ନିଜର ଜଣେ କର୍ମଚାରୀଙ୍କୁ 1500 କୋଟି ଟଙ୍କାର ଘର ଗିପ୍ଟ କଲେ ମୁକେଶ ଅମ୍ବାନୀ, ତେବେ କିଏ ସେହି କର୍ମଚାରୀ ?

ମୁକେଶ ଅମ୍ବାନୀଙ୍କ ନାମ ଆଜିକାଲି ସମୟରେ କିଏ ବା ନ ଜାଣିଛି। ଦେଶର ସବୁଠାରୁ ଧନୀ ବ୍ୟକ୍ତି ହେବା ସହ ଏସିଆର ସବୁଠାରୁ ବଡ଼ କମ୍ପାନୀର ମାଲିକ ଅମ୍ବାନୀଙ୍କ ଚର୍ଚ୍ଚା ପୂରା ବିଶ୍ବରେ କରାଯାଇଥାଏ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ତଥା ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଅଟନ୍ତି ମୁକେଶ ଅମ୍ବାନୀ।

ତାଙ୍କ ପାଖରେ କେବଳ ବ୍ୟାଙ୍କ୍ ବାଲାନ୍ସ ନାହିଁ, ବରଂ ତାଙ୍କ ପାଖରେ ଏକ ବଡ଼ ହୃଦୟ ମଧ୍ୟ ଅଛି ଯାହା ଏବେ ପ୍ରମାଣିତ ମଧ୍ୟ ହୋଇସାରିଛି। କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ସେ ସର୍ବଦା ଉପସ୍ଥିତ ଥାଆନ୍ତି। ଶୁଣିବାକୁ ମିଳିଛି ଯେ ଅମ୍ବାନୀ ତାଙ୍କର ଜଣେ ପୁରୁଣା କର୍ମଚାରୀଙ୍କୁ 1500 କୋଟି ମୂଲ୍ୟର ଘର ଉପହାର ଦେଇଛନ୍ତି।

ବର୍ଷ ବର୍ଷ ଧରି ରିଲାଏନ୍ସ କମ୍ପାନୀରେ କାମ କରୁଥିବା ମନୋଜ ମୋଦୀଙ୍କୁ ଅମ୍ବାନୀ ଏକ 22 ମହଲା କୋଠା ଉପହାରରେ ଦେଇଛନ୍ତି। ଅମ୍ବାନୀଙ୍କ ଡାହାଣ ହାତ କୁହାଯାଉଥିବା ମନୋଜ ମୋଦୀ ଆରମ୍ଭରୁ କମ୍ପାନୀ ସହ ଅଛନ୍ତି। ସେ କେବଳ ରିଲାଏନ୍ସର କର୍ମଚାରୀ ନୁହଁନ୍ତି ମୁକେଶ ଅମ୍ବାନୀଙ୍କ ବନ୍ଧୁ ମଧ୍ୟ।

ମନୋଜ ମୋଦୀ ହେଉଛନ୍ତି ଅମ୍ବାନୀଙ୍କର ନିକଟତମ କର୍ମଚାରୀ ଭାବେ ଜଣାସୁଣା। ତାଙ୍କୁ ମୁକେଶ ଅମ୍ବାନୀଙ୍କ ଡାହାଣ ହାତ ମଧ୍ୟ କୁହାଯାଏ। ବର୍ଷ ବର୍ଷ ଧରି ସେ ଆନ୍ତରିକତା ଏବଂ ନିଷ୍ଠା ସହିତ କମ୍ପାନୀ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। କେବଳ ମୁକେଶ ଅମ୍ବାନୀ ନୁହଁନ୍ତି ତାଙ୍କ ସନ୍ତାନ ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ଇଶା ଅମ୍ବାନୀ ମଧ୍ୟ ମନୋଜ ମୋଦୀଙ୍କ ଉପରେ ବିଶ୍ୱାସ କରିଥାଆନ୍ତି।

ତାଙ୍କ କାର୍ଯ୍ୟକୁ ସମ୍ମାନ ଦେଇ ବର୍ତ୍ତମାନ ଅମ୍ବାନୀ ପରିବାର ତାଙ୍କୁ ଏକ ଅମୂଲ୍ୟ ଉପହାର ଦେଇଛନ୍ତି। ମୁକେଶ ଅମ୍ବାନୀ ତାଙ୍କ ପୁରୁଣା ବନ୍ଧୁ ତଥା ଏହି କମ୍ପାନୀର ପୁରୁଣା କର୍ମଚାରୀ ପାଇଁ ମୁମ୍ବାଇରେ 22 ମହଲା କୋଠା କିଣିଛନ୍ତି। ଏହି ସମ୍ପତ୍ତିର ନାମ ବୃନ୍ଦାବନ ରଖାଯାଇଛି।

ନୋପିୟନ ସାଗର ରୋଡ୍ ମୁମ୍ବାଇର ଏକ କୋଟିପଟି ଅଞ୍ଚଳ ଅଟେ । ଏଠାରେ ସମ୍ପତ୍ତି ମୂଲ୍ୟ ବର୍ଗଫୁଟ ପ୍ରତି 45,100 ରୁ 70,600 ଟଙ୍କା ମଧ୍ୟରେ ରହିଛି । ତେବେ ମୁକେଶ ଅମ୍ବାନୀ ମନୋଜ ମୋଦୀଙ୍କୁ ଗିଫ୍ଟ କରିଥିବା ଏହି କୋଠାର ମୂଲ୍ୟ ପ୍ରାୟ 1500 କୋଟି ଟଙ୍କା ଅଟେ। ଏହି କୋଠା 1.7 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି।

ତେବେ ଅତୀତ ବିଷୟରେ କହିବାକୁ ଗଲେ ମନୋଜ ମୋଦୀ ମୁକେଶ ଅମ୍ବାନୀ କଲେଜ ସହପାଠୀ ଥିଲେ। ଉଭୟ ବିଶ୍ୱବିଦ୍ୟାଳୟ କେମିକାଲ୍ ଟେକ୍ନୋଲୋଜି ବିଭାଗରୁ ଏକାଠି ଅଧ୍ୟୟନ କରିଛନ୍ତି। ଅଧ୍ୟୟନ ପରେ ଯେତେବେଳେ ମୁକେଶ ଅମ୍ବାନୀ ରିଲାଏନ୍ସରେ କାମ କରିବା ଆରମ୍ଭ କଲେ ସେତେବେଳେ ସେ ତାଙ୍କ ସହ ମନୋଜଙ୍କୁ ମଧ୍ୟ ଡାକିଥିଲେ।

1980 ମସିହାରୁ ମନୋଜ ମୋଦୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଜଡିତ ଅଛନ୍ତି। କେବଳ ବ୍ୟବସାୟରେ ନୁହେଁ ଅମ୍ବାନୀ ପରିବାରରେ ମଧ୍ୟ ତାଙ୍କୁ ସମ୍ମାନ କରାଯାଇଥାଏ। ଏମିତି କି ମନୋଜ ମୋଦୀ କହୁଥିବା ପ୍ରତ୍ୟକ କଥା ମୁକେଶ ଅମ୍ବାନୀ ମଧ୍ଯ ଶୁଣନ୍ତି।

କୁହାଯାଏ ରିଲାଏନ୍ସ ସଫଳତା ପଛରେ ମନୋଜ ମୋଦୀଙ୍କୁ ହାତ ରହିଛି । କାରଣ ଟଙ୍କା ସିନା ମୁକେଶ ଅମ୍ବାନୀ ଲଗାନ୍ତି କିନ୍ତୁ ଆଇଡିଆ ମନୋଜ ମୋଦୀ ଦେଇଥାଆନ୍ତି। ମନୋଜ ମୋଦୀ ବର୍ତ୍ତମାନ ରିଲାଏନ୍ସ ରିଟେଲ ଏବଂ ରିଲାଏନ୍ସ ଜିଓରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ମନୋଜ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପସ୍ଥିତ ନାହାଁନ୍ତି। ତାଙ୍କୁ ଚର୍ଚ୍ଚାରେ ଆସିବାକୁ ଭଲ ଲାଗେ ନାହିଁ। ସେ ହାଜିରା ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ, ଜାମନଗର ରିଫାଇନାରୀ, ପ୍ରଥମ ଟେଲିକମ୍ ବ୍ୟବସାୟ, ରିଲାଏନ୍ସ ରିଟେଲ ଏବଂ 4G ରୋଲଆଉଟ୍ ଭଳି ବିଭିନ୍ନ ପ୍ରକଳ୍ପ ସହିତ ଜଡିତ ଅଛନ୍ତି।

odia sambada
Comments (0)
Add Comment