ରାଣୀ ମୁଖାର୍ଜୀଙ୍କ ଇଚ୍ଛା : ୮୦ ବର୍ଷ ପର୍ଯ୍ୟନ୍ତ ଶାହରୁଖଙ୍କ ସହ ରୋମାନ୍ସ କରିବେ

ତେବେ ବନ୍ଧୁଗଣ ନିକଟରେ ଏକ ସାକ୍ଷାତକାରରେ ନିଜର ଇଚ୍ଛା ପ୍ରକାଶ ଚର୍ଚ୍ଚାରେ ଆସିଛନ୍ତି । ଆଜ୍ଞା ହଁ ଦର୍ଶକବନ୍ଧୁ, ନିକଟରେ ଏକ ଇଣ୍ଟରଭ୍ୟୁରେ ରାନୀଙ୍କୁ ପ୍ରଶ୍ନ କରାଯାଇଥିଲା କି, ତାଙ୍କର ଶାହରୁଖଙ୍କ ସହ ଖୁବ ଶୀଘ୍ର କୌଣସି ଫିଲ୍ମ ଆସିବ କି ନାହିଁ? ତାପରେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ, “ମୁଁ ବୃଦ୍ଧ ହେବା ପର୍ଯ୍ୟନ୍ତ ତାଙ୍କ ସହ ରୋମାନ୍ସ କରିବାକୁ ଇଚ୍ଛା କରିବି । ମୁଁ ମଧ୍ୟ ସବୁଠି ସବୁବେଳେ କୁହେ ଯେ ଶାହରୁଖଙ୍କ ସହ ମୋତେ ରୋମାନ୍ସ କରିବାକୁ ବହୁତ୍ ଭଲ ଲାଗେ ।

ତେବେ କେହି ଜଣେ ଲେଖକ ଶାହରୁଖ ଏବଂ ମୋତେ ଧ୍ୟାନରେ ରଖି ଏକ ପ୍ରେମ କାହାଣୀ ଲେଖିବା ଉଚିତ” । ପୂର୍ବରୁ ରାଣୀ ଓ ଶାହରୁଖ ଖାନ୍ ଙ୍କ ଅଭୀନିତ ଫିଲ୍ମ୍ ବହୁତ୍ ସୁପର୍ ହିଟ୍ ହୋଇଛି । ଯେପରିକି ‘ଚଲ୍‌ତେ ଚଲ୍‌ତେ’, ‘କୁଛ କୁଛ ହୋତା ହେ’, ‘ପହେଲି’ ଏବଂ ‘କଭି ଅଲ୍‌ବିଦା ନା କହନା’ ଆଦି ଫିଲ୍ମ୍ ରେ ଶାହରୁଖ ଏବଂ ରାନୀଙ୍କ ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ଏଠାରେ କହି ରଖିବୁ ଯେ ଦୀର୍ଘ ଦିନ ପରେ ପୁଣି ସ୍କ୍ରିନକୁ ଫେରିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ ।

ଦର୍ଶକଙ୍କୁ ଭେଟିଦେବେ ଏକ ସତ୍ୟ ସଂଘର୍ଷର କାହାଣୀ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ ନରୱେ’ । ଜଣେ ମାଆର ସଂଘର୍ଷ କାହାଣୀ । ଏକ ପାରିବାରିକ କରୁଣ କାହାଣୀ । ନିଜ ପିଲାକୁ ନିଜ ପାଖରେ ରଖିବା ପାଇଁ କରିବାକୁ ପଡୁଛି ଯୁଦ୍ଧ । ତେବେ ଏପରି ଏକ ଦମଦାର ପାରିବାରିକ କାହାଣୀକୁ ନେଇ ପରଦାକୁ ଫେରିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ । ମାର୍ଚ୍ଚ ୧୭ରେ ରିଲିଜ ହୋଇଛିି ରାଣୀଙ୍କ ଫିଲ୍ମ ‘ମିସେସ ଚାର୍ଟାଜୀ ଭର୍ସେଲ ନରୱେ’ । ଯାହାକୁ ଦର୍ଶକ ଖୁବ ପସନ୍ଦ  କରିଛନ୍ତି ।

ରାଣୀଙ୍କ ନିଖୁଣ ଅଭିନୟ ବ୍ୟତୀତ ଅର୍ଣ୍ଣିବାଣ ଭଟ୍ଟାଚାର୍ଯ୍ୟ ଓ ନୀନା ଗୁପ୍ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏକ ଛୋଟ ପରିବାର ଖୁସିରେ ନିଜର ଦୁଇ ପିଲାଙ୍କ ସହ ସମୟ ବିତାଉଥିବାବେଳେ ପରେ ଆରମ୍ଭ ହୋଇଛି ଜଣେ ମାଆର କଷ୍ଟ । ଖୁବ ଜୀବନ୍ତ ଭାବେ ରାନୀ ମୁଖାର୍ଜୀ  ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଅସୀମା ଚିବର ସମ୍ଭାଳିଛନ୍ତି । ଏଥିରେ ମଧ୍ୟ ଶାହରୁଖ ଟ୍ୱିଟର୍‌ରେ ରାନୀ ଏବଂ ନିର୍ଦ୍ଦେଶକ ଆଶିମା ଛିବ୍ବରଙ୍କୁ ପ୍ରଶଂସା କରି ଏକ ପୋଷ୍ଟ୍‌ ଶେୟାର କରି ଲେଖିଥିଲେ ଯେ, “ଫିଲ୍ମର ପୁରା ଟିମ୍ କେତେ ଭଲ କାମ କରିଛନ୍ତି । ମୁଖ୍ୟ ଭୂମିକାରେ ଥିବା ମୋ ରାନୀ ଯେପରି ଚମକୁଛନ୍ତି” ।

odia sambada
Comments (0)
Add Comment