜନ କମିବା ପରେ ଯଦି କିଛି ବିଶେଷ ପ୍ରକାରର ଭୁଲ କରାଯାଏ, ତେବେ ୱେଟ ପୁଣିଥରେ ଗେନ ହେବାକୁ ଲାଗେ | ଆସନ୍ତୁ ଜାଣିବା ସେହି ୫ଟି ଅଭ୍ୟାସ, ଯାହାକୁ ଯଦି ଆପଣ ଡେଲି ଲାଇଫଷ୍ଟାଇଲରେ ସାମିଲ କରିନେବେ, ତେବେ ୱେଟ ମେଣ୍ଟେନ ରଖିବାରେ କୌଣସି ଅସୁବିଧା ହେବନାହିଁ ଏବଂ ଆପଣ ସବୁବେଳେ ଫିଟ ରହିବେ |

୧. ଥରେ ଯଦି ଯେକୌଣସି ପ୍ରକାରେ ଓଜନ କମିଯାଏ, ସେତେବେଳେ ଆମେ ୱାର୍କଆଉଟ କରିବା କମ କରିଦିଅନ୍ତି | ଯାହା ଗୋଟିଏ ବଡ଼ ଭୁଲ ବୋଲି ପ୍ରମାଣିତ ହୁଏ, ତେଣୁ ଏକ୍ସରସାଇଜ କରିବାର ଅଭ୍ୟାସ ଛାଡ଼ନ୍ତୁ ନାହିଁ |

୨. ଓଜନ କମ ହେବାପରେ ଆମକୁ ପ୍ରାୟତଃ ଏପରି ଲାଗେ ଯେ ଆମେ ବର୍ତ୍ତମାନ ପୁରୁଣା ଖାଇବା ପିଇବା ପଦ୍ଧତିକୁ ଫେରିପାରିବା | କିନ୍ତୁ ଏହି ମନୋଭାବ ଠିକ ନୁହେଁ, ଆପଣ ସୁସ୍ଥକର ଖାଦ୍ୟ ଖାଆନ୍ତୁ |

୩. ଯେତେବେଳେ ଆମେ ୱେଟ ଲେସ ପ୍ରୋସେସରେ ଥାଆନ୍ତି, ସେତେବେଳେ ବାହାରର ଖାଦ୍ୟ ଏବଂ ଜଙ୍କ ଫୁଡ ଠାରୁ ଦୁରେଇ ଯାନ୍ତି | କିନ୍ତୁ ଥରେ ଓଜନ କମିଗଲେ ପୁଣିଥରେ ବାହାର ଖାଦ୍ୟ ଖାଇବାକୁ ଲାଗନ୍ତି, ଏପରି ବିଲକୁଲ କରନ୍ତୁ ନାହିଁ |

୪. ଶୋଇବାର ଅଭାବ ଓଜନ ବଢିବାର ଗୋଟିଏ ବଡ଼ କାରଣ ହୋଇଥାଏ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ହୁଏତ ଆପଣଙ୍କ ଓଜନ କମ ହେଉ କିମ୍ବା ଅଧିକ, କିନ୍ତୁ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ ଅଟେ |

୫. ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ, ଏହାଦ୍ୱାରା ବଡି ହାଇଡ୍ରେଟ ରହିବ | ଆମ ଶରୀରରେ ଯଦି ପାଣି ଅଭାବ ଦେଖାଯାଏ , ତେବେ ଏହାଦ୍ୱାରା ମେଟାବୋଲିଜ୍ମ ଉପରେ ପ୍ରଭାବ ପଡିଥାଏ ଏବଂ ଓଜନ କମ କରିବାରେ ସମସ୍ୟା ସୃଷ୍ଟି ହୁଏ |

Leave A Reply

Your email address will not be published.