କ୍ଲାସରୁମ ରେ ଛାତ୍ର ଦେଖାଇଲା ଏପରି ଯାଦୁ, ୟୁଜର୍ସ କହିଲେ- ଆଖିକୁ ଚକ୍କମା ଦେବାରେ ମାହିର

0

Get real time updates directly on you device, subscribe now.

ଇନଷ୍ଟାଗ୍ରାମ ରିଲ୍ସର କୈଶଳ ବହୁ ଲୋକଙ୍କ ମୁଣ୍ଡରେ ଚଢିଛି|ଜଣାନାହିଁ ପ୍ରତିଦିନ ଇନଷ୍ଟାଗ୍ରାମରେ କେତେ ରିଲ ଭାଇରାଲ ହେଉଛି|ଏଭଳି ଏକ ରିଲ ସଭିଙ୍କ ହୃଦୟ ଜିତି ନେଇଛି|ଏହି ଭିଡିଓରେ ଜଣେ ସ୍କୁଲ ପିଲାକୁ ନିଜ କ୍ଲାସରୁମରେ ଠିଆ ହୋଇଥିବା ଦେଖାଯାଏ|

ଏହି ଛାତ୍ରର ଆଖପାଖରେ ସେହି କ୍ଲାସର ଆଉ କିଛି ଛାତ୍ରକୁ ମଧ୍ୟ ଦେଖାଯାଏ|ସମସ୍ତେ ତାଙ୍କୁ ଘେରିକରି ଠିଆ ହୋଇଛନ୍ତି|ଏଭଳି ଲାଗୁଛି ଯେ ସେ କିଛି ଅଲଗା କରି ଦେଖାଇବ|ଛାତ୍ର ନିଜର ଦୁଇ ହାତକୁ ଆଗକୁ କରେ ଓ ସେଥିରେ ଥିବା ଗୋଲିକୁ ଦେଖାଏ|ଆପଣ ମଧ୍ୟ ଏହି ଟ୍ରେଣ୍ଡିଙ୍ଗ ଭିଡିଓରେ ଦେଖାଯାଉଥିବା ଯାଦକୁ ଦେଖନ୍ତୁ|

View this post on Instagram

A post shared by Sahil Saifi (@sahil.aazam)

କିଛି ସମୟ ପରେ ନିଜ ହାତକୁ ପଲଟାଇ ଗୋଲିକୁ ତଳେ ରଖେ ଯାହାଫଳରେ ଦୁଇ ହାତରେ ଗୋଟିଏ ଗୋଟିଏ ଗୋଲି ହେବା କଥା|କିନ୍ତୁ ଦୁଇଟି ଗୋଲି ତାର ଗୋଟିଏ ହାତରେ ଦେଖାଯାଏ|ଏହାକୁ ଦେଖି ସେଠାରେ ମହଜୁଦ ଥିବା ସମସ୍ତ ପିଲାମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ଓ ଖୁସି ହୋଇଥାନ୍ତି|ଯାଦୁ ତ ଏମିତିକା ସଭିଙ୍କ ପସନ୍ଦ ସେ ଛୋଟ ହେଉ ବା ବଡ|

ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓ ଏଵେ ଜୋରରେ ଭାଇରାଲ ହେଉଛି|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୭ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ପସନ୍ଦ କରୁଛନ୍ତି|କମେଣ୍ଟ ସେକ଼ସନରେ ଲୋକମାନେ ନା କେଵଳ ଛାତ୍ରର ପ୍ରଶଂସା କରିଛନ୍ତି ଏହା ସହ ଆଗକୁ ବଢାଇବା ପାଇଁ ମଧ୍ୟ ଉପଦେଶ ଦେଇଛନ୍ତି|

Leave A Reply

Your email address will not be published.