ଆଜିଠୁ ପୁଣି ୨ ଦିନ ସ୍କୁଲ୍‌ ଛୁଟି, ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁ ଗଣ ଆଜିକାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ଏହା ଫଳରେ ଓଡିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପୁଣି ଦୁଇ ଦିନ ସ୍କୁଲ୍‌ ଛୁଟି।ଓଡ଼ିଶା ସରକାର ଆଜି ‌ଓ ଆସନ୍ତାକାଲି ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ରହିବ।ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବି ହିଟ୍ ୱେଭ ବା ଅତ୍ୟଧିକ ଗରମ ଯୋଗୁ ଗତ ୧୨ରୁ ୧୬ ତାରିଖ ୫ ଦିନ ଯାଏ ସ୍କୁଲ୍‌ ଛୁଟି କରାଯାଇଥିଲା।

ଏବେ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି ଯାହା ଫଳରେ ଲୋକେ ବହୁତ କଷ୍ଟ ସହୁଛନ୍ତି।ଯାହାକୁ ଆଖିଆଗରେ ଆଖି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର ୨୯ଟି ସହରରେ ଗତକାଲି ପାରଦ ୪୦ ଡିଗ୍ରୀ ପାର୍ କରିଥିବା ବେଳେ ବାରିପଦା ଏବଂ ଝାରସୁଗୁଡାରେ ସର୍ବାଧିକ ୪୪.୨ ଡିଗ୍ରୀ ରେକର୍ଡ ହୋଇଥିଲା।

ତେବେ ଏହା world record ସୃଷ୍ଟି କରିଛି।୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ତରଫରୁ ସୂଚନା ଦିଆଯାଇଛି।ଅଙ୍ଗନବାଡ଼ି କେନ୍ଦ୍ର ବି ଦୁଇ ଦିନ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।ପ୍ରବଳ ଗରମ ହେତୁ ରାଜ୍ୟ ସରକାର ଜନସାଧାରଣଙ୍କୁ ନିହାତି କାମ ନଥିଲେ ଘରୁ ବାହାରକୁ ବାହାରିବାକୁ ମନା କରିଛନ୍ତି।

odia sambada
Comments (0)
Add Comment