କୃଷକଙ୍କ ଘରେ ଜନ୍ମ ନେଲା ୨ଟି ମୁଣ୍ଡଥିବା ବାଛୁରୀ, ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରକୃତିର ଚମତ୍କାରତା ପ୍ରାୟତଃ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ଆମେରିକାରେ ଏହିପରି ଏକ ଅନନ୍ୟ ମାମ-ଲା ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ଗାଈ ଦୁଇ ମୁଣ୍ଡ ଵାଲା ଗୋଟିଏ ବାଛୁରୀ ଜନ୍ମ କରିଛି। ବାଛୁରୀକୁ ଦେଖି କୃଷକ ଜଣକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା।

38 ବର୍ଷିୟ କୃଷକ ମହିଳା ଲେସଲି ହୁନାଭିଲ କହିଛନ୍ତି ଯେ,” ଯେତେବେଳେ ମୋର ଗାଈ ଯ-ନ୍ତ୍ରଣା ଅନୁଭବ କଲା, ସେତେବେଳେ ସେ ପ୍ରସବ କରିବାକୁ ଆରମ୍ଭ କଲା। ପ୍ରସବ କରିବାରେ ଗାଈକୁ ବହୁତ ଅସୁବିଧା ହେଉଥିଲା। ତାପରେ ଯେତେବେଳେ ମୁଁ ଯାଞ୍ଚ କଲି, ଦେଖିଲି ଯେ ଗାଈର ପ୍ରସବ ସ୍ଥାନରୁ ବାଛୁରୀର ଗୋଟିଏ ମୁଣ୍ଡ ଏବଂ ଆଗ ଗୋଡ ବାହାରି ସାରିଲାଣି ତଥାପି ତାକୁ କାହିଁକି ଏତେ କଷ୍ଟ ହେଉଛି।

ଲେସଲି ଆହୁରି ମଧ୍ୟ କହିଥିଲେ ଯେ, “ ମୁଁ କେବେ ଭାବି ନଥିଲି ବାଛୁରୀର ଦୁଇଟି ମୁଣ୍ଡ ଥିବ। ସେତେବେଳେ ଅନ୍ଧାର ଥିଲା ଏବଂ ପ୍ରବଳ ଥଣ୍ଡା ପବନ ପ୍ରବାହିତ ହେଉଥିଲା। ସେଥିପାଇଁ ଆମେ ଜାଣି ନଥିଲୁ ବାଛୁରୀର ଦୁଇଟି ମୁଣ୍ଡ ମଧ୍ୟ ଅଛି। କିନ୍ତୁ ଲାଗୁଥିଲା ଯେ ନିଶ୍ଚିତ କିଛି ଅଜବ ଦେଖିବାକୁ ମିଳିବ। ବାଛୁରୀର ଶରୀର ବହୁତ ଛୋଟ ଥିବାବେଳେ ତାର ମୁଣ୍ଡ ବହୁତ ବଡ ଥିଲା।

ସମଗ୍ର ପ୍ରକ୍ରିୟା ପ୍ରାୟ 1 ମିନିଟ୍ ନେଇଥିଲା। ତେବେ ବାଛୁରୀର ଏପରି ଅବସ୍ଥା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ଆମେ ଆଖିରେ ଏପରି ଘଟ-ଣା କେବେ ଦେଖି ନଥିଲୁ। ଏହା ଆମ ପାଇଁ ଅତ୍ୟନ୍ତ ଅସାଧାରଣ ଥିଲା। ତେଣୁ ମୁଁ ସଙ୍ଗେ ସଙ୍ଗେ ଏହାର ଏକ ଭିଡିଓ ମଧ୍ୟ ତିଆରି କଲି।

ତେବେ ସୋସିଆଲ ମିଡିଆରେ ଏବେ ଦୁଇ ମୁଣ୍ଡିଆ ବାଛୁରୀର ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କୁହାଯାଉଛି ଯେ ପ୍ରକୃତି ଏପରି ଚମତ୍କାର ବି ଦେଖାଏ। ଏହା ପୂର୍ବରୁ ମଧ୍ୟ ଦୁଇ ମୁଣ୍ଡ ଵାଲା ଗୋଟିଏ ଛେଳି ଭାଇରାଲ ହୋଇଥିଲା।

odia sambada
Comments (0)
Add Comment