ଦିନରାତି ଚଳାନ୍ତୁ AC, ବିଜୁଳି ବିଲ ଆସିବ ପୁରା କମ, ଏହି 4ଟି ଉପାୟ କରନ୍ତୁ ଅନୁସରଣ

ଆଜିକାଲି ଯେଉଁ ପ୍ରକାରରେ ଖରା ହେଉଛି ଗରମ ଚାରିଆଡେ ବଢ଼ିବାରେ ଲାଗିଛି। ଲୋକମାନେ ହନ୍ତସନ୍ତ ହୋଇଯାଉଛନ୍ତି। କୁଲର କି ଏସିର ପବନ ଟିକେ ମଣିଷ ସବୁବେଳେ ଚାହୁଁଛି। କିନ୍ତୁ ଏସି ଏବଂ କୁଲରରେ ବସିବା ଯେତିକି ଆରମଦାୟକ, ତାହାର ବିଦ୍ୟୁତ୍ ବିଲ୍ ମଧ୍ୟ ସେତିକି କଷ୍ଟଦାୟକ।

କାରଣ ଏସି ଚଳାଇବା ଦ୍ୱାରା ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୁଏ, ଯାହା ବିଦ୍ୟୁତ୍ ବିଲକୁ ଆବଶ୍ୟକୀୟ ଠାରୁ ଅଧିକ ବଢାଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ୱାରା ଆପଣ ସାରାରାତି ଏସି ଚଲାଇଲେ ମଧ୍ୟ ବିଦ୍ୟୁତ ବିଲ୍ ବଢିବ ନାହିଁ। ତେବେ ଆସନ୍ତୁ ଜାଣିବା।

-ଏସି ତାପମାତ୍ରାକୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କର ଏସିକୁ ସଠିକ୍ ତାପମାତ୍ରାରେ ରଖିଲେ ଏହା ଆବଶ୍ୟକତାଠାରୁ କମ୍ ଶକ୍ତି ଖର୍ଚ୍ଚ ହେବ। ଆପଣ ଏହାକୁ 24 ଡିଗ୍ରୀ ସେଲସିୟସ୍ ରେ ରଖନ୍ତୁ। ଯଦି ତାଠାରୁ କମ ତାପମାତ୍ରାରେ ରଖିବେ ତେବେ ଏହା ଅଧିକ ବିଦ୍ୟତ ବ୍ୟବହାର କରିବ। ଯାହାଫଳରେ ବିଦ୍ୟୁତ ବିଲ ବଢ଼ିବାରେ ଲାଗିବ।

-ଯଦି ଆପଣ ଏସି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏନର୍ଜି ଷ୍ଟାର ରେଟେଡ୍ ଏସି ବ୍ୟବହାର କରନ୍ତୁ। ଏହି ଏସିଗୁଡ଼ିକ ବିଦ୍ୟୁତ୍ ଉପଯୋଗକୁ ହ୍ରାସ କରିଥାଏ ଏବଂ ବିଲ୍ ମଧ୍ୟ କମ୍ ଆସେ।

-ମଇଳା ଏସି ଫିଲ୍ଟର କାରଣରୁ ମଧ୍ୟ ଅଧିକ ବିତ୍ୟୁତ୍ ଖର୍ଚ୍ଚ ହୁଏ। ତେଣୁ ଏସିକୁ ନିୟମିତ ସଫା କରିବା ଦ୍ୱାରା ଏହା ସଠିକ୍ ଭାବରେ କାମ କରିପାରିବ। ଏହାସହ ଭବିଷ୍ୟତରେ ଏସିର କୌଣସି ପାର୍ଟ ଶୀଘ୍ର ଖରାପ ହେବାର ସମ୍ଭାବନା ମଧ୍ୟ କମିଯିବ।

-ଏସି ଅନ୍ କରିବା ପୂର୍ବରୁ କବାଟ ଏବଂ ଝରକା ବନ୍ଦ ଅଛି କି ନାହିଁ ଯାଞ୍ଚ କରନ୍ତୁ । ଯଦି ଝରକା କିମ୍ବା କବାଟ ଖୋଲାଥିବ ତେବେ ଏସି ଅନ କରି କିଛି ଲାଭ ହେବ ନାହିଁ। ଏହା ଅନାବଶ୍ୟକ ବିଦ୍ୟୁତ ବିଲ ବଢ଼ାଇବ ଏବଂ ରୁମକୁ ଥଣ୍ଡା କରିବାକୁ ଅଧିକ ସମୟ ଲାଗିବ।

-ଆଜିକାଲି ସମସ୍ତ ଏସିରେ ଟାଇମର୍ ଆସୁଛି। ରାତିସାରା ଚାଲିବା ପରିବର୍ତ୍ତେ ଏସିର ଟାଇମର୍ ସେଟ୍ କରିବା ଭଲ। ଟାଇମରକୁ ଏପରି ଭାବରେ ସେଟ୍ କରନ୍ତୁ ଯେ ଯେଉଁଥିରେ ରୁମ ଟି ସମ୍ପୂର୍ଣ୍ଣ ଥଣ୍ଡା ହୋଇଯିବ ଏବଂ ଅଟୋମେଟିକ ଟାଇମର୍ ଅନୁଯାୟୀ ଏସି ବନ୍ଦ ହୋଇଯିବ। 2-3 ଘଣ୍ଟା ପାଇଁ କ୍ରମାଗତ ଭାବରେ ଚାଲିବା ପରେ, ଟାଇମର୍ ସହିତ ଏହାକୁ ବନ୍ଦ କରନ୍ତୁ । ଏହା ଅଟୋମେଟିକ ଭାବରେ ପରେ ଏସିକୁ ବନ୍ଦ କରିଦେବ ଏବଂ ଆପଣଙ୍କର ଖର୍ଚ୍ଚ ସଞ୍ଚୟ ହେବ।

odia sambada
Comments (0)
Add Comment