ରାପିଡୋ ଚାଳକଙ୍କ ଅସଦାଚରଣ,ଜୀବନ ବଞ୍ଚାଇବାକୁ ଚଳନ୍ତା ବାଇକ୍‌ରୁ ଡେଇଁ ପଡ଼ିଲେ ମହିଳା,ଦେଖନ୍ତୁ ଭିଡିଓ

ବାଇକ୍‌ ଚାଳକଙ୍କ ଅସଦାଚରଣରୁ ବଞ୍ଚିବା ପାଇଁ ଚଳନ୍ତା ବାଇକ୍‌ରୁ ଡେଇଁପଡ଼ିଲେ ମହିଳା । ତେବେ ଏଭଳି ଏକ ମର୍ମ-ସ୍ପର୍ଶୀ ଘ-ଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁ ସହରରେ । ଏଠାରେ ଜଣେ ୩୦ ବର୍ଷୀୟ ମହିଳା ଏକ ଚଳନ୍ତା ରାପିଡୋ ବାଇକ୍‌ରୁ ଡେଇଁ ପଡ଼ିଛନ୍ତି ।

ପ୍ରକୃତରେ ରାପିଡୋ ବାଇକ୍ ଚାଳକ ଜଣକ ମହିଳାଙ୍କୁ ଅ-ଶ୍ଲୀଳ ବ୍ୟବହାର କରିବା ସହ ତାଙ୍କର ମୋବାଇଲ ନେଇ ଯାଇଥିଲେ ଏବଂ ତାଙ୍କୁ ଗନ୍ତବ୍ୟ ସ୍ଥଳ ବଦଳରେ ଅନ୍ୟ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିଲା । ଆଉ ଏମିତିରେ ଜୀବନ ବଞ୍ଚାଇବାକୁ ଡେଇଁ ପଡ଼ିଥିଲେ ମହିଳା ଜଣକ ।

ତେବେ ପୋ-ଲିସ୍‌ ଅଭି-ଯୁକ୍ତ ରାପିଡୋ ଚାଳକକୁ ଗି-ରଫ କରିଛି । ପୋଲିସ୍‌ର କହିବା ଅନୁଯାୟୀ ଘଟ-ଣା ଏପ୍ରିଲ୍‌ ୨୧ ତାରିଖ ରାତିରେ ଘଟିଥଲା । ପୀ-ଡ଼ିତା ମହିଳା ଇନ୍ଦିରାନଗର ଯିବା ପାଇଁ ଏକ ରାପିଡୋ ବୁକ୍ କରିଥିଲେ ଏବଂ ପ୍ରାୟ ୧୧ ଟା ୧୦ ମିନିଟ୍‌ ସମୟରେ ରାପିଡୋ ବାଇକ୍‌ ନେବାକୁ ଆସିଥିଲା ।

ପ୍ରଥମେ ରାପିଡୋ ଚାଳକ ତାଙ୍କୁ ଠିକ୍‌ ବାଟରେ ନେଇଥିଲା କିନ୍ତୁ କିଛି ସମୟ ପରେ ସେ ମହିଳାଙ୍କଠାରୁ ଓଟିପି ଦେଖିବା ବାହାନାରେ ମୋବାଇଲ ନେଇ ଯାଇଥିଲା ।

ଆଉ ଏହା ପରେ ତାଙ୍କୁ ବିମାନ ବନ୍ଦର ଆଡ଼କୁ ନେଇ ଯାଇଥିଲା ଏବଂ ତାଙ୍କ ସହ ଅସ-ଦାଚରଣ କରିବା ଆରମ୍ଭ କରିଥିଲା । ତେବେ ମହିଳା ତାଙ୍କୁ ଠିକ୍ ରାସ୍ତା ଦେଇ ଯିବାକୁ କହିଥିଲେ ବି ​‌ଡ୍ରାଇଭର ଜଣକ ଏଭଳି କରିନଥିଲା ।

ଫଳରେ ନିଜକୁ ବଞ୍ଚାଇବା ପାଇଁ ଶେଷରେ ସେ ଚଳନ୍ତା ମୋଟର ସାଇକେଲ୍‌ରୁ ଡେଇଁ ପଡ଼ିଥିଲେ । ତେବେ ପୋ-ଲିସ୍‌ ଅଭି-ଯୁକ୍ତକୁ ଗି-ରଫ କରିଛି, ତା’ର ନାଁ ଦୀପକ ବୋଲି ଜଣା ପଡ଼ିଛି ଏବଂ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଅଭି-ଯୁକ୍ତ ଜଣକ ହାଇଦ୍ରାବାଦରୁ ଆସି ଗତ ୫ ବର୍ଷ ହେବ ସେ ବେଙ୍ଗାଲୁରେ ବାସ କରୁଛନ୍ତି । ପୁ-ଲିସ ତାହାର ଅତୀତ ରେ-କର୍ଡ ଯାଞ୍ଚ କରିବ । ଅଭି-ଯୁକ୍ତ ବିରୁ-ଦ୍ଧରେ ଧାରା ୩୫୪ ଏବଂ ୩୬୬ (ଅପ-ହରଣ)ରେ ମାମ-ଲା ରୁଜୁ ହୋଇଛି । ମାମ-ଲାରେ ଅଧିକ ତ-ଦନ୍ତ ଜାରି ରଖିଛି । ସେପଟେ ଏହି ଘଟ-ଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ତେବେ ଉତ୍ତରପୂର୍ବର ‘ଡିସିପି’ ଲକ୍ଷ୍ମୀ ପ୍ରସାଦ କହିଛନ୍ତି ଯେ, ଆମ ଡିଭିଜନ୍‌ରେ ଏହା ହେଉଛି ଏ ଧରଣର ପ୍ରଥମ ମାମ-ଲା । ମହିଳା ଓ ନାଗରିକମାନଙ୍କ ସୁର-କ୍ଷା ବିଷୟରେ ଆଲୋଚନା କରିବା ଲାଗି ଆମ କମିସନର୍‌ ସମସ୍ତ କ୍ୟାବ୍‌ ବ୍ୟବସ୍ଥାକାରୀ କମ୍ପାନି, ବାଇକ୍‌ ଟ୍ୟାକ୍ସି ସର୍ଭିସ୍‌ ଏବଂ ଫୁଡ୍‌ ଡେଲିଭରି ପାର୍ଟନର୍ସମାନଙ୍କୁ ଡକାଇଛନ୍ତି ।

odia sambada
Comments (0)
Add Comment