5 ଟି ଝିଅ ହେବାରୁ ଲୋକମାନେ କରୁଥିଲେ ଉପହାସ, ଗୋଟିଏ ଝିଅ ଚେଞ୍ଜ କରିଦେଲା ଜେଣ୍ଡର

0

Get real time updates directly on you device, subscribe now.

ସମାଜରେ ଆଜି ବି ପୁଅ ଏବଂ ଝିଅକୁ ନେଇ ଗୋଟିଏ ଅଲଗା ମନୋଭାବ ଚାଲିଆସୁଛି । ଘରେ ପୁଅ ଜନ୍ମ ହେଲେ ସମସ୍ତେ ଖୁସି, କିନ୍ତୁ ଝିଅ ଜନ୍ମ ହେଲେ ଅନେକ ଘରେ ଏମିତି ଲାଗେ ଯେପରି ତାଙ୍କ ଘରକୁ ଗୋଟିଏ ବୋଝ ଆସିଯାଇଛି । ଏହାସହିତ ଯଦି ପରିବାରରେ ଗୋଟିଏ ଘରେ 3 ରୁ 4 ଜଣ ଝିଅ ଜନ୍ମ ହୋଇଥାନ୍ତି, ତେବେ ସେହି ଘରର ଲୋକମାନଙ୍କୁ ଶାନ୍ତିରେ ବଞ୍ଚିବା ମଧ୍ୟ କଷ୍ଟକର ହୋଇପଡେ ।

ସେହିପରି ଆଖପାଖର ଲୋକମାନେ ଉପହାସ କରନ୍ତି ତ ଆଉ କିଛି ଲୋକ ବଂଶ ବଢ଼ାଇବାକୁ କୁହନ୍ତି । ଏହାବ୍ୟତୀତ ବାପାମାଆଙ୍କୁ ମଧ୍ୟ ପୁଅ ନ ହେବାରୁ ଅନେକ ଅପମାନ ଶୁଣିବାକୁ ପଡେ । ଏହାକୁ ଧ୍ୟାନରେ ରଖି ଜଣେ ଝିଅ ନିଜ ବାପାଙ୍କ ବଂଶ ଆଗକୁ ବଢ଼ାଇବା ପାଇଁ ଝିଅରୁ ପୁଅ ହୋଇଗଲା । ଆସନ୍ତୁ ଜାଣିବା ତାପରେ ତାର କଣ୍ ହେଲା ।

ମା ବାପା ସବୁବେଳେ ପୁଅ ପାଇଁ କାନ୍ଦୁଥିଲେ, ତେଣୁ ପୁଅ ହୋଇଗଲା :-

କୁହାଯାଇଛି ଯେ 20 ବର୍ଷୀୟ ଆଶା ପାଞ୍ଚ ଭଉଣୀ ଅଟନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ଭଉଣୀ ନିଜ ବାପାମାଆଙ୍କ ଇଚ୍ଛାକୁ ପୂରଣ କରିବାପାଇଁ ନିଜ ଯେଣ୍ଡର ଜେଞ୍ଜ କରିଦେଲା ଏବଂ ଝିଅରୁ ପୁଅ ହୋଇଗଲା । ରିପୋର୍ଟ୍ ଅନୁଯାୟୀ ମେରଠର ସରଦାର୍ ବଲ୍ଲଭଭାଇ ପଟେଲ ମେଡିକାଲ୍ ହସ୍ପିଟାଲରେ ଆଶାଙ୍କ ଜେଣ୍ଡର ଚେଞ୍ଜ କରାଇଲା । ସେ ନିଜେ ନିଜର କାହାଣୀକୁ ସେୟାର କରିଛନ୍ତି ।

ଆଶା କହିଛନ୍ତି ଯେ, ” ଭଉଣୀମାନଙ୍କ ମଧ୍ୟରେ ସବୁଠାରୁ ବଡ ହୋଇଥିବା କାରଣରୁ ମୋର୍ କର୍ତ୍ତବ୍ୟ ହେଉଛି ଯେ ମୁଁ ଘରର ସବୁ ଦାୟିତ୍ଵ ନେବି । ଏଥିପାଇଁ ମତେ ନିଜର ପରିଚୟ ବଦଳାଇବାକୁ ପଡ଼ିଛି । ମୁଁ ଚାହୁଁନଥିଲି ଯେ ଆମ ହସୁଥିବା ପରିବାର ଭାଙ୍ଗିଯାଉ ।

ସେତେବେଳେ ମତେ ଝିଅର ଦେହ ଛାଡି ପୁଅ ହେବାକୁ ପଡ଼ିଲା । ମୁଁ ଗୋଟିଏ ଝିଅ ହୋଇ ଜନ୍ମ ହୋଇଥିଲା, କିନ୍ତୁ ବର୍ତ୍ତମାନ ମତେ ଦେହ ଆଉ ମନରୁ ଝିଅକୁ ମାରି ଗୋଟିଏ ପୁଅ ପରି ବଞ୍ଚିବାକୁ ପଡ଼ିବ । ମୁଁ ଏଥିରେ ଖୁସି ଅଛି, କାରଣ ଆଜି ମୋ ବାପାମାଆଙ୍କୁ ପୁଅ ଏବଂ ଭଉଣୀମାନଙ୍କୁ ଭାଇ ମିଳିଯାଇଛି ।”

ଆଗକୁ ସେ କହିଛନ୍ତି, “ସବୁ ଥର ମୋ ଘରେ ଭଉଣୀ ଜନ୍ମ ହୋଇ ଚାଲିଲେ, ଭାଇ ଆସିଲା ନାହିଁ । ଲୋକମାନେ ଯୌତୁକ କଥା କହି ଆମକୁ ବୋଝ ବୋଲି କହୁଥିଲେ । କିଛି ଲୋକ ବଂଶ ବଢ଼ିବନି ବୋଲି କହି ବାପାମାଆଙ୍କ ମନ ଦୁଃଖ କରାଉଥିଲେ । ସେମାନଙ୍କୁ ସମାଜର ନିନ୍ଦା ଶୁଣିବାକୁ ପଡୁଥିଲା ।

ଏସବୁ ତ ଠିକ୍ ଥିଲା, କିନ୍ତୁ ଯେତେବେଳେ ବାପାଙ୍କ ଦିତୀୟ ବିବାହ ବିଷୟରେ ଘରେ କଥାବାର୍ତ୍ତା କରାଗଲା, ସେତେବେଳେ ମୁଁ ବହୁତ୍ ଡରିଗଲି । ବାପା ଆମକୁ ବହୁତ୍ ଭଲ ପାଉଥିଲେ, ସେଥିପାଇଁ ସେ ବାହାର ଲୋକଙ୍କ କଥାକୁ ଶୁଣୁ ନଥିଲେ । ଆମେ ମଧ୍ୟ ଆମର ଗୋଟିଏ ଭାଇ ଆସୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିଲୁ । କିଛି ବି ହେଲାନାହିଁ ।

ତାପରେ ମୁଁ ନିଜକୁ ତ୍ୟାଗ କରିବାକୁ ଚିନ୍ତା କଲି ଏବଂ ଜେଣ୍ଡର ଚେଞ୍ଜ କରି ଝିଅରୁ ପୁଅ ହେବାପାଇଁ ବାପାଙ୍କୁ କହିଲି । କିନ୍ତୁ ବାପା ରାଜି ହେଲେନାହିଁ ଏବଂ କହିଲେ ଯେ ସେ ମତେ ହରାଇବାକୁ ଚାହୁଁ ନାହାଁନ୍ତି । କିନ୍ତୁ ମୁଁ ସେମାନଙ୍କୁ ବୁଝାଇଲି ଯେ ମୁଁ ବର୍ତ୍ତମାନ ମଧ୍ୟ ପୁଅ ପରି ବଞ୍ଚିଛି, ତାହେଲେ ସମ୍ପୂର୍ଣ୍ଣ ଭାବେ ପୁଅ ହୋଇଗଲେ ଅସୁବିଧା କଣ ।

ତାପରେ ବାପାମାଆ କିଛି ମାସ ପରେ ବୁଝିଲେ ଏବଂ ଆମେ ତିନିଜଣ ଜେଣ୍ଡର ଚେଞ୍ଜ କରିବାପାଇଁ ପ୍ରଶାସନ ଠାରୁ ଅନୁମତି ନେଲୁ । ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ଭାବେ ଜଣେ ପୁଅ ଅଟେ ଏବଂ ଆମ ଘରର ଏକମାତ୍ର ପୁଅ ଅଟେ ।”

Leave A Reply

Your email address will not be published.