କଣ ଭାରତକୁ ମାଡ଼ିଆସୁଛି କରୋନାର ଭୟଙ୍କର ଲହର? ବଢ଼ୁଥିବା ମାମଲାକୁ ଦେଖି ଆସିଲା ଚେତାବନୀ।

ଭାରତରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଜାନୁଆରୀ 2022 ରେ ତୃତୀୟ ଲହର ପରେ କୋଭିଡ ମାମଲାଗୁଡ଼ିକର ଦ୍ରୁତ ଗତି ଏହି ସମୟରେ ଦେଖାଯାଉଛି। ଅବଶ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତ୍ତମାନର ଭାଇରସ ବୃଦ୍ଧି ସାମାନ୍ୟ ଅଟେ, କିନ୍ତୁ ତଥାପି ଏହା ଚିନ୍ତାର ବିଷୟ।

ଗତ କିଛି ଦିନ ହେବ ସାରା ଦେଶରେ ବଢୁଥିବା କରୋନା ସଂକ୍ରମଣରେ ହ୍ରାସ ହେଉ ନାହିଁ। ଏହା ସହିତ ସକ୍ରିୟ ମାମଲା ମଧ୍ୟ ବଢିବାରେ ଲାଗିଛି। ଏପରିକି ବର୍ତ୍ତମାନ ଦୈନିକ ମାମଲା ଗତ କିଛି ଦିନ ଧରି 3000ରୁ ଅଧିକ ରହିଛି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 3036 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି ସମୟରେ 7 ଜଣ କରୋନାରେ ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି। ତେବେ କରୋନା ପୁଣି କାୟା ମେଲାଉଥିବା ବେଳେ ଆଉ ଏକ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବୟସ୍କ ବ୍ୟକ୍ତିଙ୍କ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ କହିଛି W.H.O ।

ଏହି ବର୍ଗର ବ୍ୟକ୍ତିଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ କରୋନାର ବୁଷ୍ଟର ଡୋଜ ନେବାକୁ ବିଶେଷଜ୍ଞମାନେ ବି ପରାମର୍ଶ ଦେଇଛନ୍ତି। ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତାବ୍ୟକ୍ତ କରିଛି W.H.O.।

ବିଶେଷଜ୍ଞଙ୍କ କହିବା ଅନୁସାରେ ବୁଷ୍ଟର ଡୋଜ୍ ନେବାର 6 କିମ୍ବା 12 ମାସ ପରେ ଜଣେ ଅତିରକ୍ତ ବୁଷ୍ଟର ଡୋଜ୍ ନେଇପାରିବେ। ଦେଶରେ ଏବେ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ କୋଭିଡ୍‌ ପ୍ରଥମ ଡୋଜ୍‌ ଟିକା ମୃତ୍ୟୁହାରକୁ ରୋକିବାରେ ୯୮.୯% ସହାୟକ ହୋଇଥିଲା। ଦ୍ୱିତୀୟ ଡୋଜ୍‌ ୯୯.୪% ମୃତ୍ୟୁହାରକୁ ରୋକିବାରେ ସହାୟକ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟ୍ୱିଟ୍‌ କରି ଜଣାଇଛନ୍ତି।

odia sambada
Comments (0)
Add Comment