ବିବାହର ଠିକ ପୂର୍ବରୁ ହେବାକୁ ଥିବା ସ୍ୱାମୀ ବିଷୟରେ ସବୁ ରାଜ ଜାଣି ପାରିଲେ ଯୁବତୀ, ଆଉ ବର୍ବାଦ ହୋଇଗଲା ୩୦ ଲକ୍ଷ ଟଙ୍କା ! ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କୌଣସି ବ୍ୟକ୍ତିକୁ ବିବାହ କରିବା ପୂର୍ବରୁ ବ୍ୟକ୍ତିଙ୍କୁ ଜଣେ ଆଉଜଣଙ୍କ ସହିତ ଭଲ ଭାବରେ ଜଣାଥିବା ଆବଶ୍ୟକ। କିନ୍ତୁ କିଛିଲୋକ ନିଜ ଭିତରେ କିଛି କଥା ଲୁଚାଇ ରଖିଥାନ୍ତି ଯାହାଦ୍ୱାରା ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏବେଏବେ ଜଣେ ଯୁବତୀ ସହିତ ଏମିତି କିଛି ହୋଇଛି।

ଯୁବତୀକୁ ବିବାହ ପୂର୍ବରୁ ନିଜର ହେବାକୁ ଥିବା ପତି ବିଷୟରେ ଏମିତି କିଛି ରହସ୍ୟ ଜଣାପଡ଼ିଲା ଯାହାକି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଯୁବତୀଙ୍କୁ ଏହା ଜଣାପଡ଼ିଥିଲା କି, ତାଙ୍କ ହେବାକୁ ଥିବା ପତି ନିଜ ପ୍ରଥମ ପତ୍ନୀ ସହିତ ରହୁଛନ୍ତି ଓ ସେମାନଙ୍କ ମଧ୍ୟରେ ଏଯାଏଁ ଛାଡ଼ପତ୍ର ହୋଇନାହିଁ।

ଯୁବତୀ ଜଣକ ସୋସିଆଲ ମିଡ଼ିଆରେ କହିଥିଲେ କି, ସେ ଏହି ବିବାହ ପାଇଁ 30 ହଜାର ପାଉଣ୍ଡ ଖର୍ଚ୍ଚ କରିଛନ୍ତି। ଯୁବତୀ ଜଣକ କହିଥିଲେ ଏବେ ସେ ନିଜର ବିବାହ ଭାଙ୍ଗିବାକୁ ଯାଉଛନ୍ତି କାରଣ ତାଙ୍କ ହେବାକୁ ଥିବା ପତି ନିଜ ପ୍ରଥମ ପତ୍ନୀ ସହିତ ରହୁଛନ୍ତି ଓ ଏହିକଥା ପ୍ରଥମ ପତ୍ନୀ ଜଣକ ମହିଳାଙ୍କୁ କହିଛନ୍ତି।

ପ୍ରଥମ ପତ୍ନୀଙ୍କ କହିବା ହେଲା ସେମାନେ ଜଣେ ଆଉଜଣଙ୍କ ଠାରୁ ବହୁତ ପୂର୍ବରୁ ଅଲଗା ହୋଇଥିଲେ କିନ୍ତୁ ସେମାନଙ୍କ ଛାଡ଼ପତ୍ର ହୋଇନଥିଲା। ଏଥିରେ ହେବାକୁ ଥିବା ପତି କହିଥିଲେ, ତାଙ୍କର ଛାଡ଼ପତ୍ର ହୋଇଛି କି ନାହିଁ। ଏହି ବିଷୟରେ ପତା ଲାଗିବାପରେ ଝିଅଟିକୁ ମାମଲାର ସମସ୍ତ ସୂଚନା ବିଷୟରେ ଜଣାପଡିଥିଲା।

ହେବାକୁ ଥିବା ପତିଙ୍କ କହିବା ହେଲା ସେ ଏହିବର୍ଷ ଆରମ୍ଭରୁ ଛାଡ଼ପତ୍ର ପାଇଁ ଆଇନଗତ କାର୍ଯ୍ୟବାହୀ କରିଥିଲେ। କିନ୍ତୁ ଏବେ ଲାଗୁଛି କି, ଏହି ଛାଡ଼ପତ୍ର ତାଙ୍କ ବିବାହ ତାରିଖ ଯାଏଁ ପୁରା ହେବନାହିଁ। ଯୁବତୀଙ୍କ କହିବା ହେଲା ସେ ଏହାକୁ ନେଇ ହେବାକୁ ଥିବା ପତି ଉପରେ ବହୁତ ନାରାଜ ରହିଛନ୍ତି। ବିବାହ ପାଇଁ ସବୁ ପ୍ଲାନିଂ ସରିଛି ଓ ବନ୍ଧୁବର୍ଗଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି କିନ୍ତୁ ଯୁବତୀଙ୍କ କହିବା ହେଲା ତାଙ୍କୁ ଜଣାନାହିଁ ତାଙ୍କ ବର ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ନା ନାହିଁ।

ଯୁବତୀ କହିଥିଲେ, ବର୍ତ୍ତମାନ ସେ ବିବାହ ପାଇଁ ଖର୍ଚ୍ଚ କରିଥିବା ପ୍ରାୟ 30 ଲକ୍ଷ ଟଙ୍କା କ୍ଷତି ହୋଇଛି ଓ ତାଙ୍କୁ ଏବେ ବିବାହ କ୍ୟାନ୍ସଲ କରିବାକୁ ହେବ।

ଯୁବତୀଙ୍କ ଏହି ପୋଷ୍ଟରେ କିଛି ଲୋକ କମେଣ୍ଟ କରିଥିଲେ। ଜଣେ ୟୁଜର୍ସ ଏହି ଖବର ପଢି ଯୁବତୀଙ୍କୁ କହିଥିଲେ କି, ନା ସେ ଆପଣଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ନା ପ୍ରେମ କରୁଛନ୍ତି।

ସେହିପରି ଆଉଜଣେ ବ୍ୟକ୍ତି ପୋଷ୍ଟରେ କମେଣ୍ଟ କରି ଲେଖିଥିଲେ କି, ଯଦି ମୁଁ ଆପଣଙ୍କ ଜାଗାରେ ଥାଆନ୍ତି ତାହେଲେ ଏହାକୁ କ୍ୟାନସେଲ କରି ଦେଇଥାନ୍ତି। ଜଣେ ଲୋକ କେମିତି ଭୁଲି ପାରିବ ଯେ, ତାଙ୍କ ଛାଡ଼ପତ୍ର ହୋଇନାହିଁ।

Leave A Reply

Your email address will not be published.