ସରକାରଙ୍କ ଏହି ସ୍କିମରେ ଲାଗୁ ହେଲା ନୂଆ ସୁଧ ଦର,କମ ଟଙ୍କା ନିବେଶ କଲେ ମିଳିବ ୬୫ ଲକ୍ଷ ଟଙ୍କା

କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସମସ୍ତେ ଦେଶ ଏବଂ ରାଜ୍ୟବାସୀଙ୍କ ସୁବିଧା ପାଇଁ କିଛି କିଛି ଯୋଜନା ପ୍ରଣୟନ କରିଥାନ୍ତି।ତେବେ ମହିଳା ଏବଂ ଝିଅ ମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ଲାଗୁ କରିଛନ୍ତି।

ତେବେ ଏହି ଲାଗୁ ହୋଇଥିବା ଯୋଜନାଗୁଡ଼ିକ ମଧ୍ୟରୁ ଆପଣ ମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା “ସୁକନ୍ୟା ସମୃଦ୍ଧି ଯୋଜନା” ସମ୍ପର୍କ ରେ ଜାଣିଥିବେ ନିଶ୍ଚୟ।ତେବେ ଏହି ଯୋଜନାରେ କେନ୍ଦ୍ର ସରକାର ବର୍ତ୍ତମାନ ଏକ ନୂଆ ସୁଧ ଦର ଲାଗୁ କରିଛନ୍ତି।ଆସନ୍ତୁ ଜାଣିବା ଏହି ବିଷୟରେ।

ଏହି ଯୋଜନାଟି ଝିଅ ପିଲାଙ୍କର ଉନ୍ନତି ନିମନ୍ତେ ପ୍ରଣୟନ କରାଯାଇଛି।ଏହି ଯୋଜନାଟି ଏକ ବହୁତ ଭଲ ଯୋଜନା।ଏହି ଯୋଜନାରେ କିଛି ଲିମିଟ ରହିଛି ଯେଉଁଥିରେ ଆପଣମାନେ ନିଜ ଇଚ୍ଛା ଅନୁସାରେ ଟଙ୍କା ଡିପୋଜିଟ କରିପାରିବେ,ଯାହା ଝିଅର ୨୧ ବର୍ଷ ହେବା ପରେ ଲକ୍ଷାଧିକ ଟଙ୍କା ଆକାରରେ ମିଳିବ।

ଫଳରେ ଆପଣମାନେ ନିଜ ଝିଅର ପାଠ ପଢ଼ାରୁ ଆରମ୍ଭ କରି ବିବାହ ମଧ୍ୟ ସୁରୁଖୁରୁରେ କରିପାରିବେ।ତେବେ ଏଥିପାଇଁ ଆପଣଙ୍କୁ ବେଶି କିଛି କଷ୍ଟ କରିବାକୁ ପଡ଼ିବ ନାହିଁ,କେବଳ ପ୍ରତିଦିନ କିଛି ଟଙ୍କା ଜମା କରିବା ପାଇଁ ପଡ଼ିବ।

ଏଥି ରେ ବେଶି ଟଙ୍କା ମଧ୍ୟ ଜମା କରିବାକୁ ପଡ଼େ ନାହିଁ। ଏହା ଏକ ଲମ୍ବା ଯୋଜନା ଅଟେ।ତେବେ ଏହାର କିଛି ଟାଇମ୍ ଲିମିଟ୍ ରହିଛି।୨୧ ବର୍ଷ ପାଇଁ ଏହି ଯୋଜନାରେ କିଛି ନିର୍ଦ୍ଧିଷ୍ଟ ଟଙ୍କା ଲିମିଟ୍ ରହିଛି।ବର୍ତ୍ତମାନ ସରକାର ଏହା ସୁଧ ଦର ୭.୬ ପ୍ରତିଶତରୁ ୮ ପ୍ରତିଶତ କରିଦେଇଛନ୍ତି।

୨୧ ବର୍ଷ ପାଇଁ ଖୋଲାଯାଇଥିବା ଏହି ଯୋଜନାରେ ମାତା ପିତାଙ୍କୁ ଆରମ୍ଭରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ।ଏହି ଯୋଜନାରେ ୧୦ ବର୍ଷରୁ କମ୍ ବୟସ ଝିଅଙ୍କ ଖାତା ଖୋଲାଯାଉଛି।ଏହି ଯୋଜନାଟି ୨୦୧୫ ମସିହାରେ ସରକାରଙ୍କ ତରଫରୁ ଝିଅ ମାନଙ୍କର ଉନ୍ନତି ପାଇଁ ଲାଗୁ କରାଯାଇଥିଲା।

ତେବେ ଏହି ଯୋଜନାରେ ଆପଣ ବାର୍ଷିକ ୨୫୦ରୁ ଆରମ୍ଭ କରିପାରିବେ।ଆପଣ ଝିଅର ୧୮ ବର୍ଷ ହେବାପରେ ଝିଅ ପାଠପଢ଼ା ପାଇଁ ଏଥିରୁ ପଇସା ଉଠାଇପାରିବେ।ବର୍ତ୍ତମାନ ଏକ ନୂଆ ନିୟମ ଲାଗୁ ହୋଇଛି କି ଗୋଟିଏ ଝିଅ ପରେ ଯଦି ଯାଆଁଳା ଝିଅ ହୁଏ ତେବେ ସେଥିରେ ମଧ୍ୟ ଟ୍ୟାକ୍ସରେ ରିହାତି ମିଳିବ।

ଆପଣ ଯଦି ଆରମ୍ଭରୁ ମାସିକ ୧୨,୫୦୦ ଟଙ୍କା ଜମା କରୁଛନ୍ତି ତେବେ ତାହା ବର୍ଷକୁ ୧ ଲକ୍ଷ ୫୦ ହଜାର ଟଙ୍କା ହେବ।ଏହି ପରି ୧୫ ବର୍ଷକୁ ତାହା ବଢ଼ି ୨୨ ଲକ୍ଷ ୫୦ ହଜାରଟଙ୍କା ହେବ।ଯଦି ଆମନେ ପୁରୁଣା ସୁଧ ଦରରେ ହିସାବ କରିବା ତେବେ ୭.୬ ପ୍ରତିଶତ ହାରରେ ତାହା ୪୨ ଲକ୍ଷ ୫୦ ହଜାର ହେବ।ସେହିପରି ୨୧ ବର୍ଷ ବେଳକୁ ତାହା ମ୍ୟାଚୁରିଟି ହୋଇ ୬୫ ଲକ୍ଷ ଟଙ୍କା ହୋଇଯିବ।

odia sambada
Comments (0)
Add Comment