ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ି ନଥାଏ ପକ୍ଷୀ କିମ୍ବା କୌଣସି ବିମାନ, ଏହାର ରହସ୍ୟ କଣ ?

0

Get real time updates directly on you device, subscribe now.

ଜଗନ୍ନାଥ ମନ୍ଦିର ଓଡ଼ିଶାର ପୁରୀ ସହରର ମଧ୍ୟ ଭାଗରେ ଅବସ୍ଥିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କର ପୂଜିତ ହେଉଥିବା ଏହା ଏକ ପୁରାତନ ଦେଉଳ ଅଟେ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସର୍ବଶ୍ରେଷ୍ଠ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ଵର ପୂର୍ବ ଦକ୍ଷିଣରେ ଭାରତ, ଭାରତର ଅଗ୍ନି କୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନି କୋଣରେ ଅବସ୍ଥିତି ପୁରୀ, ପୁରୀର ଅଗ୍ନି କୋଣରେ ଶ୍ରୀ ବତ୍ସଖଣ୍ଡ ଶାଳରେ ନିର୍ମିତ ବଡ଼ ଦେଉଳ ଏବଂ ବଡ଼ ଦେଉଳର ଅଗ୍ନି କୋଣରେ ରୋଷଶାଳ । ଯେଉଁଠାରେ ମନ୍ଦିର ନିର୍ମାଣ କାଳରେ ଅଗ୍ନି ପ୍ରଜ୍ବଳିତ ହୋଇଥାଏ । ଏଠାରେ ମହୋଦଦ୍ଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୁଆ ଖୋଳିଲେ ଲୁଣପାଣି ନଝରି ମଧିର ଜଳ ନିର୍ଗତ ହୋଇଥାଏ । ଆଜି ଆସନ୍ତୁ ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ କିଛି ଏପରି ରହସ୍ୟମୟ କଥା ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପୁରୀ ଶ୍ରୀମନ୍ଦିର ଉପରେ ପକ୍ଷୀ କେବେ ହେଲେ ଉଡ଼ି ନଥାନ୍ତି । ମନ୍ଦିର ଚତୁଃ ପାର୍ଶ୍ୱରେ କୌଣସି ପକ୍ଷୀ ଉଡ଼ିବାର କେହି କେବେ ଦେଖି ନାହାଁନ୍ତି । ଭାରତର ଅଧିକାଂଶ ମନ୍ଦିରର ଚୁଳରେ ପକ୍ଷୀମାନେ ବସିବାର ଦେଖା ଯାଇଥାଏ । ହେଲେ ଶ୍ରୀମନ୍ଦିରର ଚମତ୍କାରିତା ହେଉଛି ଏହାର ଆଖପାଖରେ ମଧ୍ୟ ପକ୍ଷୀ ଉଡ଼ନ୍ତି ନାହିଁ । ବୈଜ୍ଞାନିକ ଦୃଷ୍ଟକୋଣରୁ ଦେଖିବାକୁ ଗଲେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପୁରୀ ମନ୍ଦିର ସ୍ଥାପିତ ହୋଇଥିବାରୁ ୨୧୪ ଫୁଟ ମନ୍ଦିର ଉଚ୍ଚରେ ଏତେ ପବନ ବେଗରେ ପକ୍ଷୀ ଉଡ଼ିବା ଅସମ୍ଭବ । ସେପରି ପୌରାଣିକ ଦୃଷ୍ଟିରୁ ବିଶ୍ୱାସ କରାଯାଏ କି ଭଗବାନ ବିଷ୍ଣୁଙ୍କ ବାହନ ତଥା ପକ୍ଷୀରାଜ ଗରୁଡ ସ୍ଵୟଂ ଜଗନ୍ନାଥ ଧ୍ୟାନ ରଖିଥାନ୍ତି ସେଥିପାଇଁ କୌଣସି ପକ୍ଷୀ ଆଖପାଖକୁ ଯିବାକୁ ସାହସ କରି ନଥାନ୍ତି ।

ଅପରପକ୍ଷେ ଶ୍ରୀ ମନ୍ଦିର ଉପରେ ଦେଇ କୌଣସି ବିମାନ ମଧ୍ୟ ଉଡ଼ିପାରିବ ନାହିଁ । ତେବେ ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ପୁରୀ ଜଗନ୍ନାଥ ମନ୍ଦିର ଚୂଳିରେ ଲାଗିଥିବା ନୀଳଚକ୍ର ଅଷ୍ଟ ଧାତୁରେ ନିର୍ମିତ । ଏହା ଆପଣମାନେ ସମସ୍ତେ ତୋ ଜାଣିଥିବେ । ତେବେ ଏହା ପାଇଁ ବିମାନ ଉଡିବାରେ ବାଧା ସୃଷ୍ଟି ହୋଇଥାଏ । ଆଉ ଏହାଛଡା ପୁରୀ ଅଞ୍ଚଳ ଭାରତର କୌଣସି ଏୟାର ଟ୍ରାଫିକ୍ ମାର୍ଗକୁ ଆସି ନଥାଏ ଯେଉଁଥି ପାଇଁ ମନ୍ଦିର ଉପର ଦେଇ ବିମାନ ଉଡ଼େ ନାହିଁ । ତେବେ ଏହା ଭଗବାନଙ୍କ ଲୀଳା ବୋଲି ହିଁ ମନାଯାଇଥାଏ ।

Leave A Reply

Your email address will not be published.