ଯୁବପୀଢ଼ିଙ୍କ ପାଇଁ ଖୁସି ଖବର : ସରକାର ଏବେ ପ୍ରତ୍ୟକ ମାସରେ ଦେବେ 40 ହଜାର ଟଙ୍କା, ଜାଣନ୍ତି କିପରି ଏବଂ କାହିଁକି?

ଯୁବପିଢିମାନେ ହେଉଛନ୍ତି ପ୍ରତ୍ୟକ ଦେଶର ଭବିଷ୍ୟତ। ଯେଉଁ ଦେଶର ଯୁବପିଢି ଶକ୍ତିଶାଳୀ ଏବଂ ବୁଦ୍ଧିମାନ ହୋଇଥାନ୍ତି ସେ ଦେଶର ଉନ୍ନତି ହେବା ନିଶ୍ଚିତ। କିନ୍ତୁ ଯେଉଁ ଦେଶର ଯୁବପିଢିମାନେ ଖରାପ ରାସ୍ତାରେ ଯାଆନ୍ତି ସେହି ଦେଶକୁ ଅନ୍ଧକାର ଭିତରକୁ ଯିବାକୁ କେହି ଅଟକାଇ ପାରିବେ ନାହିଁ।

ଏହି କାରଣରୁ ପ୍ରତ୍ୟକ ଦେଶ ନିଜ ଯୁବପିଢିଙ୍କୁ ସୁଦୃଢ଼ ରଖିବା ପାଇଁ ଚେଷ୍ଟା ଜାରି ରଖିଥାଏ। ତେବେ ଅନେକ ଥର ଯୁବପିଢିଙ୍କୁ ରୋଜଗାର ଏବଂ ବେରୋଜଗାର ଭତ୍ତା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥାଏ। ଏସବୁ ପଛରେ ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କୁ ଉତ୍ସାହିତ କରିବା। କିନ୍ତୁ ବର୍ତ୍ତମାନ ଦକ୍ଷିଣ କୋରିଆ ସରକାର ଏକ ପ୍ରକାର ଘୋଷଣା କରିଛନ୍ତି।

ଯେଉଁଥିରେ କୁହାଯାଇଛି ଯେ ଖୁବ ଶୀଘ୍ର ଦେଶର ପ୍ରତ୍ୟେକ ଯୁବକଙ୍କୁ ପ୍ରାୟ 40 ହଜାର ଟଙ୍କା ପ୍ରଦାନ କରିବେ। କିନ୍ତୁ ଦେଶର ଯୁବପିଢିଙ୍କୁ ମିଳିବାକୁ ଯାଉଥିବା ଏହି ଟଙ୍କା କେବଳ ପାର୍ଟି ଭଳି କାମରେ ଖର୍ଚ୍ଚ କରିବାକୁ ପଡିବ। ଦକ୍ଷିଣ କୋରିଆ ସରକାର ଘୋଷଣା କରିଛନ୍ତି ଦେଶର ଯୁବପିଢିଙ୍କୁ ମାସକୁ 40 ହଜାର ଟଙ୍କା ପ୍ରଦାନ କରିବେ।

ଖବର ଅନୁଯାୟୀ ଦକ୍ଷିଣ କୋରିଆ ଭଳି ଦେଶର ଅଧିକାଂଶ ଯୁବପିଢି ଏବେ ଅବସାଦରେ ଅଛନ୍ତି। କୋରିଆ ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ଆଣ୍ଡ ସୋସିଆଲ୍ ଆଫେୟାର୍ସ ଦ୍ୱାରା ପ୍ରକାଶିତ ଖବର ଅନୁଯାୟୀ ଦେଶରେ, 19 ବର୍ଷରୁ 39 ବର୍ଷ ବୟସର ପ୍ରାୟ 3 ଲକ୍ଷ 50 ହଜାର ଲୋକ ଅବିବାହିତ କିମ୍ବା ନିସଙ୍ଗତା ସହିତ ସଂଘର୍ଷ କରୁଛନ୍ତି।

ଦକ୍ଷିଣ କୋରିଆ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଅଧୀନରେ ଦେଶର ଯୁବପିଢିଙ୍କୁ ଘରୁ ବାହାରକୁ ଆସିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରାଯାଇଛି। ଯୁବପିଢିଙ୍କୁ ଘରୁ ବାହାରକୁ ଅଣାଯାଇ ସେମାନଙ୍କୁ ପାର୍ଟି ଭଳି କାର୍ଯ୍ୟକ୍ରମରେ ସାମିଲ କରାଯାଇ ସେମାନଙ୍କ ମନୋବଳକୁ ସତେଜ କରାଯିବ।

ଦକ୍ଷିଣ କୋରିଆ ବିଶ୍ୱରେ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଜଣାଶୁଣା। ଏହା ବ୍ୟତୀତ ଏଠାରେ ଥିବା ଟେକ୍ନୋଲୋଜି ମଧ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। କିନ୍ତୁ ତଥାପି ବର୍ତ୍ତମାନ ଏହି ଦେଶର ଯୁବପିଢିଙ୍କ ଜୀବନ ନିସଙ୍ଗତା ସହ ସଂଘର୍ଷ କରୁଛି।  ଏଭଳି ପରିସ୍ଥିତିରେ ସେମାନଙ୍କ ଜୀବନରେ ମଜା ମସ୍ତି ପ୍ରଦାନ କରିବା ପାଇଁ ଦକ୍ଷିଣ କୋରିଆ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହା ବ୍ୟତୀତ ଅନେକ ପ୍ରକାରର ଭତ୍ତା ଦେବାକୁ ପ୍ରସ୍ତୁତି କରାଯାଉଛି। ଯୁବପିଢିଙ୍କ ମନରେ ସତେଜତା ଏବଂ ଉତ୍ସାହ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଯାହା ମଧ୍ୟରେ ବ୍ୟାୟାମ କରିବା ଲାଗି ଜିମ୍ ଉପକରଣ ପ୍ରଦାନ କରାଯାଉଛି। ଯାହାଦ୍ୱାରା ଦେଶର ପ୍ରତ୍ୟେକ ଯୁବପିଢିଙ୍କ ଆତ୍ମବିଶ୍ୱାସ ସୁଦୃଢ ରହିବ।

odia sambada
Comments (0)
Add Comment