ଉତ୍ତପ୍ତ ଖରାରେ ଖାଲି ଗୋଡରେ ଚାଲି ଚାଲି ପେନସନ ଟଙ୍କା ନେବାକୁ ଗଲେ 70 ବର୍ଷୀୟା ବୁଢ଼ୀମାଆ, ଦୃଶ୍ୟ ଦେଖିଲେ ଆଖିରେ ଚାଲିଆସିବ ଲୁହ

ଖରାଦିନ ଆରମ୍ଭ ହୋଇଗଲାଣି। ଲୋକମାନେ ଦିନ ସମୟରେ ଘରୁ ବାହାରିବାକୁ ବି ଇଛା କରୁନାହାନ୍ତି। ସବୁ ସ୍ଥାନରେ ଦେହ ଜଳାଇଦେଲା ପରି ଖରା ହେଉଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ବୃଦ୍ଧ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ଉତପ୍ତ ଖରାରେ ଖାଲି ପାଦରେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି।

କେବଳ ଏତିକି ନୁହେଁ ବୃଦ୍ଧା ଜଣକଙ୍କୁ ଚାଲିବାରେ ଅସୁବିଧା ହେଉଥିବାରୁ ସେ ଏକ ଚେୟାର ସାହାଯ୍ୟରେ ଧୀରେ ଧୀରେ ରାସ୍ତାରେ ଯାଉଛନ୍ତି। ସୂଚନା ଅନୁସାରେ ଏହି ମହିଳା ଓଡିଶାର ନବରଙ୍ଗପୁରରୁ ଆସିଛନ୍ତି।

ତାଙ୍କୁ ଏବେ 70 ବର୍ଷ ବୟସ। ସେ ତାଙ୍କ ପେନସନ୍ ଆଣିବାକୁ ବ୍ୟାଙ୍କକୁ ଯାଉଥିଲେ। କୁହାଯାଉଛି ଯେ ମହିଳା ଜଣକ ଏସବିଆଇ ବ୍ୟାଙ୍କରୁ ନିଜର ପେନସନ ଟଙ୍କା ଆଣିବାକୁ ଯାଉଛନ୍ତି।

ଜଣେ ବୃଦ୍ଧ ମହିଳା ଏପରି ଖରାଦିନରେ ଖାଲି ପାଦରେ ଚାଲି ଚାଲି ଯାଉଥିବାର ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ସୋସିଆଲ ମିଡିଆରେ ବ୍ୟାଙ୍କକୁ ଅନେକ କଥା ଶୁଣାଇଛନ୍ତି।

ଏହା ପରେ ଏସବିଆଇର ବ୍ୟାଙ୍କ ମ୍ୟାନେଜରଙ୍କ କମେଣ୍ଟ ଆସିଲା। ସେ କହିଛନ୍ତି ଯେ ମହିଳାଙ୍କ ଏପରି ଅବସ୍ଥା ପାଇଁ ଆମେ ଦୁଃଖିତ। ଆମେ ତାଙ୍କ ସମସ୍ୟାର ଶୀଘ୍ର ସମାଧାନ କରିବୁ।

ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଆଉ ଏକ ଟ୍ୱିଟ ଦେଖିବାକୁ ମିଳିଛି। ଏହି ଟୁଇଟ୍ ରେ ଦାବି କରାଯାଇଛି ଯେ ଏଠାରେ ମିଥ୍ୟା ଖବର ପ୍ରଚାର କରାଯାଉଛି।

ମହିଳା ଜଣକ ବ୍ୟାଙ୍କକୁ ଯାଉନଥିଲେ ବରଂ ନିଜ ଝିଅ ଘରକୁ ଯାଉଥିଲେ ଝିଅକୁ ଭେଟିବା ପାଇଁ। ବ୍ୟକ୍ତି ଜଣକ ମହିଳାଙ୍କର ଝିଅର ଏକ ଭିଡିଓ ମଧ୍ୟ ଟ୍ୱିଟ କରିଛନ୍ତି। ବର୍ତ୍ତମାନ ପ୍ରକୃତ ସତ୍ୟ କଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

odia sambada
Comments (0)
Add Comment