କଣ ଘଟିଥିଲା ଏମିତି ଯାହା ପାଇଁ ସବୁଦିନ ପାଇଁ ବଦଳି ଯାଇଥିଲା ସଲମାନ ଓ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ

0

Get real time updates directly on you device, subscribe now.

ଆପଣମାନେ ସମସ୍ତେ ସଲମାନ୍ ଖାନ୍ ଏବଂ ଐଶ୍ଵର୍ଯ୍ୟା ରାୟଙ୍କ ସମ୍ପର୍କରେ ଜାଣିଥିବେ,ଦୁଇଜଣ ବଲିଉଡ୍ ଇଣ୍ଡଷ୍ଟ୍ରିର ବହୁତ ସଫଳ ଏବଂ ଜଣାଶୁଣା ଷ୍ଟାର। ବଲିଉଡ ରେ ଏମାନଙ୍କୁ ଦୁଇଜଣଙ୍କୁ ନେଇ ଏକ କଥା ମଧ୍ୟ ଶୁଣିବାକୁ ମିଳେ, ଏମାନଙ୍କ ପ୍ରେମ ସମ୍ପର୍କକୁ ନେଇ କଥା ଶୁଣିବାକୁ ମିଳେ। ଶୁଣିବାକୁ ମିଳେ କି ସଲମାନ୍ ଖାନ୍ ଐଶ୍ଵର୍ଯ୍ୟା ରାୟଙ୍କୁ ବହୁତ ଭଲ ପାଉଥିଲେ ଆଉ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଆଉ ଐଶ୍ଵର୍ଯ୍ୟା ବି କୁଆଡେ ସଲମାନ୍ ଙ୍କୁ ଭଲପାଉଥିଲେ।

ହେଲେ ଐଶ୍ଵର୍ଯ୍ୟା ଅଭିଷେକଙ୍କୁ ବାହା ହୋଇ ପଡିବାରୁ ସଲମାନ୍ ଆଉ ଆଜି ପର୍ଯ୍ୟନ୍ତ କାହାକୁ କି ବାହା ହେଉ ନାହାଁନ୍ତି। ଏପରି କଣ ହେଲା ଯେଉଁଥି ପାଇଁ ଐଶ୍ଵର୍ଯ୍ୟା ସଲମାନ୍ ଙ୍କୁ ଛାଡି ଅଭିଷେକ ଙ୍କୁ ବାହା ହେଲେ। ଏହାର କାରଣ ସମ୍ପର୍କରେ ଆମେ ଆଜି ଆପଣମାନଙ୍କୁ କହିବୁ।

କୁହାଯାଏ ଐଶ୍ୱର୍ଯ୍ୟାଙ୍କୁ ନେଇ ସଲମାନ ବହୁତ ପଜେସିଭ ଥିଲେ । ଯାହାକି ଉଭୟଙ୍କ ସମ୍ପର୍କରେ ଧିରେ ଧିରେ ଦୁରତା ସୃଷ୍ଟି କରିଥିଲା । ରିପୋର୍ଟ ଅନୁଯାୟୀ ସଲମାନ ବିବାହ ପାଇଁ ଐଶ୍ୱର୍ଯ୍ୟାଙ୍କ ଠାରୁ ପ୍ରତିଶୃତି ଚାହୁଁଥିଲେ, ହେଲେ ଐଶ୍ୱର୍ଯ୍ୟା ଏଥିପାଇଁ ପ୍ରସ୍ତୁତ ନଥିଲେ ।ଯାହାକୁ ନେଇ ସଲମାନଙ୍କ ବ୍ୟବହାର ଧିରେ ଧିରେ ଏଗ୍ରେସିଭ ହେଉଥିଲା । ଏଥିପାଇଁ ଉଭୟଙ୍କ ମଧ୍ୟରେ କଥା କଟାକଟି ଚରମ ସ୍ଥାନରେ ପହଞ୍ଚିଥିଲା । ଏହା ଭିତରେ ଏମିତି କିଛି ହେଲା ଯାହା କି ସମ୍ପର୍କକୁ ପୁରା ଭାଙ୍ଗିଦେବାରେ ସହାୟକ ହେଲା।

ଗୋଟିଏ ରାତିରେ ସଲମାନ ସିଧା ଐଶ୍ୱର୍ଯ୍ୟାଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ଏଠାକୁ ଆସିବା ପରେ ସଲମାନ ଐଶ୍ୱର୍ଯ୍ୟାଙ୍କ କବାଟକୁ ଜୋର ଜୋରରେ ବାଡେଇ ଥିଲେ । କୁହାଯାଏ ସଲମାନ ବହୁତ ରାତି ଯାଏ ଐଶ୍ୱର୍ଯ୍ୟାଙ୍କ କବାଟ ପିଟିଥିଲେ ।ସଲମାନଙ୍କ ଏହି ହରକତ ପରଦିନ ସବୁ ମିଡିଆରେ ବାହାରିଥିଲା । ଏଥିପାଇଁ ଉଭୟଙ୍କ ପ୍ରତିଛବି ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହି ଘଟଣା ପରେ ଐଶ୍ୱର୍ଯ୍ୟା ରାୟ ସଲମାନଙ୍କ ସହ ବ୍ରେକ ଅପ୍‌ କରିଦେଇଥିଲେ।

Leave A Reply

Your email address will not be published.