ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ଅଡିଓ…ଯେଉଁ ଅଡିଓରେ କୁହାଯାଉଛି ଏମିତି କିଛି କଥା…

0

Get real time updates directly on you device, subscribe now.

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଏବଂ ପ୍ରେମିକାଙ୍କ ଭିତିରି କଥା ଏବେ ହାଟରେ ପଡି ଦାଣ୍ଡରେ ଗଡିଲାଣି। ରାଜ୍ୟ ବାହାରକୁ ମଧ୍ୟ କଥାଟା ସମ୍ପୂର୍ଣ୍ଣ ବ୍ୟାପି ସାରିଲାଣି। ଏତେ ସବୁ ପରେ ମଧ୍ୟ ଶାନ୍ତ ରହିଥିବା ବିଧାୟକ କିନ୍ତୁ ଏବେ ମୁହଁ ଖୋଲିଛନ୍ତି। ଘଟଣା ସମ୍ପନ୍ଧରେ ବିଧାୟକଙ୍କ ପ୍ରତିକ୍ରିୟା ବର୍ତ୍ତମାନ ଘଟଣାର ମୋଡ ବଦଳାଇ ଦେଇଛି। ଆଜି ପର୍ଯ୍ୟନ୍ତ ବିଧାୟକଙ୍କୁ ଆଙ୍ଗୁଠି ଉଠାଯାଉଥିବା ବେଳେ ତାଙ୍କ ପ୍ରତିକ୍ରିୟା ଏବେ କିଛି ଭିନ୍ନ ଭିନ୍ନ କାହାଣୀ କହୁଛି।

ବିଧାୟକଙ୍କ ବିଜୟ ଶଙ୍କର ଦାସ ସମସ୍ତଙ୍କ ସାମନାରେ ବାହା ହେବାକୁ ରାଜି ଥିବା ସ୍ୱୀକାର କରିଛନ୍ତି। ଏତଲା ହେବାର ପୂର୍ବଦିନ ପ୍ରେମିକା ସୋମାଲିନଙ୍କ ସହ କଥା ମଧ୍ୟ ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ବିଧାୟକଙ୍କ କହିବା ଅନୁସାରେ, ହାତରେ ଆଉ ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବିବାହ କରିବାକୁ ସେ କହିଥିଲେ। ତେବେ ସୋମାଲିନଙ୍କ ସହ ବିବାହ ନିଶ୍ଚୟ ହେବ। କାରଣ ବାହାଘର ପାଇଁ ମୁଁ କେବେ ମନା କରିନାହିଁ। ମାଆଙ୍କ ଦେହ ଖରାପ ଥିବାରୁ ବିବାହ ପାଇଁ ସମୟ ମାଗିଥିବା କହିଛନ୍ତି ବିଧାୟକ ବିଜୟ ଶଙ୍କର ଦାସ।

ତେବେ ବର୍ତ୍ତମାନ ଆଉ ଏକ ଅଡିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ବିଧାୟକଙ୍କୁ ମନ ଇଚ୍ଛା ଗାଳିଗୁଲଜ କରୁଛନ୍ତି। ସେଥିରେ ଜଣେ ବ୍ୟକ୍ତି କହିଛନ୍ତି କେମିତି ଏହି ବିବାହ ହେବ ଦେଖିବା। ତୁମେ ବିବାହ କରିବା ତୁମର ହତ୍ୟା କରିଦିଆଯିବ। ଏହି ଅଡିଓ ବିଷୟରେ ବିଧାୟକ କହିଥିଲେକି ଏହା ଏକ ପୁରୁଣା ଅଡିଓ ଅଟେ। ବର୍ତ୍ତମାନ ଏହି ଅଡିଓ ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛି। ବିଧାୟକଙ୍କ ପ୍ରେମ ମାମଲା ଯେତେବେଳେ ଥାନାରେ ଅଛି ସେତେବେଳେ ଏହି ଅଡିଓ ଭାଇରାଲ ହେବା ଅନେକ ଗୁଡ଼ିଏ ପ୍ରଶ୍ନ ସୃଷ୍ଟି କରୁଛି।

Leave A Reply

Your email address will not be published.