“ହେଲୋ, କଣ ଆପଣଙ୍କର ଚାକିରି ଦରକାର୍ କି ?” ବେରୋଜଗାର ଲୋକଙ୍କୁ ଏହିପରି ଠକିଥାନ୍ତି ଏହି ଯୁବତୀ

0

Get real time updates directly on you device, subscribe now.

ୟୁପିର ନୋଏଡାରେ ବେରୋଜଗାର ଯୁବକଙ୍କୁ ଚାକିରି ଦେବା ନାଁରେ ପଇସା ସଂଗ୍ରହ କରୁଥିବା ଗ୍ୟାଙ୍ଗକୁ ପୋଲିସ ଗିରଫ କରି ଜେଲ ପଠାଇ ଦେଇଛି । ଗିରଫ ହୋଇଥିବା ପାଞ୍ଚଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଯୁବତୀ ମଧ୍ୟ ସାମିଲ ଅଛନ୍ତି । ବାସ୍ତବରେ ନୋଏଡା ଥାନା-20 ର ପୋଲିସକୁ ଅଭିଯୋଗ ମିଳିଥିଲା ଯେ ଗୋଟିଏ ଗ୍ୟାଙ୍ଗ ବେରୋଜଗାର ଲୋକଙ୍କୁ ଫୋନ୍ କରି ଚାକିରି ଦେବାକୁ କୁହନ୍ତି । ତାପରେ ସେମାନଙ୍କ ଠାରୁ ପଇସା ମଧ୍ୟ ଡିମାଣ୍ଡ କରନ୍ତି ।

ନିଜ କଥାରେ ଫସାଇ ଯୁବକଙ୍କ ଠାରୁ ପଇସା ନେଇଯାଆନ୍ତି । ବାକି ସାଥୀମାନେ ସେହି ଲୋକଙ୍କ ଡିଟେଲ ଝିଅମାନଙ୍କୁ ଦେଇଥାନ୍ତି, ଯାହାକୁ ଚାକିରି ଦରକାର୍ ହୋଇଥାଏ । ପୋଲିସ କହିଛି ଯେ ଅଭିଯୁକ୍ତଙ୍କୁ ସେକ୍ଟର – 18ରୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଗୋଟିଏ ଅଫିସ ଭଡ଼ାରେ ନେଇଛନ୍ତି । ଯେଉଁଠାରୁ ଏମାନେ ଫୋନ୍ କରି ବେରୋଜଗାର ଯୁବକଙ୍କୁ ନିଜ ଜାଲରେ ଫସାଇଥାନ୍ତି ।

ଗିରଫ କରାଯାଇଥିବା ଅଭିଯୁକ୍ତଙ୍କ ପରିଚୟ ପ୍ରିୟା ଚୌହାନ, ଅଂଶୁ ଗୁପ୍ତା, ଅଭିଷେକ ଯାଦବ, ଆର୍ଯ୍ୟାନ ଗୁପ୍ତା ଏବଂ କିଶନ କୁମାର ବୋଲି ଜଣାପଡିଛି । ପୋଲିସ ଏମାନଙ୍କ ପାଖରୁ 8ଟି ମୋବାଇଲ, 27 ଟି ରସିଦ ବୁକ୍, ରିକ୍ରୁଟମେଣ୍ଟ ଫର୍ମ ଏବଂ 3370 ଟଙ୍କା ଉଦ୍ଧାର କରିଛି ।

ଯୁବକଙ୍କୁ ମିଠା ମିଠା କଥାରେ ଫସାନ୍ତି ଯୁବତୀମାନେ :-

ଥାନା 20 ର ଅଧିକାରୀ ମନୋଜ କୁମାର କହିଛନ୍ତି ଯେ ଏହି ଯୁବତୀମାନେ ମିଠା ମିଠା କଥାରେ ଫସାଇ ଯୁବକଙ୍କୁ ନିଜ ଠିକଣାରେ ଡକାଇ ସେମାନଙ୍କୁ ଚାକିରି ଦେବା ନାଁରେ ପଇସା ମାଗନ୍ତି । ଏହି ଗ୍ୟାଙ୍ଗ ନୋଏଡାରେ ଗତ 6 ମାସ ଧରି ଏହିପରି ଠକୁଛନ୍ତି । କିଛି ଦିନ ପୂର୍ବରୁ ଜଣେ ଯୁବକ ଏହି ଗ୍ୟାଙ୍ଗର ଶିକାର ହୋଇଥିଲା । ସେ ଥାନାକୁ ଆସି ଅଭିଯୋଗ ଦେଇଥିଲେ । ଯାହାକୁ ଆଧାର କରି ପୋଲିସର ଗୋଟିଏ ଟିମ୍ ଯାଞ୍ଚ୍ ଆରମ୍ଭ କଲେ । ରବିବାର ଦିନ ସବୁ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇ ଦିଆଗଲା ।

କଲ୍ ସେଣ୍ଟର ଖୋଲି ଲୋକଙ୍କୁ ଠକିଲେ :-

ଏହାପୂର୍ବରୁ ନୋଏଡାର ଥାନା 113 ପୋଲିସ ଟିମ ଏପରି ଗୋଟିଏ ଗ୍ୟାଙ୍ଗକୁ ଧରିଥିଲେ । ଯେଉଁମାନେ ଦେଶ ଏବଂ ବିଦେଶରେ ଚାକିରି ଦେବା ବାହାନାରେ ଯୁବକଙ୍କୁ ନିଜ ଠକେଇର ଶିକାର କରୁଥିଲେ । ଏହି ପୁରା ଗ୍ୟାଙ୍ଗ ଦିଲ୍ଲୀର ମୟୂର ବିହାରରେ ଗୋଟିଏ କଲ୍ ସେଣ୍ଟର୍ ଚଳାଉଥିଲେ, ଯାହାକୁ ପୋଲିସ ଖୁଲାସା କରିଥିଲା । ଏମାନଙ୍କ ପାଖରୁ ମଧ୍ୟ ପୋଲିସ ବହୁତ୍ ଜିନିଷ ଉଦ୍ଧାର କରିଥିଲା । ଏହି ଗ୍ୟାଙ୍ଗ ଲୋକଙ୍କୁ ଚାକିରି ଦେବା ନାଁରେ ଠକି ଏପରି ଘଟଣା ଘଟାଉଥିଲେ । ବର୍ତ୍ତମାନ ସୁଦ୍ଧା ଏମାନେ ଅନେକ ଲୋକଙ୍କୁ ନିଜର ଶିକାର କରି ସାରିଥିଲେ ।

Leave A Reply

Your email address will not be published.