ମାଡ଼ି ଆସୁଛି ବାତ୍ୟା ! ସାଙ୍ଘା-ତିକ ହୋଇପାରେ ଲଘୁଚାପ,ମେ ମାସରେ ଦେଖିବାକୁ ମିଳିବ କରାଳ ରୂପ

ମେ ମାସରେ ଲଘୁଚାପ ହେବାର ରହିଛି ସମ୍ଭାବନା। ମେ ମାସର ପ୍ରଥମ ସପ୍ତାହରେ ଲଘୁଚାପ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଉପକୂଳ ଓଡିଶାରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଲଘୁଚାପଟି ବାତ୍ୟାର ରୂପ ନେବ କି ନାହିଁ ତାହା ଏବେ ସ୍ପଷ୍ଟ ହୋଇନାହିଁ।ମେ ମାସ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ।

କେବଳ ଅବପାତ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି।ଯଦି ବାତ୍ୟା ହେବ ଓଡିଶା ଉପରେ ପ୍ରଭାବ ରହିବ ନାହିଁ। ଗତ କିଛି ବର୍ଷ ହେବା ଲଗାତାର ଭାବେ ମେ ମାସରେ ଲଘୁଚାପ ଆସୁଥିବାରୁ ପାଣିପାଗ ବିଭାଗର ଆକଳନ ଏବେ ଚିନ୍ତାର କାରଣ ହୋଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଶ୍ରୀଲଙ୍କା ଏବଂ ତାମିଲନାଡୁ ଉପକୂଳ ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

ତେବେ ଯଦି ମେ ମାସରେ କୌଣସି ବାତ୍ୟା ଆସେ ତାର କେମିତି ମୁକାବିଲା କରାଯିବ ସେଥିପାଇଁ ରାଜ୍ୟ ସରକାର ନିକଟରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଯଦି ବାତ୍ୟା ଆସେ ତାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଶେଷ ହୋଇଛି।

odia sambada
Comments (0)
Add Comment