ଗାଡି ଚାଳକ ହୁସିଆର୍ ! ଅଜାଣତରେ ଗାଡି ଚାଲାଣ କଟୁଛି? ଏହି ଉପାୟରେ ଯାଞ୍ଚ କରନ୍ତୁ ।

ଗାଡି ଚଳାଇବା ବେଳେ ଟ୍ରାଫିକ ନିୟମ ଭାଙ୍ଗି ଧରା ପଡିଲେ ଆପଣଙ୍କ ଉପରେ ଫାଇନ ଲଗାଯିବ । କିନ୍ତୁ ଆପଣ ଜାଣିଛନ୍ତି କି ସବୁ ଡକ୍ୟୁମେଣ୍ଟ ଥାଇ ମଧ୍ୟ ଆପଣଙ୍କ ଗାଡିରେ ଚାଲାଣ କଟା ଯାଇପାରେ ।

ତେବେ ଲାଇସେନ୍ସ ଏବଂ ଅନ୍ୟ ଡକ୍ୟୁମେଣ୍ଟ ରଖି ଗାଡି ଚଳାଇବା ସହିତ ନିୟମ ପାଳନ କରିବା ବାଧ୍ୟତାମୂଳକ । ନଚେତ୍ ଟ୍ରାଫିକ ପୋଲିସ ଆପଣଙ୍କ ଫାଇନ କାଟି ପାରନ୍ତି । ତେବେ ଏହାପରେ ମଧ୍ୟ ଅନେକ ଗାଡିଚାଳକ ଟ୍ରାଫିକ ନିୟମ ଭାଙ୍ଗି ଫାଇନ ଦେଇଥାନ୍ତି ।

କିନ୍ତୁ ଅନେକ ଥର ଗାଡିର ଚାଲାଣ କଟା ଯାଇଥିବ, ଯାହା ଆମକୁ ଜଣା ନଥାଏ । ତେବେ ଏମିତି କ୍ଷେତ୍ରରେ କିପରି ଜଣା ପଡିବ ଗାଡିର କୌଣସି ଚାଲାଣ କଟା ଯାଇଛି କି ନାହିଁ ? ଆପଣ ବ୍ୟବହାର କରୁଥିବା ଗାଡିର ଚାଲାଣ ସମ୍ପର୍କରେ ଯାଞ୍ଚ କରିବା ପାଇଁ ଆପଣଙ୍କ ପାଖରେ ଗୋଟିଏ ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ରହିବା ଯଥେଷ୍ଟ ।

ଏହାକୁ ଆପଣ ଅନଲାଇନରେ ଚେକ୍ କରିପାରିବେ । ଟ୍ରାଫିକ ନିୟମ କଡାକଡି ହେବା ପରେ ଟ୍ରାଫିକ ପୋଲିସ ଆପଣଙ୍କ ଗାଡିର ଫଟୋ ଉଠାଇ ଇ-ଚାଲାଣ କରିପାରିବେ ।

ଏହାବ୍ୟତୀତ ପ୍ରାୟ ଅଦିକାଂଶ ରାସ୍ତାରେ କ୍ୟାମେରା ଲଗା ହୋଇଥିବା ବେଳେ ଟ୍ରାଫିକ ନିୟମ ଭାଙ୍ଗିଲେ ଗାଡି ଏବଂ ଚାଳକଙ୍କ ନାଁରେ ଇ-ଚାଲାଣ କଟା ଯାଇପାରେ । ତେବେ ଟ୍ରାଫିକ ନିୟମର ଉଲ୍ଲଙ୍ଘନ କଲେ ସିସିଟିଭି କ୍ୟାମେରା ସାହାଯ୍ୟରେ ସ୍ୱୟଂଚାଳିତ ଭାବରେ ଫାଇନ ହୋଇପାରେ ।

ତେବେ ଏହି ଫାଇନକୁ ପରିବହନ ବିଭାଗର ୱେବସାଇଟ echallan.parivahan.gov.in ରେ ଉପଲବ୍ଧ ରହିଥାଏ । ତେବେ ଏଭଳି ଯାଞ୍ଚ କରିପାରିବେ ଇ-ଚାଲାଣ ଜାଣନ୍ତୁ

୧. ପ୍ରଥମେ ପରିବହନ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ କୁ ଯାଆନ୍ତୁ । ଏହାପରେ ‘ଚେକ୍ ଅନଲାଇନ ସେବା’ ବିକଳ୍ପକୁ ବାଛନ୍ତୁ ଏବଂ ଚେକ୍ ଚାଲାଣ ଷ୍ଟାଟସ୍ ବଟନ୍ ଉପରେ କ୍ଲିକ କରନ୍ତୁ ।

୨. ଏହାପରେ ଆପଣ କଟା ଯାଇଥିବା ଚାଲାଣ ନମ୍ବର, ଗାଡି ନମ୍ବର (ଚେସିସ/ଇଞ୍ଜିନ ନମ୍ବର ସହିତ) କିମ୍ବା ଡି.ଏଲ ନମ୍ବର ଏଣ୍ଟର କରନ୍ତୁ । ସମସ୍ତ ସୂଚନା ଏଣ୍ଟର କରିବା ପରେ ଦିଆଯାଇଥିବା କ୍ୟାପଚା ଏଣ୍ଟର କରନ୍ତୁ ଏବଂ ଗେଟ୍ ଡିଟେଲ୍ସ ବଟନ୍ କ୍ଲିକ କରନ୍ତୁ । ଏଠାରେ ଚାଲାଣର ଡିଟେଲ୍ସ ଦେଖିପାରିବେ । ତେବେ ଯଦି ଚାଲାଣ କଟା ଯାଇ ନଥିବ, ତେବେ ଚାଲାଣ ନଟ ଫାଉଣ୍ଡ ଦେଖିବାକୁ ମିଳିବ ।

odia sambada
Comments (0)
Add Comment