ଭଡ଼ା ଘରୁ ଉଦ୍ଧାର ହେଲା ରଶ୍ମିରେଖାଙ୍କ ମୃତଦେହ….ପୁରୁଷ ବନ୍ଧୁଙ୍କ ପଚରାଉଚରା ସହ ପୋଲିସର ତନାଘନା ଜାରି

0

Get real time updates directly on you device, subscribe now.

ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଏହା ଆତ୍ମହତ୍ୟା ନା ଏହା ପଛରେ କିଛି କାରଣ ରହିଛି ସେ ନେଇ ଉଠିଛି ଏକ ବିରାଟ ପ୍ରଶ୍ନ। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ମାମଲାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ତାଙ୍କର ଏକ ଚିଠି ଘଟଣାସ୍ଥଳରୁ ମିଳିଛି। ଯେଉଁଥିରେ ସେ ଲେଖିଥିଲେ, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଏମିତି କିଛି ଶେଷ କଥା ଲେଖି ନିଜର ଜୀବନ ହାରିଦେଲେ ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖା ଓଝା। ଭୁବନେଶ୍ୱର ନୟାପଲ୍ଲୀ ଗଡସାହି ଭଡା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। କିନ୍ତୁ ମୃତ୍ୟୁକୁ ନେଇ ସସପେନ୍ସ ଜାରୀ ରହିଛି। ଘରମାଲିକ ଏହି ବିଷୟରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲା।

ଜଣାଇଦେଉଛୁକି, ଗତ କିଛିଦିନ ହେବ ରଶ୍ମିରେଖା ଜଣେ ପୁରୁଷ ବନ୍ଧୁଙ୍କ ସହିତ ରହି ଆସୁଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ରଶ୍ମିରେଖାଙ୍କର ମୃତ୍ୟୁ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ। ତାଙ୍କର ମୃତ୍ୟୁରେ ବର୍ତ୍ତମାନ ସମ୍ପୂର୍ଣ ରୂପରେ ସସପେନ୍ସ ଲାଗିରହିଛି।

Leave A Reply

Your email address will not be published.