ମାଗଣା…ମାଗଣା…ମାଗଣା…ଏହି ବିମାନ ଦେଉଛି ମାଗଣାରେ ଯାତ୍ରାର ସୁଯୋଗ

ବନ୍ଧୁଗଣ ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି । ଏହି ସମୟ‌ରେ ପିଲାଙ୍କ ପରୀକ୍ଷା ସରି ଯାଉଥିବା ବେଳେ ସ୍କୁଲ ଛୁଟି ବି ହୋଇ ଯାଇଥାଏ । ତେଣୁ ବାପା-ମା’ମାନେ ବୁଲି ଯିବାକୁ ଯୋଜନା କରି ଥାଆନ୍ତି । କଣ ଟ୍ରିପ୍ ରେ ଯିବା ପାଇଁ ଆପଣ ବିମାନରେ ଟିକେଟ ବୁକ୍ କରିଛନ୍ତି କି ?

ତେବେ ଯଦି ଏପର୍ଯ୍ୟନ୍ତ କରି ନାହାଁନ୍ତି ତେବେ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା ରଖିଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ରହିଛି । ଗୋ ଫାଷ୍ଟ୍ ତାର ସ୍ବତନ୍ତ୍ର ବାର୍ଷିକୀ ଉପଲକ୍ଷେ ଯାତ୍ରୀ ମାନଙ୍କ ପାଇଁ ମାଗଣାରେ ବିମାନରେ ବୁଲିବାର ସୁଯୋଗ । ବିମାନ କମ୍ପାନୀ ଗୋ ଫାଷ୍ଟ ଆପଣଙ୍କ ପାଇଁ ଏକ ଉପହାର ନେଇ ଆସିଛି ।

ଆଜ୍ଞା ହଁ ଦର୍ଶକବନ୍ଧୁ ବିମାନ କମ୍ପାନୀ ଗୋ ଫାଷ୍ଟ ତାର ୧୭ ବର୍ଷ ପୂର୍ତ୍ତି ପାଳନ କରୁଛି । ଆଉ ଏହି ଅବସରରେ ଗୋ ଫାଷ୍ଟ ସେମାନଙ୍କର ଯାତ୍ରୀ ମାନଙ୍କ ପାଇଁ ଦୁଇଟି ବିଶେଷ ଅଫର୍ ନେଇ ଆଣିଛି । ଯାହାଦ୍ଵାରା ଯାତ୍ରୀ ମାନେ ଅନ୍ୟ କିଛି ସୁବିଧା ପାଇବା ସହ ବିମାନ ଯାତ୍ରାର ମଧ୍ୟ ଲାଭ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଗୋ ଫାଷ୍ଟ ଆଣିଥିବା ଦୁଇଟି ଅଫର୍ ସଂପର୍କରେ।

ତେବେ ବନ୍ଧୁଗଣ ଗୋ ଫାଷ୍ଟ ଏହାର ୧୭ ବର୍ଷ ପୂର୍ତ୍ତି ଅବସରରେ ୧୭ ବର୍ଷ ବୟସ୍କ ଯାତ୍ରୀଙ୍କୁ ମାଗଣା ବିମାନ ଟିକେଟ ଦେଉଛି । ଏହି ଅଫର୍ କେବଳ ନଭେମ୍ବର ୪, ୨୦୨୩ ପର୍ୟ୍ୟନ୍ତ ବୈଧ ଅଛି । ଏଥିପାଇଁ ଯାତ୍ରୀ ମାନେ ୧୭ ବର୍ଷରୁ ଅଧିକ ଏବଂ ଡ଼ିସେମ୍ବର ୧, ୨୦୨୨ ସୁଦ୍ଧା ୧୮ ବର୍ଷରୁ କମ୍ ହେବା ଆବଶ୍ୟକ ।

ଏହାସହିତ ଯାତ୍ରୀ ମାନଙ୍କୁ ମାଗଣା ଯାତ୍ରା କରିବାକୁ ହେଲେ ସେମାନଙ୍କର ପରିଚୟ ପତ୍ର ଦେବାକୁ ହେବ । ଆଧାର ଓ ପାସପୋର୍ଟ ପରି ପରିଚୟ ପତ୍ର ଯାତ୍ରୀ ଟିକେଟ କଲା ବେଳେ ଦେବେ । ତେବେ କେବଳ ୧୭ ବୟସ୍କ ଯାତ୍ରୀ ନୁହେଁ ବରଂ ଅନ୍ୟ ଯାତ୍ରୀ ମାନଙ୍କୁ ମଧ୍ୟ ନିରାଶ ନକରି ଗୋ ଫାଷ୍ଟ ସେମାନଙ୍କ ପାଇଁ ଟିକେଟ୍‌ ଉପରେ ୧୭% ରିହାତି ଦେଉଛି । ଯାତ୍ରୀଙ୍କୁ ଟିକେଟ ବୁକ୍ କରିବା ବେଳେ ଧ୍ୟାନ ଦେଇ ୧୭% ଅଫ୍ ପାଇବା ପାଇଁ ପ୍ରମୋକାର୍ଡ ବ୍ୟବହାର କରିବାକୁ ପଡ଼ିବ ।

ତେବେ ଗ୍ରାହକମାନଙ୍କୁ ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କ ଯାତ୍ରାର ୧୫ ଦିନ ପୂର୍ବରୁ ବୁକ୍‌ କରିବାକୁ ହେବ । ତେବେ ଆପଣ ଗୋ ଫାଷ୍ଟର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆପଣ ଏହି ବିକ୍ରୟ ବିଷୟରେ ଅଧିକ ସୂଚନା ପାଇପାରିବେ ।

odia sambada
Comments (0)
Add Comment