‘ସ୍ତ୍ରୀ ଲୋକଙ୍କ ପରି ସଜେଇ ହୁଅନ୍ତି ସ୍ବାମୀ, ସମ୍ବନ୍ଧ ରଖନ୍ତି ନାହିଁ’, ନ୍ୟାୟ ପାଇଁ ସ୍ତ୍ରୀ ଗଲେ କୋର୍ଟ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁତ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଦିଲେଶ୍ୱର (ପରିବର୍ତ୍ତନ କରାଯାଇଥିବା ନାମ) ନାମକ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ତାଙ୍କର ସ୍ତ୍ରୀ ଆରୋପ ଲଗାଇଛନ୍ତିକି ସେ ସନ୍ଧ୍ୟା ହେବା ମାତ୍ରେ ସ୍ତ୍ରୀ ଲୋକଙ୍କ ପରି ସଜାଇ ହୁଅନ୍ତି ଓ ତାଙ୍କ ସହ ସମ୍ବନ୍ଧ ରଖନ୍ତି ନାହିଁ। ମହିଳା କହିଲେକି ତାଙ୍କର ସ୍ବାମୀ ଯାଇ ଅନ୍ୟ ଏକ ରୁମରେ ଶୋଇଯାନ୍ତି। ମହିଳାଙ୍କର ସ୍ବାମୀ ବୃତ୍ତିରେ ଜଣେ ଇଞ୍ଜିନିୟର ଅଟନ୍ତି।

ପୀଡ଼ିତା ମହିଳାଙ୍କ ଅନୁସାରେ ତାଙ୍କ ସ୍ବାମୀ ରାତିରେ ଶୋଇବା ପୁର୍ବରୁ ନାରୀ ଭଳି ଶୃଙ୍ଗାର କରେ ଏବଂ ତା ସହିତ କୌଣସି ପ୍ରେମ ସମ୍ବନ୍ଧ ମଧ୍ୟ ରଖେନାହିଁ। ତାପରେ ମହିଳା ଜଣକ ଜିଲ୍ଲା ଅଦାଲତରେ ନ୍ୟାୟ ମାଗିବାକୁ ଗଲେ, ଯାହାର ନିଷ୍ପତ୍ତିରେ ଅଦାଲତ ସ୍ୱାମୀକୁ ପୀଡ଼ିତା ମହିଳାଙ୍କୁ ଭତ୍ତା ଦେବାର ଆଦେଶ ଦେଇଛି।

ଇନ୍ଦୋର ବାସିନ୍ଦା ପୀଡ଼ିତାଙ୍କ ବିବାହ ୨୯ ଏପ୍ରିଲ୍ ୨୦୧୮ରେ ଆରୋପି ଇଞ୍ଜିନିୟର ଦିଲେଶ୍ୱରଙ୍କ ସହିତ ହୋଇଥିଲା। ମହିଳାଙ୍କ ଅନୁସାରେ କିଛିଦିନ ପର୍ଯ୍ୟନ୍ତ ଶାଶୁଘର ଲୋକମାନେ ତାଙ୍କୁ ଭଲରେ ରଖିଲେ, ତାପରେ ସ୍ବାମୀ ସହିତ ଶାଶୁ ଶ୍ବଶୁର ମଧ୍ୟ ଛୋଟ ଛୋଟ କଥାରେ ଗାଳି କରିବାକୁ ଲାଗିଲେ।

ପୀଡ଼ିତାଙ୍କ ଅନୁସାରେ, ପ୍ରତିଦିନର ଖର୍ଚ୍ଚ ମଧ୍ୟ ଆରୋପୀ ଓ ତାର ପରିବାର ଲୋକ ତାଙ୍କଠାରୁ ହିଁ ମାଗୁଥାନ୍ତି ଆଉ ଯଦି ସେ ଟଙ୍କା ନଦିଅନ୍ତି ତାଙ୍କୁ ଅଲଗା ଏକ ଘରେ ବନ୍ଦ କରିଦେଉଥିଲେ। ପୀଡ଼ିତାଙ୍କ ଓକିଲ କହିଲେକି ସ୍ବାମୀ ପେଶାରେ ଇଞ୍ଜିନିୟର ହୋଇଥିବାରୁ ସ୍ତ୍ରୀକୁ ଇନ୍ଦୋରରୁ ପୁନେ ନେଇଗଲା ଓ ସେଠାରେ ତାକୁ ପ୍ରତାଡିତ କରୁଥିଲା।

ଓକିଲ କହିଲା କି ଆରୋପୀ ସ୍ବାମୀ ନିଜ ସ୍ତ୍ରୀ ସହିତ କୌଣସି ସମ୍ବନ୍ଧ ବନାଉନଥିଲା ଓ ସବୁ ଖର୍ଚ୍ଚ ତା ସ୍ତ୍ରୀ ଠାରୁ ହିଁ ନେଉଥିଲା। ପୀଡ଼ିତାଙ୍କ ଓକିଲ କହିଲା କି ଆରୋପୀ ସନ୍ଧ୍ୟା ହେବା ମାତ୍ରେ ମଥାରେ ଟିକିଲି,ଓଠରେ ଲିପଷ୍ଟିକ୍ ,କାନରେ ଝୁମୁକା ପିନ୍ଧି ନାରୀ ମାନଙ୍କ ପରି ଶୃଙ୍ଗାର କରୁଥିଲା ଓ ମହିଳାଙ୍କୁ ମାନସିକ ରୂପରେ ପ୍ରତାଡ଼ିତ କରୁଥିଲା।

ପୀଡ଼ିତାଙ୍କ ଅନୁସାରେ,ସେ ନିଜ ସ୍ୱାମୀର ନାରୀଭଳି ସଜେଇ ହେବାର ଫୋଟ ଉଠେଇଥିଲା ଓ ଭିଡିଓ ମଧ୍ୟ ବନେଇଥିଲା।ପୀଡ଼ିତା ଜଣକ କହିଲେକି ୧୨ ଜୁନ୍ ୨୦୨୨ ରେ ଦିଲେଶ୍ୱର୍ (ଆରୋପୀ ସ୍ବାମୀ) ନିଜ ସ୍ତ୍ରୀକୁ ଇନ୍ଦୋର ନେଇ ବାପଘରେ ଛାଡ଼ିଦେଇ ଆସିଥିଲା।

ତାପରେ ପୀଡ଼ିତା ଜଣକ ମହିଳା ଥାନାରେ ଏଫ୍ ଆଇ ଆର୍ ଦେଇଥିଲେ ଯେଉଁଥିରେ ସେ ଆରୋପ ଲଗାଇଥିଲେ କି ସ୍ବାମୀ ତ ସହିତ ବୈବାହିକ ସମ୍ପର୍କ ବନାଇନହିଁ ଏବଂ ଶାରୀରିକ ଓ ମାନସିକ ରୂପରେ ମଧ୍ୟ ପ୍ରତାଡ଼ିତ କରେ। ଏହାପରେ ଜିଲ୍ଲା ଅଦାଲତ ଆରୋପୀ ଦିଲେଶ୍ୱରର ଜମାନତ ମଧ୍ୟ ଖାରଜ କରି ତାକୁ ଜେଲ୍ ପଠାଇ ଦେଇଥିଲା।

ଅଦାଲତ ଦୁଇ ପକ୍ଷକୁ ଶୁଣିବା ପରେ ଆଦେଶ ଦେଇଥିଲାକି ସ୍ୱାମୀକୁ ପୀଡ଼ିତା ପତ୍ନୀଙ୍କୁ ଭତ୍ତା ଭାବରେ ୩୦ହଜାର ଟଙ୍କା ପ୍ରତି ମାସକୁ ଦବାକୁ ପଡ଼ିବ।ମାର୍ଚ୍ଚ ୨୦୨୧ରୁ କେଶ୍ ଫାଇଲ ହେବା ସମୟରୁ ହିଁ ଆରୋପୀକୁ ଟଙ୍କା ଦବାକୁ ଆଦେଶ ଦିଆଯାଇଛି।

Leave A Reply

Your email address will not be published.